Hirakud: ହୀରାକୁଦ ଜଳସ୍ତର ୬୨୭.୫୨ ଫୁଟ ଡେଇଁଲା: ଉପରମୁଣ୍ଡରେ ବର୍ଷା ଜାରି

Sep 04, 2026 - 04:31
Hirakud: ହୀରାକୁଦ ଜଳସ୍ତର ୬୨୭.୫୨ ଫୁଟ ଡେଇଁଲା: ଉପରମୁଣ୍ଡରେ ବର୍ଷା ଜାରି

"ଝାରସୁଗୁଡ଼ା: ହୀରାକୁଦ ଜଳସ୍ତର ୬୨୭ ଫୁଟ ପାର ହୋଇ ୬୨୮ ଫୁଟ ପାଖାପାଖି ହେଲାଣି।

ବର୍ଷା ଯୋଗୁଁ ଉପରମୁଣ୍ଡରୁ କ୍ରମାଗତ ଭାବେ ଜଳଭଣ୍ଡାରକୁ ପ୍ରଚୁର ମାତ୍ରାରେ ପାଣି ପ୍ରବେଶ କରୁଛି।

ବର୍ତ୍ତମାନ ଡ୍ୟାମ ପାଣି ଝାରସୁଗୁଡ଼ା ଜିଲ୍ଲାର ସୀମାନ୍ତ ଗାଁଗୁଡ଼ିକର ନିକଟବର୍ତ୍ତୀ ହୋଇସାରିଥିବା ବେଳେ ପୁଣିଥରେ ବନ୍ୟା ଭୟ ଘାରିଲାଣି।

ହୀରାକୁଦ ଜଳସ୍ତର ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ୬୨୭.୫୨ ଫୁଟ ଛୁଇଁଥିବା ବେଳେ ଏହା ଉପରମୁହାଁ ରହିଛି।

ଅପରାହ୍ଣ ୩ଟା ସୁଦ୍ଧା ୧ ଲକ୍ଷ ୭୫ ହଜାର କ୍ୟୁସେକ୍‌ ପାଣି ପ୍ରବେଶ କରିଥିବାବେଳେ ୬ଟା ସୁଦ୍ଧା ଏହା ବଢ଼ି ୧ ଲକ୍ଷ ୯୨ ହଜାର ୮୫୨ କ୍ୟୁସେକ୍ ଟପିଥିଲା।

ଜଳଭଣ୍ଡାରରୁ ମାତ୍ର ୭ ଗେଟ୍ ଖୋଲାଯାଇଥିବା ବେଳେ ସର୍ବମୋଟ ୧ ଲକ୍ଷ ୪୮ ହଜାର ୩୮୭ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି।

ଫଳରେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରରେ ପ୍ରାୟ ୪୪ ହଜାର କ୍ୟୁସେକ ପାଣି ଗଚ୍ଛିତ ହେବାରେ ଲାଗିଛି।Advertisment Supreme Court: ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କ ୫ ବର୍ଷିଆ କାର୍ଯ୍ୟକାଳକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ଉପରମୁଣ୍ଡରେ ବର୍ଷା ଜାରିସୀମାନ୍ତ ଗାଁଗୁଡ଼ିକୁ ଘାରିଲା ବନ୍ୟା ଭୟ ଏଭଳି ସ୍ଥିତିରେ ହୀରାକୁଦର ପଛୁଆ ପାଣି ଝାରସୁଗୁଡ଼ା ଜିଲ୍ଲାର ସୀମାନ୍ତ ସୁଖାସୋଢ଼ା, ସେମିଲିଆ, ତିଲିଗି, ମୁହୁଦି, ମହୁଲପାଲି ଆଦି ଗାଁ ପାଖାପାଖି ହେଲାଣି।

ସେହିପରି ଛତିଶଗଡ଼ର ରାୟଗଡ଼, ସୁରଗୁଡ଼ା, ଅମ୍ବିକାପୁରରୁ ଆରମ୍ଭ କରି ହୀରାକୁଦର ଉପରମୁଣ୍ଡ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ଲାଗିରହିଛି।

