Formula 1 Could Return to India: F1 ଫେରାଇବାକୁ ଭାରତର ବଡ଼ ପଦକ୍ଷେପ, ଗଠନ ହେଲା ୧୦ ଜଣିଆ ଟାସ୍କଫୋର୍ସ
ଭାରତରେ ପୁଣି ଫର୍ମୁଲା-୧ ରେସ୍ ଆୟୋଜନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ୨୦୨୮ରେ F1 ଫେରାଇ ଆଣିବାର ସମ୍ଭାବନା ଓ ଚ୍ୟାଲେଞ୍ଜ୍ ଯାଞ୍ଚ କରିବାକୁ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭିୟା ୧୦ ଜଣିଆ ଟାସ୍କଫୋର୍ସ ଗଠନ କରିଛନ୍ତି। ନୀତି ଆୟୋଗର ପ୍ରୋଗ୍ରାମ ଡାଇରେକ୍ଟର ଯୁଗଳ କିଶୋର ଯୋଶୀ ଏହାର ଅଧ୍ୟକ୍ଷ ରହିବେ।
ଟାସ୍କଫୋର୍ସରେ କ୍ରୀଡ଼ା, ପର୍ଯ୍ୟଟନ, ବାଣିଜ୍ୟ ଓ ରାଜସ୍ୱ ବିଭାଗ ସହ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ସରକାରଙ୍କ ପ୍ରତିନିଧି ରହିବେ। ଏହାସହ ମୋଟରସ୍ପୋର୍ଟ୍ସ ସଂସ୍ଥା ଏଫ୍ଏମ୍ଏସ୍ସିଆଇ, ବୁଦ୍ଧ ଇଣ୍ଟରନ୍ୟାସନାଲ୍ ସର୍କିଟ୍ ଓ ମାଦ୍ରାସ ଇଣ୍ଟରନ୍ୟାସନାଲ୍ ସର୍କିଟ୍ର ପ୍ରତିନିଧି ମଧ୍ୟ ସାମିଲ ହେବେ।
ଟିକସ୍ ସମସ୍ୟା, ଭିତ୍ତିଭୂମି ଓ ଅପରେସନ୍ ସହ ମୋଟରସ୍ପୋର୍ଟ୍ସର ବିକାଶ ନେଇ କମିଟି ରୋଡମ୍ୟାପ୍ ପ୍ରସ୍ତୁତ କରିବ। ଭାରତ ଶେଷଥର ୨୦୧୩ରେ ଗ୍ରେଟର ନଏଡାର ବୁଦ୍ଧ ଇଣ୍ଟରନ୍ୟାସନାଲ୍ ସର୍କିଟ୍ରେ F1 ରେସ୍ ଆୟୋଜନ କରିଥିଲା। ତେଣୁ ୨୦୨୮ରେ ଭାରତୀୟ ମାଟିକୁ F1ର ପ୍ରତ୍ୟାବର୍ତ୍ତନ ହେବ କି ନାହିଁ, ଏହି ଟାସ୍କଫୋର୍ସର ରିପୋର୍ଟ ଉପରେ ଏବେ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।