ollywood: ଅଟକିଛି ସ୍ବରାଜଙ୍କ ଏହି ଦୁଇ ଓଡ଼ିଆ ସିନେମା

Sep 05, 2026 - 10:17
ollywood: ଅଟକିଛି ସ୍ବରାଜଙ୍କ ଏହି ଦୁଇ ଓଡ଼ିଆ ସିନେମା

"ଭୁବନେଶ୍ବର: ଗତ ବର୍ଷ ଜୁଲାଇରୁ ଫ୍ଲୋରକୁ ଯାଇଥିଲାସିନେମା "ସ୍ବାଗ୍ ରାଜା", ହେଲେ ବର୍ଷକରୁ ଅଧିକ ସମୟ ହେଲାଣି କିନ୍ତୁ ତାହା ପରଦାକୁ ଆସିନାହିଁ।

ଓଲିଉଡର ଜଣାଶୁଣା ନାୟକ ସ୍ବରାଜ ଏହାର ରିଲିଜକୁ ଅପେକ୍ଷା କରିଛନ୍ତି। "ସ୍ବାଗ୍ ରାଜା"ର ନିର୍ଦ୍ଦେଶନା ଦେଇଛନ୍ତି ବାବୁସାନଙ୍କ ଅଭିନୀତ "ବୋଉ ବୁଟ୍ଟୁ ଭୂତ" ଫେମ୍ ଜଗଦୀଶ ମିଶ୍ର।

ଅମିତ କୁମାର ଦାଶ ଏହାର ସ୍କ୍ରିପ୍ଟ ଲେଖିଛନ୍ତି।

ଏଥିରେ "ଲଭ୍ ଇନ୍ ଲଣ୍ଡନ୍" ଓ "ଲାଇନବାଲା" ଫେମ୍  ସ୍ବପ୍ନା ପ୍ରିୟଦର୍ଶିନୀ ନାୟିକା ଭୂମିକାରେ ଅଛନ୍ତି।

Advertisment କୌଣସି ଖବର କାହାରି ପାଖରେ ନାହିଁ ଏଣେ  ଓଡ଼ିଶାର ବୈଜ୍ଞାନିକ ଶେଷ କିଷାନଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ସିନେମା "ଶେଷ କିଷାନ ବଲାସିଂଘାରୁ ବର୍ଲିନ"ରେ ନାୟକ ଭୂମିକାରେ ଅଛନ୍ତି ସ୍ବରାଜ।

କୁକିଜ୍ ସ୍ବାଇଁ ଏଥିରେ ନାୟିକା ଭୂମିକାରେ ଅଛନ୍ତି।

ସୁଶାନ୍ତ ମଣି ଏହାର ନିର୍ଦ୍ଦେଶକ।

କିନ୍ତୁ ଏହାର କାମ କାହିଁକି ଓ କେଉଁଠି ଅଟକିଛି, ସେନେଇ କୌଣସି ଖବର କାହାରି ପାଖରେ ନାହିଁ।

ଏହି ଛବିକୁ ବି ଅପେକ୍ଷା କରିଛନ୍ତି ସ୍ବରାଜ।

ସୂଚନାଯୋଗ୍ୟ, ସ୍ବରାଜ "ତୁ ମୋ ଲଭ ଷ୍ଟୋରି" ଜରିଆରେ ଡେବ୍ୟୁ କରିଥିଲେ।

ଏଥିରେ ତାଙ୍କର ନାୟିକା ବନିଥିଲେ ଭୂମିକା।

ତାପରେ ସେ"ଲୈଲା ଓ ଲୈଲା", "ଲଭ୍ ଏକ୍ସ ପ୍ରେସ୍", "ତୁ ମୋ ଲଭ ଷ୍ଟୋରି୨", "ଦିସ ଇଜ୍ ସବୁ ମାୟାରେ ବାୟା", ଓୟେ ଅଞ୍ଜଲି", ପ୍ରଥା, "ଦିଲ୍ ମୋର ମାନେନା", ଟିକେ ଟିକେ ଅଚିହ୍ନା ତୁ ଓ ଖୋକା ଭାଇ ତମପାଇଁ ଆଦି ସିନେମାରେ ଅଭିନୟ କରିସାରିଛନ୍ତି।

Snake: ସାପକୁ ଧରି ଡାକ୍ତରଖାନାରେ ପହଞ୍ଚିଲେ ଜଗୁଆଳି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।