Horoscope 2026 October 17: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ଏକାଗ୍ରଚିତ୍ତରେ କରୁଥିବା କାମର ସଫଳ ହେବେ।
ଆପଣଙ୍କର ସାମାଜିକ ପରିସର ବୃଦ୍ଧି ହେବ।
ପ୍ରିୟଜନର ପ୍ରେମ ସହଯୋଗ ଉଭୟ ପାଇବେ।
ପାରିବାରିକ ଜୀବନ ଶାନ୍ତିମୟ ହେବ।
Advertisment ବୃଷ: ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି।
ଅଫିସରେ କାମ କରିବା ଶୈଳୀ ବଦଳାଇବେ।
ବ୍ୟବସାୟରେ ଭାଗୀଦାର ଭାବିଚିନ୍ତି କରନ୍ତୁ।
ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।
ମିଥୁନ: ଆପଣଙ୍କ କାମରେ ଜୀବନସାଥୀ ପ୍ରସନ୍ନ ରହିବେ।
ଠିକାଦାରଙ୍କୁ ଧନଲାଭ ହେବ।
ନୂଆ କାମ କରିବା ଲାଗି ଆଗ୍ରହ ବଢ଼ିବ।
ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ।
କର୍କଟ: ନୂଆ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଲାଗି ଦିନଟି ଶୁଭ।
ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ।
ଧାର ଦେଇଥିବା ପଇସା ଫେରସ୍ତ ପାଇବେ।
ଘରକୁ କୌଣସି ବନ୍ଧୁର ଆଗମନ ହେବ।
ସିଂହ: ନୂଆ ଜିନିଷ ଉପରେ ବିଚାର କରିବେ।
ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥା ଭଲଭାବରେ ରଖି ପାରିବେ।
ମନୋରଂଜନ କାର୍ଯ୍ୟରେ ଖର୍ଚ୍ଚ କରିବେ।
ଛାତ୍ରଛାତ୍ରୀଙ୍କର ଲେଖାପଢ଼ା ପ୍ରତି ରୁଚି ବଢ଼ିବ।
କନ୍ୟା: ଅଧୁରା ଥିବା ସରକାରୀ କାମ ପୂରା ହୋଇଯିବ।
ଅର୍ଥ ମାମଲାରେ ସ୍ଥତି ମଜଭୁତ ହେବ।
ରାଜନୀତିକ ଓ ସାମାଜିକ କାର୍ଯ୍ୟରେ ସମୟ ଦେବେ।
ଦାମ୍ପତ୍ୟ ଜୀବନରେ ନୂତନତ୍ବ ଆସିବ।
ଆହୁରି ପଢ଼ନ୍ତୁ- Yami Goutam: "ଧୁରନ୍ଧର: ଦ ରିଭେଞ୍ଜ"ରେ କ୍ୟାମିଓ ପାଇଁ ମୋଟା ଅଙ୍କର ପାରିଶ୍ରମିକ ପାଇଛନ୍ତି କି ୟାମୀ ଗୌତମ?
ତୁଳା: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ।
ପରିବାରରେ କୌଣସି ବଡ଼ ଦାୟିତ୍ବ ତୁଲାଇବେ।
ଅଫିସରେ ଅଧୁରାଥିବା କାମ ପୂରା କରିପାରିବେ।
ଜୀବନସାଥୀଠାରୁ ସକାରାତ୍ମକ ସଂକେତ ମିଳିପାରେ।
ବିଛା: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ।
ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ।
ଆର୍ଥିକ ସ୍ଥିତିରେ ପ୍ରଗତି ହେବ।
ପିଲାଙ୍କ କ୍ୟାରିୟର ପାଇଁ ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।
ଧନୁ: ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ପ୍ରସଦ୍ଧି ବଢ଼ିବ।
ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି।
ଧନ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ସଫଳତା ମିଳିବ।
ପ୍ରେମ ଜୀବନ ଭଲ ରହିବ।
ମକର: ବାଦବିବାଦ ଠାରୁ ନିଜକୁ ଦୂରରେ ରଖନ୍ତୁ।
ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।
ଚାକିରିଜୀବୀଙ୍କର ଦୂରସ୍ଥାନକୁ ବଦଳି ହୋଇପାରେ।
ବୈବାହିକ ଜୀବନରେ ପ୍ରସନ୍ନତା ରହିବ।
କୁମ୍ଭ: ଆପଣଙ୍କ ସମସ୍ୟାର ସମାଧାନ ବାହାରିବ।
ମିଡ଼ିଆ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ।
ବେପାରରେ ଧନଲାଭର ଅବସର ପାଇବେ।
ସମସ୍ତଙ୍କ ସହିତ ପ୍ରେମଭାବ ବଜାୟ ରଖନ୍ତୁ।
ମୀନ: ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ।
ଜୀବନସାଥୀ ସହିତ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ଲେଖକଙ୍କୁ ଖ୍ୟାତି ମିଳିବ।
କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ଖୋଲିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।