ମହାନଦୀ ଫୁଲୁଥିବାରୁ ଏହି ସୀମାନ୍ତ ଗାଁଗୁଡ଼ିକ ପ୍ରତି ବନ୍ୟା ବିପଦ ଦେଖାଦେଇଛି।

ରୁଲ୍‌କର୍ଭ ଅନୁସାରେ, ସେପଟେମ୍ବର ୧ ତାରିଖ ସୁଦ୍ଧା ଜଳସ୍ତର ୬୧୯ରୁ ୬୨୭ ଫୁଟ ରହିବା କଥା।

ଗତ ଜୁଲାଇ ଶେଷ ସପ୍ତାହରେ ତଳମୁଣ୍ଡରେ ବନ୍ୟା ସ୍ଥିତି ପାଇଁ ହୀରାକୁଦ କର୍ତ୍ତୃପକ୍ଷ ୬୨୬ ଫୁଟ ପାଖାପାଖି ଜଳସ୍ତର ରଖିବାକୁ ବାଧ୍ୟ ହୋଇଥିଲେ।

ତଳମୁଣ୍ଡ ସ୍ଥିତି ସୁଧୁରିବା ପରେ ଏକକାଳୀନ ୨୨ଟି ଗେଟ୍ ଖୋଲି ଅଗଷ୍ଟ ୯ ତାରିଖ ସୁଦ୍ଧା ପୁଣି ଜଳସ୍ତରକୁ ୬୧୩ ଫୁଟ ଯାଏଁ ଖସାଇ ଦେଇଥିଲେ।

ହେଲେ ବର୍ତ୍ତମାନ ରୁଲ୍‌କର୍ଭ ଅନୁଯାୟୀ ଜଳସ୍ତର ସର୍ବନିମ୍ନ ୬୧୯ ଫୁଟ ତଳକୁ ଖସିପାରିବ ନାହିଁ।

Education: ଜର୍ଜରିତ ଅବସ୍ଥାରେ ନନ୍ଦିନୀଗୁଡ଼ା ବିଦ୍ୟାଳୟ ଓ ଛାତ୍ରାବାସ ଏଲ୍‌ନିନୋ ପାଇଁ ପାଣିପାଗ ଉପରେ ଭରସା ନଥିବାରୁ କର୍ତ୍ତୃପକ୍ଷ ବାଧ୍ୟ ହୋଇ ହୀରାକୁଦର ଜଳକୁ ଉପର ସ୍ତର, ୬୨୭ ଫୁଟ ଉପରେ ରଖିଥିବା କୁହାଯାଉଛି।

ଏଭଳି ସ୍ଥିତିରେ ଯଦି ଉଭୟ ଉପର ଓ ତଳମୁଣ୍ଡରେ ବର୍ଷା ସ୍ଥିତି ଲାଗିରହେ ତା"ହେଲେ ସୀମାନ୍ତର ୫ଟି ଗାଁ ପୁଣି ବନ୍ୟା ପାଣିରେ ଉବୁଟୁବୁ ହେବା ଏକପ୍ରକାର ଥୟ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।

ସୂଚନାଯୋଗ୍ୟ, ପଟୁ ପାଇଁ ଜଳଧାରଣ କ୍ଷମତା ହ୍ରାସ ପାଉଥିବାରୁ ଗତ ପ୍ରାୟ ଏକ ଦଶନ୍ଧି ହେଲା ହୀରାକୁଦର ଜଳସ୍ତର ୬୨୮ ଫୁଟ ହେବା ମାତ୍ରେ ଉପରମୁଣ୍ଡ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ସୀମାନ୍ତ ଗାଁଗୁଡ଼ିକ ବନ୍ୟା ଦ୍ବାରା ପ୍ରଭାବିତ ହେଉଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।