Horoscope 2026 October 14: ଜାଣନ୍ତୁ ଆଜିର ରାଶିଫଳ...

Oct 14, 2026 - 00:04
Horoscope 2026 October 14: ଜାଣନ୍ତୁ ଆଜିର ରାଶିଫଳ...

"‌ମେ‌ଷ: ଆୟ ବଢ଼ିବ।

ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି।

ଶିକ୍ଷାକ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ମାନସମ୍ମାନ ପ୍ରାପ୍ତି ହେବ।

ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ଉନ୍ନତି ହୋଇପାରେ।

Advertisment ବୃଷ: ଆପଣ ସମସ୍ତଙ୍କ ସହିତ ଦିନଟି ଭଲରେ ଅତିବାହିତ କରିବେ।

କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବଡ଼ଙ୍କର ପରାମର୍ଶ ନିଅନ୍ତୁ।

ସରକାରୀ ଚାକିରିଆ କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସମ୍ମୁଖୀନ ହେବେ।

ମିଥୁନ: ବ୍ୟବସାୟୀଙ୍କୁ ଲାଭ ମିଳିବ।

ଆର୍ଥିକ ଦୃଷ୍ଟିରୁ ନୂଆ ଅବସରର ଯୋଗ ଅଛି।

ଚାକିରି କାମରେ ଦୂରସ୍ଥାନକୁ ଯାଇପାରନ୍ତି।

ଆପଣଙ୍କ ବ୍ୟବହାରରେ ପରିବାରର ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ନିର୍ମିତ ହେବ।

କର୍କଟ: ଜୀବନସାଥୀ ଠାରୁ ଖୁସି ଖବର ପାଇବେ।

ବାଦବିବାଦ ଠାରୁ ଦୂରରେ ରହନ୍ତୁ।

ଆପଣଙ୍କୁ ଆମଦାନିର ନୂଆ ଉତ୍ସ ମିଳିବ।

ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ପାଇବେ।

ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ସିଂହ: କୌଣସି ଖୁସି ଖବର ପାଇବେ।

ଆପଣ ବଡ଼ଙ୍କ ଠାରୁ ସଂପୂର୍ଣ୍ଣରୂପେ ସହଯୋଗ ପାଇବେ।

ଜୀବନସାଥୀ ପାଇଁ କିଛି ବିଶେଷ କରିବେ।

ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।

କନ୍ୟା: ବ୍ୟବସାୟ ଦୃଷ୍ଟିରୁ ଦିନଟି ଭଲ।

କୌଣସି କ୍ଷେତ୍ରରେ ନିବେଶର ଆପଣଙ୍କୁ ଲାଭ ହେବ।

ନିଜର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ପରିବାରରେ ଖୁସିର ବାତାବରଣ ରହିବ।

ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ଆହୁରି ପଢ଼ନ୍ତୁ- Shriya Saran: ଏଆଇର ଅପବ୍ୟବହାର ଏବଂ ମହିଳାଙ୍କ ଅବମାନନା ବିରୁଦ୍ଧରେ ମୁହଁ ଖୋଲିଲେ ଅଭିନେତ୍ରୀ ଶ୍ରୀୟା ଶରଣ ତୁଳା: ଭଲ ଲାଭର ଯୋଗ ଅଛି।

ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିବାର ପ୍ରବଳ ଯୋଗ ଅଛି।

ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ।

ସନ୍ତାନସୁଖ ପ୍ରାପ୍ତି ଯୋଗ ରହିଛି।

ପ୍ରେମ ଜୀବନ ଭଲ ରହିବ।

ବିଛା: କାର୍ଯ୍ୟକ୍ଷେତ୍ରରେ କର୍ତୃପକ୍ଷଙ୍କ ଠାରୁ ଆପଣଙ୍କୁ ପ୍ରୋତ୍ସାହନ ମିଳିବ।

ନୂଆ ଚାକିରିର ଡାକରା ଆସିପାରେ।

ନିଜର ସମସ୍ୟାକୁ ସାଙ୍ଗ ବା ବନ୍ଧୁଙ୍କୁ କହିବେ।

ପାରିବାରିକ ଜୀବନ ସୁଖଦ ରହିବ।

ଧନୁ: ଘରର ପରିବେଶ ଅତି ପ୍ରସନ୍ନ ରହିବ।

ପରିବାର ଲୋକଙ୍କର ଆପଣଙ୍କ ପ୍ରତି ବିଶ୍ବାସ ବଢ଼ିବ।

ସରକାରୀ ଚାକିରିଆ ସକାରାତ୍ମକ ପରିବେଶରେ କାମ କରିବେ।

ବାଇକ୍ ସାବଧାନତାର ସହ ଚଳାନ୍ତୁ।

ମକର: ପରିବାର ସହିତ ଭଲରେ ସମୟ ଅତିବାହିତ କରିବେ।

ଆର୍ଥିକ ଦୃଷ୍ଟିରୁ କୌଣସି ଭଲ ଖବର ପାଇବେ।

ଲେଖନ ଓ ପ୍ରକାଶନ କ୍ଷେତ୍ରରେ ଲୋକଙ୍କୁ ଭଲ ଅବସର ମିଳିବ।

ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ।

କୁମ୍ଭ: ଚାକିରି କରୁଥିବା ଲୋକଙ୍କୁ ଭଲ ଖବର ମିଳିବ।

ବଡ଼ଙ୍କଠାରୁ ଆପଣଙ୍କୁ ଆଶୀର୍ବାଦ ମିଳିବ।

ଅଭିନୟ କ୍ଷେତ୍ରରେ ରୁଚି ରଖୁଥିବା ଲୋକଙ୍କୁ ନୂଆ ଅବସର ମିଳିବାର ଯୋଗ ଅଛି।

ମୀନ: ଦିନଟି ସକାରାତ୍ମକ ରହିବ।

ମନରେ ନୂଆ ନୂଆ ବିଚାର ଆସିବ।

ଆପଣଙ୍କୁ ବ୍ୟବସାୟରେ ଲାଭ ହେବାର ସମ୍ଭାବନା।

ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିବିଶେଷଙ୍କୁ ଭଲ ଚାକିରିର ପ୍ରସ୍ତାବ ଆସିପାରେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।