Horoscope 2026 November 3: ଜାଣନ୍ତୁ ଆଜିର ରାଶିଫଳ

Nov 03, 2026 - 00:06
Horoscope 2026 November 3: ଜାଣନ୍ତୁ ଆଜିର ରାଶିଫଳ

ମେଷ: କାରବାର ଲାଗି ଦିନଟି ଭଲ ରହିବ।

ବନ୍ଧୁ ଠାରୁ ଆର୍ଥିକ ସହାୟତା ମିଳିପାରେ।

ଆପଣଙ୍କ ଭଲ ବ୍ୟବହାରରେ ଅଫିସର ଲୋକ ପ୍ରଭାବିତ ହେବେ।

ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। ‌‌ Advertisment ବୃଷ: ଆପଣ ଯଥେଷ୍ଟ କାମ ସଂପୂର୍ଣ୍ଣ କରିପାରିବେ।

ଆର୍ଥିକ ସ୍ଥିତି ସୁଧାର ହୋଇପାରେ।

ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ।

ଜୀବନସାଥୀଙ୍କ ସ୍ନେହ ଓ ଆଦର ପାଇବା ହେତୁ ଆନନ୍ଦିତ ହେବେ।

ମିଥୁନ: ଆପଣଙ୍କ ବିଚାର ସକାରାତ୍ମକ ରଖନ୍ତୁ।

କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ।

ବାହନ କିଣିବା ଲାଗି ଦିନଟି ଶୁଭ।

ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ। ‌‌ କର୍କଟ: ଶାନ୍ତି ଓ ଧୈର୍ଯ୍ୟଧରି କାମ କରନ୍ତୁ ସଫଳତାର ପାହଚ ଚଢ଼ିବେ।

ବାହନ କିଣିବାର ଆଶା ପୂରା ହୋଇପାରେ।

ସନ୍ଧ୍ୟାରେ କୌଣସି ବନ୍ଧୁ ବା ଜୀବନସାଥୀ ସହ ସମୟ ଅତିବାହିତ କରିବେ।

ସିଂହ: ଅଫିସରେ କାମ ସଂପୂର୍ଣ୍ଣ କରିବାରେ ବାଧା ଆସିପାରେ।

ହେଲେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ କାମ ପୂରା ହେବ।

ଖେଳାଳୀଙ୍କର ପ୍ରଦର୍ଶନ ଭଲ ରହିବ।

ଜମି ବେପାରୀଙ୍କ ଲାଗି ଦିନଟି ଶୁଭ।

କନ୍ୟା: ଚାକିରି ବୃତ୍ତିରେ ଅଧୁରା ସ୍ବପ୍ନ ପୂରା ହୋଇପାରେ।

ଧନଲାଭର ନୂଆ ମାର୍ଗ ଖୋଲିବ।

ମନୋରଂଜନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ।

ବିବାହିତାଙ୍କୁ ପାରିବାରିକ ଖୁସି ମିଳିବ।

ତୁଳା: କରିଆସୁଥିବା କାମରେ ଆପଣଙ୍କୁ ଲାଭ ମିଳିପାରେ।

ଆପଣଙ୍କ ସକାରାତ୍ମକ ବିଚାରରେ ‌ଲୋକେ ପ୍ରଭାବିତ ହେବେ।

ଛାତ୍ରଛାତ୍ରୀଙ୍କ ଖୁସି ଲାଗି ଦିନଟି ନୂଆ ଅବସର ନେଇ ଆସିବ। ‌ ବିଛା: ପରିବାର ସହିତ ଧର୍ମାନୁଷ୍ଠାନକୁ ସ୍ଥାନକୁ ଯ‌ାଆନ୍ତୁ ଶୁଭ ହେବ।

ଅତୀତ କଥା ପାସୋରି ନୂଆ କାମ ଶୁଭାରମ୍ଭ କରନ୍ତୁ।

ସଂଚାର ଓ ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ। ‌ ଧନୁ: ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗକୁ ଅଧିକ ରହିବ।

ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାରେ ସଫଳ ହେବେ।

ଜମିରେ ଲାଗି ରହିଥିବା ବିବାଦ ସମାପ୍ତ ହୋଇଯିବ।

ଶିକ୍ଷକଙ୍କ ଲାଗି ଦିନଟି ଭଲ। ‌ ମକର: ସାରାଦିନ କାମରେ ବ୍ୟସ୍ତ ରହିବେ।

ଆପଣଙ୍କର ଉଦାର ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ।

ନୂଆ କାରବାରରେ ପୁଞି ଲଗାଇବା ପୂର୍ବରୁ ପରିବାରରେ ବଡ଼ଙ୍କ ଅନୁମତି ନିଅନ୍ତୁ।‌ କୁମ୍ଭ: ଆୟ ବୃଦ୍ଧିର ନୂଆ ମାର୍ଗ ଖୋଲିବ।

ଅଫିସରେ ସହକର୍ମୀଙ୍କ ଉପରେ ରାଗନ୍ତୁ ନାହିଁ।

ବିବାହିତା ଘରର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ।

ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ‌ ମୀନ: ବ୍ୟବସାୟୀଙ୍କ ଲାଗି ଲାଭଦାୟକ ରହିବ।

ବହୁଦିନ ପରେ ଅନ୍ତରଙ୍ଗ ବନ୍ଧୁ ସହିତ ଫୋନରେ କଥା ହେବେ।

କଳାକ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିପାରେ। ‌

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।