Himachal Pradesh: ଏଚପି ପୁଲିସ କନଷ୍ଟେବଳ ନିଯୁକ୍ତି- ୨୦୨୬ ପଦବି ପାଇଁ ଆବେଦନର ଦ୍ବିତୀୟ ସୁଯୋଗ

Aug 07, 2026 - 18:53
Himachal Pradesh: ଏଚପି ପୁଲିସ କନଷ୍ଟେବଳ ନିଯୁକ୍ତି- ୨୦୨୬ ପଦବି ପାଇଁ ଆବେଦନର ଦ୍ବିତୀୟ ସୁଯୋଗ

"ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପୁଲିସ କନଷ୍ଟେବଳ ପଦବି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର।

ଯେଉଁ ପ୍ରାର୍ଥୀମାନେ କୌଣସି କାରଣରୁ ଏଚପି ପୁଲିସ କନେଷ୍ଟବଳ ନିଯୁକ୍ତି- ୨୦୨୬ ପାଇଁ ଆବେଦନ କରିପାରି ନଥିଲେ ସେମାନଙ୍କୁ ଏବେ ଏଚପିପିଏସସି କନଷ୍ଟେବଳ ପଦବି ପାଇଁ ଆବେଦନ କରିବାର ଦ୍ୱିତୀୟ ସୁଯୋଗ ଦିଆଯାଇଛି।Advertisment ପ୍ରାର୍ଥୀମାନେ ୨୦୨୬ ଅଗଷ୍ଟ ୨୧ ପର୍ଯ୍ୟନ୍ତ ପୁଲିସ କନଷ୍ଟେବଳ ପଦବି ପାଇଁ ଆବେଦନ କରିପାରିବେ।

ସମସ୍ତ ପ୍ରାର୍ଥୀଙ୍କୁ ଶେଷ ତାରିଖ ପୂର୍ବରୁ ଆବେଦନ ପ୍ରକ୍ରିୟା ସମାପ୍ତ କରିବାକୁ ପରାମର୍ଶ ଦିଆଯାଇଛି।

ନଚେତ୍ ସେମାନଙ୍କୁ ଆବେଦନ କରିବାର ଆଉ ଏକ ସୁଯୋଗ ଦିଆଯିବ ନାହିଁ।

କିଏ କରି ପାରିବେ ଆବେଦନ?

ପ୍ରାର୍ଥୀମାନଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ଥିବା ଆବଶ୍ୟକ।

ପ୍ରାର୍ଥୀମାନେ ଭାରତର ଏକ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ।

ପ୍ରାର୍ଥୀମାନଙ୍କୁ ଶାରୀରିକ ମାନକ ପରୀକ୍ଷା, ଶାରୀରିକ ଦକ୍ଷତା ପରୀକ୍ଷା, ଲିଖିତ ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଡାକ୍ତରୀ ପରୀକ୍ଷା ଆଧାରରେ ଚୟନ କରାଯିବ।

ତୁର୍କୀ, ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ତ୍ରିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ଏହି ପଦବି ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନେ ୨୦,୦୦୦ ରୁ ୬୪,୦୦୦ ପର୍ଯ୍ୟନ୍ତ ମାସିକ ଦରମା ପାଇବେ।

ସମସ୍ତ ବର୍ଗର ପ୍ରାର୍ଥୀମାନଙ୍କୁ ଆବେଦନ କରିବା ପାଇଁ ପଞ୍ଜିକରଣ ଫି ଦେବାକୁ ପଡିବ।

ପଞ୍ଜିକରଣ ଫି ୬୦୦ଟଙ୍କା ରଖାଯାଇଛି।

ପ୍ରାର୍ଥୀମାନେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ କିମ୍ବା ୟୁପିଆଇ ବ୍ୟବହାର କରି ଦେୟ ପୈଠ କରିପାରିବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।