Die: ରାଜସ୍ଥାନରେ ବିଦ୍ୟୁତ୍‌ ଆଘାତରେ ୮ ଶ୍ରମିକଙ୍କ ମୃତ୍ୟୁ

Nov 02, 2026 - 21:58
Die: ରାଜସ୍ଥାନରେ ବିଦ୍ୟୁତ୍‌ ଆଘାତରେ ୮ ଶ୍ରମିକଙ୍କ ମୃତ୍ୟୁ

ଜୟପୁର: ରାଜସ୍ଥାନର ଝୁନଝୁନ ଜିଲ୍ଲାରେ ସୋମବାର ଏକ ବଡ଼ ଅଘଟଣ ଘଟିଛି।

ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଏକ ମେସିନ୍‌ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

ଏଥିରେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ଉଦୟପୁରବାଟୀ ଥାନା ଅଞ୍ଚଳର ଛାପୋଲୀ ଗ୍ରାମରେ ଏହି ଦୁର୍ଘଟଣା ଘଟିଛି।

Advertisment ଆହୁରି ପଢନ୍ତୁ : Awareness: ଓଜିବିରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଛାପୋଲୀରୁ କଦମକୁଣ୍ଡକୁ ସଂଯୋଗ କରୁଥିବା ଏକ ସଂକୀର୍ଣ୍ଣ ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ସ୍ଥାନୀୟ ଲୋକେ ମଧ୍ୟ ନିଜ ଉଦ୍ୟମରେ ଏଥିରେ ସାମିଲ ହୋଇଥିଲେ।

ଉଦୟପୁରବାଟୀ ଥାନା ଅଧିକାରୀ ରାମପାଲଙ୍କ ସୂଚନା ଅନୁଯାୟୀ, ବାଲି ଓ ଗୋଡ଼ି ମିଶାଇବା ପାଇଁ ବ୍ୟବହୃତ ମେସିନ୍‌ଟି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା।

ଫଳରେ କାମ କରୁଥିବା ଶ୍ରମିକମାନେ ବିଦ୍ୟୁତ୍‌ ଆଘାତର ଶିକାର ହୋଇଥିଲେ।

ମୃତକମାନେ ହେଲେ ହରିରାମ ଗୁର୍ଜର (୩୦), ମଙ୍ଗଳଚାନ୍ଦ ଗୁର୍ଜର, କାଳୁରାମ ଗୁର୍ଜର (୨୦), ପବନ ଗୁର୍ଜର (୨୩), ବିଷ୍ଣୁ ସାଇନି (୩୮), ସୁରେଶ ସାଇନି (୩୦), ମୁକେଶ ସାଇନି (୨୭) ଓ ଫତେଚାନ୍ଦ ସାଇନି (୩୨)।

ଏହି ଘଟଣାରେ ୩ ଜଣ ମହିଳା ଓ ୨ ଜଣ ପୁରୁଷ ଆହତ ହୋଇଛନ୍ତି।

ସେମାନେ ଏବେ ଚିକିତ୍ସାଧୀନ ଅଛନ୍ତି।

ଆହୁରି ପଢନ୍ତୁ : 8 Trains Cancelled ନଭେମ୍ବର ୩ ଓ ୪ରେ ୮ଟି ଟ୍ରେନ୍‌ ବାତିଲ୍‌ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ଶୋକ ପ୍ରକାଶ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀ ଝାବର ସିଂହ ଖରାଙ୍କୁ ଘଟଣାସ୍ଥଳ କୁ ଯାଇ ପ୍ରଭାବିତଙ୍କୁ ସମ୍ଭାବ୍ୟ ସହାୟତା ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଶୋକ ପ୍ରକାଶ କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।