Horoscope 2026 October 12: ଜାଣନ୍ତୁ ଆଜିର ରାଶିଫଳ

Oct 12, 2026 - 00:15
Horoscope 2026 October 12: ଜାଣନ୍ତୁ ଆଜିର ରାଶିଫଳ

"‌ମେଷ: ବ୍ୟବସାୟରେ ଯଥେଷ୍ଟ ଲାଭ ହେବ।

କୌଣସି ଅସହାୟଙ୍କୁ ସାହାଯ୍ୟ କରିବେ।

ଘର କାମରେ ବଡ଼ ଭାଇଙ୍କର ସହଯୋଗ ପାଇବେ।

ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି କୌଣସି ସଭାର ଆୟୋଜନ କରିପାରନ୍ତି।

Advertisment ବୃଷ: ଜୀବନକୁ ସୁନ୍ଦର କରିବା ଲାଗି ଚେଷ୍ଟା କରିବେ।

କାର୍ଯ୍ୟବ୍ୟସ୍ତତାରେ ଦିନଟି କଟିବ।

ସନ୍ଧ୍ୟା ସୁଦ୍ଧା ସବୁ କାମ ସମାପ୍ତ ହୋଇଯିବ।

ଜୀବନସାଥୀ ସହିତ ବୁଝାମଣା ବଜାୟ ରହିବ।

ଛାତ୍ରଙ୍କ ଲାଗି ଦିନଟି ଭଲ।

ମିଥୁନ: ଲକ୍ଷ୍ୟକୁ ଶୀଘ୍ର ହାସଲ କରିନେବେ।

ସମାଜରେ ମାନ ସମ୍ମାନ ବଢ଼ିବ।

ଅଫିସରେ ଆପଣଙ୍କ ଭଲ କାମ ଦେଖି ତଳିଆ କର୍ମଚାରୀ ସମ୍ମାନ କରିବେ।

ଘରକୁ ବନ୍ଧୁଙ୍କ ଆଗମନରେ ଖୁସିର ପରିବେଶ ସୃ‌ଷ୍ଟି ହେବ।

କର୍କଟ: ଯେଉଁ କାମ ଆପଣଙ୍କୁ ଅଶାନ୍ତ କରି ଆସୁଥିଲା ସେଥିରେ ସଫଳତା ମିଳିବାର ଯୋଗ ଅଛି।

ଘରର ବରିଷ୍ଠ ସଦସ୍ୟଙ୍କର ବିଶେଷ ଧ୍ୟାନ ରଖିବେ।

ନିଜର ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ।

ସିଂହ: ବ୍ୟବସାୟରେ ବିକ୍ରି ବଢ଼ିବ ଆଉ ଯଥେ‌ଷ୍ଟ ଲାଭ ପାଇବେ।

ଘର କିଣିବା ଲାଗି ଯୋଜନା କରୁଥିବା ବ୍ୟକ୍ତି ସଫଳ ହେବେ।

ସରକାରୀ ଚାକିରିଆଙ୍କ ଲାଗି ଦିନଟ ଭଲ।

ପଦୋନ୍ନତିର ସୁଯୋଗ ଅଛି।

କନ୍ୟା: ବ୍ୟବସାୟ ଆଗକୁ ବଢ଼ାଇବା ଲାଗି ଅନ୍ୟ ବେପାରୀଙ୍କ ସହିତ ଡିଲ୍ କରିବେ।

ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ।

ରାଜନୈତିକ କାମ ପ୍ରତି ଅଧିକ ଆଗ୍ରହୀ ହେବେ।

ତୁଳା: କର୍ମଜୀବୀ ମହିଳା ଅଫିସରେ ପ୍ରୋତ୍ସାହନ ପାଇବେ।

ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ସମୟ ବିତାଇବେ।

ଶିକ୍ଷାକ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ଅବସର ମିଳିପାରେ।

ସ୍ବାସ୍ଥ୍ୟରେ ସୁଧାର ହେବ।

ବିଛା: କୌଣସି ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରି ଆପଣଙ୍କୁ ବହୁତ ଖୁସି ମିଳିବ।

ମହତ୍ତ୍ବପୂର୍ଣ୍ଣ କାମ ଲାଗି କାହାରିକୁ ସାହାଯ୍ୟ ମାଗିବେ।

ପ୍ରେମୀଯୁଗଳ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି।

ଧନୁ: କାହାରିକୁ ଦେଇଥିବା ଉଧାର ଫେରସ୍ତ ପାଇବେ।

ନୂଆ ଜିନିଷ କିଣିବା ଲାଗି ବିଚାର କରିବେ।

କାର୍ଯ୍ୟକ୍ଷେତ୍ରରେ ଅଧିକ କାମ କରିବାକୁ ପଡ଼ିବ।

ସନ୍ଧ୍ୟାରେ ପରିବାର ସହିତ ଭଲ ସମୟ ଅତିବାହିତ କରିବେ।

ମକର: ବଡ଼ଙ୍କର ଆଶୀର୍ବାଦ ମିଳିବା ଯୋଗୁଁ ମନରେ ସକାରାତ୍ମକତା ବଢ଼ିବ।

ଅଫିସ କାମ ସହଜରେ ସମ୍ପାଦନ କରିବେ।

ବେପାରରେ ଲାଭ ହେବ।

ଛାତ୍ରଛାତ୍ରୀ କ୍ୟାରିଅର୍‌ ସମ୍ବନ୍ଧରେ ଶୁଭ ସୂଚନା ପାଇବେ। ‌  କୁମ୍ଭ: କୌଣସି ମାମଲାରେ ବୁଦ୍ଧି ଖଟାଇ ନିଷ୍ପତ୍ତି ନେବାକୁ ହେବ।

ସନ୍ଧ୍ୟାରେ କୌଣସି ବ୍ୟକ୍ତିଙ୍କ ସହିତ ମିଶି ଗୁରୁତ୍ବପୂର୍ଣ୍ଣ ବିଷୟରେ ଚର୍ଚ୍ଚା କରିବେ।

ଜୀବନସାଥୀ ଆପଣଙ୍କୁ କୌଣସି ଜିନିଷ ମାଗି ପାରନ୍ତି।

ମୀନ: କାମ ପୂରା କରିବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ।

ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ।

ଲେଖକ ସମାରୋହରେ ଅଂଶଗ୍ରହଣ କରିବାର ମଉକା ପାଇବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।