Hockey India League: ପୁଣି ସଙ୍କଟରେ ହକି ଇଣ୍ଡିଆ ଲିଗ୍‌: ହସ୍ତକ୍ଷେପ କଲା କ୍ରୀଡ଼ା ମନ୍ତ୍ରାଳୟ, ଗଠନ କଲା ୫ ଜଣିଆ କମିଟି

Sep 15, 2026 - 05:36
Hockey India League: ପୁଣି ସଙ୍କଟରେ ହକି ଇଣ୍ଡିଆ ଲିଗ୍‌: ହସ୍ତକ୍ଷେପ କଲା କ୍ରୀଡ଼ା ମନ୍ତ୍ରାଳୟ, ଗଠନ କଲା ୫ ଜଣିଆ କମିଟି

"ନୂଆଦିଲ୍ଲୀ: ୭ବର୍ଷର ବ୍ୟବଧାନ ପରେ ଫେରିଥିଲା ହକି ଇଣ୍ଡିଆ ଲିଗ୍।

ବହୁ ଆଡ଼ମ୍ବରରେ ଫେରିବାର ୨ବର୍ଷ ପରେ ଚଳିତ ବର୍ଷ ଏହି ଲୋକପ୍ରିୟ ଲିଗ୍‌ ପୁଣି ଥରେ ଆର୍ଥିକ ସଙ୍କଟ ଘେରକୁ ଚାଲି ଯାଇଛି।

ଫଳରେ ଏହାର ଭବିଷ୍ୟତ ନେଇ ନାନା ଆଶଙ୍କା ସୃଷ୍ଟି ହୋଇଛି।

ଏହାକୁ ଦେଖି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟ ଏହାର ସ୍ଥିରତା ବଜାୟ ରଖିବା ସହ ସୁପରିଚାଳନା ଲାଗି ନିଜ ଆଡ଼ୁ ପଦକ୍ଷେପ ‌ନେଇଛନ୍ତି।

ଲିଗ୍‌ର ଆର୍ଥିକ ସ୍ଥାୟିତ୍ୱ ଓ ଦୀର୍ଘମିଆଦୀ ସଫଳତା ସୁନିଶ୍ଚିତ କରିବା ଲାଗି ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ହକି ଇଣ୍ଡିଆ ଏବଂ ଫ୍ରାଞ୍ଚାଇଜି ମାଲିକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିପାଇଁ ୫ ଜଣିଆ ଏକ କମିଟି ବି ଗଠନ କରାଯାଇଛି।

କମିଟିରେ ହକି ଇଣ୍ଡିଆର ଦୁଇଜଣ ପ୍ରତିନିଧି, ଫ୍ରାଞ୍ଚାଇଜି ପକ୍ଷରୁ ଦୁଇଜଣ ପ୍ରତିନିଧି ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସ୍ଥାନ ପାଇବେ।

ଏହି କମିଟି ହକି ଇଣ୍ଡିଆ ଲିଗ୍‌ର ଭବିଷ୍ୟତ ପାଇଁ ଏକ ବ୍ୟାପକ ପୁନରୁଦ୍ଧାର ଯୋଜନା ପ୍ରସ୍ତୁତ କରିବ।Advertisment Nuakhai 2026: "ଭେଦଭାବ ଦୂର କରି ଆମକୁ ଏକାଠି କରେ ନୂଆଁଖାଇ" ହସ୍ତକ୍ଷେପ କଲା କ୍ରୀଡ଼ା ମନ୍ତ୍ରାଳୟଗଠନ କଲା ୫ ଜଣିଆ କମିଟିଆର୍ଥିକ ସ୍ଥିତି ସୁଧାରିବା ଉପରେ ଗୁରୁତ୍ୱ ସୂଚନା ଅନୁସାରେ ନିକଟରେ ହକି ଇଣ୍ଡିଆର ଅଧିକାରୀ ଏବଂ ଲିଗ୍‌ର ବିଭିନ୍ନ ଫ୍ରାଞ୍ଚାଇଜି ପ୍ରତିନିଧିଙ୍କ ସହ ଶ୍ରୀ ମାଣ୍ଡବୀୟଙ୍କର ଏକ ବୈଠକ ହୋଇଥିଲା।

ବୈଠକରେ ହକି ଇଣ୍ଡିଆ ଲିଗ୍‌ ସମ୍ପର୍କିତ ଆର୍ଥିକ ଓ ପରିଚାଳନାଗତ ସମସ୍ୟା ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।

ଏହା ପରେ ଲିଗ୍‌ର ପରିଚାଳନା ଓ ଆର୍ଥିକ ମଡେଲ୍‌ ଏବଂ ସମଗ୍ର ଢାଞ୍ଚା ଉପରେ ପ୍ରାଥମିକତା ଭିତ୍ତିରେ କାମ କରିବାକୁ କମିଟିକୁ କୁହାଯାଇଛି।

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କମିଟି ଏହାର ରିପୋର୍ଟ କ୍ରୀଡ଼ା ମନ୍ତ୍ରଣାଳୟକୁ ପ୍ରଦାନ କରିବ।

ଏହି ମହତ୍ତ୍ବପୂର୍ଣ୍ଣ ବୈଠକରେ ହାଇଦ୍ରାବାଦ ତୁଫାନ୍ସ, ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ, ଜେଏସ୍‌ଡବ୍ଲ୍ୟୁ ସୁରମା ହକି କ୍ଲବ୍‌, ଶ୍ରାଚି ବେଙ୍ଗଲ୍‌ ଟାଇଗର୍ସ, ରା‌ଞ୍ଚି ରୟାଲ୍‌ସ ଭଳି ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ବୈଠକରେ କ୍ରୀଡ଼ା ସଚିବ ତଥା ସାଇ ମହାନିର୍ଦ୍ଦେଶକ ହରିରଞ୍ଜନ ରାଓ, ଟପ୍ସ (ଟାର୍ଗେଟ୍‌ ପୋଡିୟମ୍‌ ଅଲିମ୍ପିକ୍ସ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଏନ୍‌ଏସ୍‌ ଜୋହଲ୍‌ଙ୍କ ସମେତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ହକି ଇଣ୍ଡିଆର ମହାସଚିବ ଭୋଳାନାଥ ସିଂହ ଭର୍ଚୁଆଲ୍‌ ମାଧ୍ୟମରେ ବୈଠକରେ  ଯୋଡ଼ି ହୋଇଥିଲେ।

ସେହିପରି କମାଣ୍ଡର ଆର୍‌କେ ଶ୍ରୀବାସ୍ତବଙ୍କ କ୍ଷମତା ସମ୍ପ୍ରତି କମାଇ ଦିଆଯାଇଥିବା ପରେ ରଞ୍ଜିତ ଗିଲ୍‌ କାର୍ଯ୍ୟକାରୀ ମହାନିର୍ଦ୍ଦେଶକ ଭାବେ ବୈଠକରେ ଯୋଗ ଦେଇଥିଲେ।

EPFO: ଇପିଏଫ୍‌ଓର ହ୍ବାଟ୍‌ସଆପ୍‌ ଚ୍ୟାନେଲ୍‌ ଆରମ୍ଭ: ହାତପାଆନ୍ତାରେ ମିଳିବ ସୂଚନା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।