INS: ଭାରତୀୟ ସେନାରେ ସାମିଲ ହେଲା ୪୫୦ ସ୍ୱଦେଶୀ କାମିକାଜେ ଡ୍ରୋନ୍‌ ‘ନାଗାସ୍ତ୍ର-୧ଆର୍‌’

Oct 13, 2026 - 22:17
INS: ଭାରତୀୟ ସେନାରେ ସାମିଲ ହେଲା ୪୫୦ ସ୍ୱଦେଶୀ କାମିକାଜେ ଡ୍ରୋନ୍‌ ‘ନାଗାସ୍ତ୍ର-୧ଆର୍‌’

"ନୂଆଦିଲ୍ଲୀ: ଭାରତୀୟ ସେନା ନିଜର ଆକ୍ରମଣ କ୍ଷମତା ବୃଦ୍ଧି ପାଇଁ ମଙ୍ଗଳବାର ୪୫୦ଟି ସ୍ୱଦେଶୀ ନାଗାସ୍ତ୍ର-୧ଆର୍‌ ଡ୍ରୋନ୍‌କୁ ସାମିଲ କରିଛି।

ଏକକାଳୀନ ଏତେ ସଂଖ୍ୟକ କାମିକାଜେ (ଆତ୍ମଘାତୀ) ଡ୍ରୋନ୍‌ ସେନାରେ ସାମିଲ ହେବା ଏହା ପ୍ରଥମ ଘଟଣା।

ଅପରେସନ୍‌ ସିନ୍ଦୂର ପରେ ସେନାର ଡ୍ରୋନ୍‌ କ୍ଷମତା ବଢ଼ାଇବା ଲାଗି ଚାଲିଥିବା ଉଦ୍ୟମର ଏହା ଏକ ଅଂଶ।Advertisment ନାଗପୁରସ୍ଥିତ ସୋଲାର ଡିଫେନ୍ସ ଆଣ୍ଡ୍‌ ଏରୋସ୍ପେସ୍‌ ଲିମିଟେଡ୍‌ (ଏସ୍‌ଡିଏଏଲ୍‌) ଏହି ଡ୍ରୋନ୍‌ଗୁଡ଼ିକ ନିର୍ମାଣ କରିଛି।

ଗତବର୍ଷ ଜୁନ୍‌ରେ ଏହି କମ୍ପାନିକୁ ୧୫୮ କୋଟି ଟଙ୍କାର ଜରୁରିକାଳୀନ ଯୋଗାଣ ଆଦେଶ ଦିଆଯାଇଥିଲା।

ପାକିସ୍ତାନ ସହ ସାମରିକ ସଂଘର୍ଷ ପରେ ସେନାକୁ ଜରୁରିକାଳୀନ କ୍ରୟ କ୍ଷମତା ମିଳିଥିବାରୁ ଏହି ଆଦେଶ ଦିଆଯାଇଥିଲା।

ଚୁକ୍ତି ଅନୁଯାୟୀ, ଏକ ବର୍ଷ ମଧ୍ୟରେ ଯୋଗାଣ ଶେଷ ହେବାର ଥିଲା।

କିନ୍ତୁ ଏଥିପାଇଁ ଏକ ବର୍ଷରୁ ଅଧିକ ସମୟ ଲାଗିଛି।

ଦେଶୀୟ ଶିଳ୍ପ ଆବଶ୍ୟକ ସଂଖ୍ୟାରେ ଡ୍ରୋନ୍‌କମ୍ପାନିର କହିବା ଅନୁଯାୟୀ, ପରୀକ୍ଷଣରେ ଭାଗ ନେଇଥିବା ଚାରିଟି କମ୍ପାନି ମଧ୍ୟରୁ କେବଳ ଏସ୍‌ଡିଏଏଲ୍‌ ନିର୍ଦ୍ଧାରିତ ସମସ୍ତ କାର୍ଯ୍ୟକ୍ଷମ ମାନଦଣ୍ଡ ପୂରଣ କରିଥିଲା।

ଏହା ପୂର୍ବରୁ ୨୦୨୪ରେ ସେନା ୪୮୦ଟି ନାଗାସ୍ତ୍ର-୧ ଡ୍ରୋନ୍‌ ପାଇଥିଲା।

ସେହି ବର୍ଷ ଜୁନ୍‌ରେ ପୁଲଗାଓଁ ଗୋଳାବାରୁଦ ଡିପୋକୁ ପ୍ରଥମ ୧୨୦ଟି ଡ୍ରୋନ୍‌ ଯୋଗାଇ ଦିଆଯାଇଥିଲା ଏବଂ ଡିସେମ୍ବର ସୁଦ୍ଧା ସମସ୍ତ ଡ୍ରୋନ୍‌ର ଯୋଗାଣ ଶେଷ ହୋଇଥିଲା।

ଅପରେସନ୍‌ ସିନ୍ଦୂର ସମୟରେ ଦେଶୀୟ ଶିଳ୍ପ ଆବଶ୍ୟକ ସଂଖ୍ୟାରେ ଡ୍ରୋନ୍‌, ଡ୍ରୋନ୍‌ ପ୍ରତିରୋଧୀ ବ୍ୟବସ୍ଥା ଓ ଲକ୍ଷ୍ୟଭେଦୀ ଡ୍ରୋନ୍‌ ଯୋଗାଇ ପାରିନଥିବା କଥା ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଦସ୍ତାବିଜ୍‌ରେ ମଧ୍ୟ ସ୍ୱୀକାର କରାଯାଇଛି।

ଏହା ପରେ ସଶସ୍ତ୍ର ବାହିନୀ ପ୍ରାୟ ୩୦ ହଜାର କୋଟି ଟଙ୍କାର ଜରୁରିକାଳୀନ କ୍ରୟ ଚୁକ୍ତି କରିଛି।

ଏଥିରେ ଡ୍ରୋନ୍‌, ରାଡାର୍‌ ଓ ବୈଦ୍ୟୁତିକ ଯୁଦ୍ଧ ବ୍ୟବସ୍ଥା ଆଦି ସାମିଲ ରହିଛି।

Operation Sindoor: "ଅପରେସନ୍ ସିନ୍ଦୂର"ରେ ସହିଦ ହୋଇଥିବା ୬ ଭାରତୀୟ ସେନା ଯବାନଙ୍କ ନାମ ସରକାରୀ ଭାବେ ପ୍ରକାଶିତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।