Hockey India Calls Emergency Meeting: ହକି ଇଣ୍ଡିଆରେ ଫାଟ! ବିବାଦ ମେଣ୍ଟାଇବାକୁ ଦିଲ୍ଲୀପ ଡାକିଲେ ଜରୁରୀ ବୈଠକ

Sep 15, 2026 - 17:24
Hockey India Calls Emergency Meeting: ହକି ଇଣ୍ଡିଆରେ ଫାଟ! ବିବାଦ ମେଣ୍ଟାଇବାକୁ ଦିଲ୍ଲୀପ ଡାକିଲେ ଜରୁରୀ ବୈଠକ

ନିଜ ଭିତରେ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ହକି ଇଣ୍ଡିଆ ଏବେ ଡାକିଛି ଜରୁରୀ ବୈଠକ। ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ନୂଆଦିଲ୍ଲୀସ୍ଥିତ ହକି ଇଣ୍ଡିଆ କାର୍ଯ୍ୟାଳୟରେ ବସିବ ଏକ୍‌ଜିକ୍ୟୁଟିଭ୍ ବୋର୍ଡ ବୈଠକ। ସଭାପତି ଦିଲୀପ ତିର୍କୀଙ୍କ ନିର୍ଦ୍ଦେଶରେ ସଚିବ ଭୋଳାନାଥ ସିଂହ ଏହି ବୈଠକ ଡାକିଛନ୍ତି।

ଭାରତୀୟ ଦଳର ଜର୍ସି ନୀଳରୁ ଗେରୁଆ ହେବାକୁ ନେଇ ତିର୍କୀ ଓ ହକି ଇଣ୍ଡିଆ ଡିଜି କର୍ଣ୍ଣେଲ ଆର୍.କେ. ଶ୍ରୀବାସ୍ତବଙ୍କ ମଧ୍ୟରେ ବିବାଦ ଖୋଲାଖୋଲି ସାମ୍ନାକୁ ଆସିଥିଲା। ଏହାପରେ ଶ୍ରୀବାସ୍ତବଙ୍କୁ ସୋ-କଜ୍ ନୋଟିସ୍ ଦେବା ସହ ତାଙ୍କ କ୍ଷମତା ହଟାଇଥିଲେ ତିର୍କୀ। ଏହି ମାମଲା ମଧ୍ୟ ବୈଠକରେ ଆଲୋଚନା ହେବ।

ସେପଟେ, ହକି ଇଣ୍ଡିଆ ଲିଗ୍‌ର ଭବିଷ୍ୟତ ନେଇ ମଧ୍ୟ ହେବ ବଡ଼ ନିଷ୍ପତ୍ତି। ଲିଗ୍‌କୁ ହକି ଇଣ୍ଡିଆ ଓ ଫ୍ରାଞ୍ଚାଇଜି ମିଶି ଚଳାଇବା, ନୂଆ ଗଭର୍ଣ୍ଣିଂ କାଉନସିଲ୍ ଗଠନ ଭଳି ପ୍ରସ୍ତାବ ରହିଛି। ଏହାସହ ହକି ଇଣ୍ଡିଆ ନିର୍ବାଚନ, ଆର୍ଥିକ ହିସାବ ଏବଂ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ନେଇ ମଧ୍ୟ ଆଲୋଚନା ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।