Himachal and Uttarakhand: ଲମ୍ବା ଛୁଟି ଯୋଗୁଁ ହିମାଚଳ ଓ ଉତ୍ତରାଖଣ୍ଡରେ ଭୟଙ୍କର ଟ୍ରାଫିକ୍ ସମସ୍ୟା

Oct 03, 2026 - 16:41
Himachal and Uttarakhand: ଲମ୍ବା ଛୁଟି ଯୋଗୁଁ ହିମାଚଳ ଓ ଉତ୍ତରାଖଣ୍ଡରେ ଭୟଙ୍କର ଟ୍ରାଫିକ୍ ସମସ୍ୟା

"ଡେହରାଡୁନ: ଗାନ୍ଧୀ ଜୟନ୍ତୀର ସରକାରୀ ଛୁଟି ସହ ଶନିବାର ଓ ରବିବାର ମିଶି ଏକ ଦୀର୍ଘ ଛୁଟିଦିନର ସୁଯୋଗ ନେଇ ପାହାଡ଼ିଆ ରାଜ୍ୟ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଅଭିମୁଖେ ପ୍ରଚୁର ସଂଖ୍ୟାରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଆଗମନ ଘଟିଛି।

ଏହି ପର୍ଯ୍ୟଟନ ଓ ତୀର୍ଥଯାତ୍ରୀଙ୍କ ଭିଡ଼ ଯୋଗୁଁ ଉଭୟ ରାଜ୍ୟର ମୁଖ୍ୟ ରାଜପଥଗୁଡ଼ିକରେ ଦୀର୍ଘ କିଲୋମିଟର ବ୍ୟାପୀ ଭୀଷଣ ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଛି।

ଗାଡ଼ିଗୁଡ଼ିକ ଘଣ୍ଟା ଘଣ୍ଟା ଧରି ଅଟକି ରହିବା ଫଳରେ ସାମାନ୍ୟ ଦୂରତା ଅତିକ୍ରମ କରିବା ପାଇଁ ଯାତ୍ରୀମାନଙ୍କୁ ନାକେଦମ୍ ହେବାକୁ ପଡ଼ୁଛି।Advertisment ହିମାଚଳ ପ୍ରଦେଶର ଚଣ୍ଡୀଗଡ଼-ଶିମଲା ଜାତୀୟ ରାଜପଥ-୫ରେ ଶୁକ୍ରବାରଠାରୁ ଗାଡ଼ିର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ବିଶେଷ କରି କାଲକା-ଶିମଲା ରାଜପଥରେ ଯାନବାହନଗୁଡ଼ିକ ପିମ୍ପୁଡ଼ି ଗତିରେ ଆଗକୁ ବଢ଼ୁଥିବା ବେଳେ ଶହ ଶହ ଗାଡ଼ି ଲାଇନରେ ଛିଡ଼ା ହୋଇଥିବା ଦୃଶ୍ୟମାନ ହେଉଛି।

ସାଧାରଣତଃ ସାଢ଼େ ତିନିରୁ ଚାରି ଘଣ୍ଟା ସମୟ ଲାଗୁଥିବା ଏହି ଯାତ୍ରା ପାଇଁ ଏବେ ଅତିରିକ୍ତ ଅନେକ ଘଣ୍ଟା ସମୟ ବିତାଉଛନ୍ତି ଯାତ୍ରୀ।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ସ୍ଥାନରେ ଟ୍ରାଫିକ୍ ପୁଲିସ ନିୟୋଜିତ ହୋଇଥିଲେ ସୁଦ୍ଧା ଅତ୍ୟାଧିକ ଯାନବାହନ ସଂଖ୍ୟା ଯୋଗୁଁ ସ୍ୱାଭାବିକ ସ୍ଥିତି ଫେରିବାରେ ବିଳମ୍ବ ହେଉଛି।

ଏହି ଜାମ୍ ଫଳରେ କେବଳ ପର୍ଯ୍ୟଟକ ନୁହଁନ୍ତି, ବରଂ ସ୍ଥାନୀୟ ବାସିନ୍ଦା ଏବଂ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ିଗୁଡ଼ିକ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି।

ଅନ୍ୟପଟେ ଉତ୍ତରାଖଣ୍ଡର ବଦ୍ରୀନାଥ ଧାମ ଏବଂ ହେମକୁଣ୍ଡ ସାହିବ ଯାଉଥିବା ରାସ୍ତାରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି।

ଯୋଶୀମଠରୁ ମାରୱାଡ଼ି ମଧ୍ୟରେ ଥିବା ପ୍ରାୟ ସାତ କିଲୋମିଟର ଦୀର୍ଘ ରାସ୍ତାରେ କ୍ରମାଗତ ଭାବେ ଗାଡ଼ିର ଲମ୍ବା ଧାଡ଼ି ଲାଗି ରହିଛି।

ଶ୍ରଦ୍ଧାଳୁମାନଙ୍କୁ ଏହି ଅଳ୍ପ ଦୂରତା ଅତିକ୍ରମ କରିବା ପାଇଁ ଏକରୁ ତିନି ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିଯାଉଛି।

ପ୍ରବଳ ଭିଡ଼ ଯୋଗୁଁ କିଛି ଗାଡ଼ି ରାସ୍ତାର କଡ଼କୁ ଚାଲିଯାଉଥିବାରୁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି।

ଚଳିତ ପିତୃପକ୍ଷ ଯୋଗୁଁ ବଦ୍ରୀନାଥରେ ଦେବଦର୍ଶନ ଏବଂ ହେମକୁଣ୍ଡ ସାହିବ ଯାତ୍ରାର ଅନ୍ତିମ ପର୍ଯ୍ୟାୟ ଚାଲିଥିବାରୁ ଏହି ଗହଳି ଆହୁରି ବଢ଼ିଯାଇଛି।

ମୌସୁମୀ ଫେରିବା ପରେ ପୁଣିଥରେ ଏହି ମୁଖ୍ୟ ମାର୍ଗଗୁଡ଼ିକରେ ଗମନାଗମନ ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି।

ପୋଲିସ ବାପାଙ୍କ ସାମ୍ନାରେ ହାତକଡ଼ି ପିନ୍ଧାଇଥିଲା: ସଞ୍ଜୟ ଦତ୍ତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।