Horoscope 2026 September 08: ଜାଣନ୍ତୁ ଆଜିର ରାଶିଫଳ...

Sep 08, 2026 - 00:13
Horoscope 2026 September 08: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ମାତାପିତାଙ୍କ ସହିତ ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ।

ଅଧୁରା କାମ ସଂପୂର୍ଣ୍ଣ କରିବା ଲାଗି ଭଲ ଯୋଗ ରହିଛି।

ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।Advertisment ବୃଷ: ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ।

ନୂଆ ବିଚାର ସହ କୌଣସି କୌଣସି ବିଶେଷ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ତେଜରାତି ବ୍ୟବସାୟୀ ଆଶାତୀତ ଲାଭ ପାଇବେ।

ପ୍ରେମ ଜୀବନ ମଧୁର ହେବ।‌ ମିଥୁନ: ଜୀବନସାଥୀର ସହଯୋଗ ଆପଣଙ୍କ ଅଶାନ୍ତିକୁ କମ୍ କରାଇବ।

କୌଣସି କାମ ପାଇଁ ଯୋଜନା ପ୍ରସ୍ତୁତ କରିବେ।

ଅଧିକାରୀଙ୍କୁ ଆପଣଙ୍କ ମତ ପସନ୍ଦ ହେବ।

ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ‌ କର୍କଟ: ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ।

ବ୍ୟବସାୟକୁ ଅନ୍ୟ କୌଣସି ଜିଲ୍ଲାରେ ବିସ୍ତାର କରିବା ଲାଗି ଭାବିବେ।

ଓକିଲଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ।

ଛାତ୍ର ଲେଖାପଢ଼ାରେ ଧ୍ୟାନ ଦେବେ। ‌ ସିଂହ: ଜୀବନସାଥୀ ସହଯୋଗରେ ଆପଣଙ୍କର କୌଣସି କାମ ସଂପୂର୍ଣ୍ଣ ହୋଇପାରେ।

ସଂଚାର କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ଘର ପାଇଁ ଦରକାରୀ ଜିନିଷ କିଣିବେ।

ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

କନ୍ୟା: ଆପଣ ପ୍ରସ୍ତୁତ କରିଥିବା ଯୋଜନା ସଫଳ ହେବ।

ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ।

ସାମାଜିକ କାର୍ଯ୍ୟରେ ସମୟ ଦେବେ।

ପ୍ରେମ ଜୀବନ ପ୍ରୀତିକର ଓ ଆନନ୍ଦମୟ ରହିବ।

ଆହୁରି ପଢ଼ନ୍ତୁ- Toxic: ବକ୍ସ ଅଫିସରେ ଫ୍ଲପ୍ ହେବା ପରେ 'ଟକ୍ସିକ୍'ର ଓଟିଟି ଡିଲ୍‌କୁ ଝଟ୍‌କା: ୫୦୦ କୋଟିର ଫିଲ୍ମ ପାଇଁ ଅଫର୍ ମିଳିଲା ମାତ୍ର ୩୦ କୋଟି ତୁଳା: ଦିନଟି ବହୁତ ଶୁଭ ରହିବ।

ଆପଣଙ୍କର କୌଣସି ନିର୍ଣ୍ଣୟରେ ପରିବାର ଲୋକ ସହଯୋଗ କରିବେ।

ବେପାରରେ ଉନ୍ନତି ହେବ।

ଲେଖକଙ୍କୁ ଖ୍ୟାତି ମିଳିବ।

ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

ବିଛା: ବେପାର ଉଦ୍ୟୋଗରେ ଲାଭ ହେବ।

କୌଣସି କାମରେ ଦୂରସ୍ଥାନକୁ ଯାଇପାରନ୍ତି।

କୌଣସି ଖୁସି ଖବର ପାଇବେ।

କ୍ୟାରିୟରରେ ଆପଣ ନିଜ ଗୁରୁଙ୍କ ସହଯୋଗ ପାଇବେ।

ଧନୁ: ପାରିବାରିକ ଜୀବନରେ କିଛି ପରିବର୍ତ୍ତନ ଆସିପାରେ।

ଆପଣ ନିଜ ବନ୍ଧୁଠାରୁ ଭଲ ପରାମର୍ଶ ପାଇବେ।

ସାମାଜିକ କ୍ଷେତ୍ରରେ ମାନସମ୍ମାନ ବଢ଼ିବ।

ସରକାରୀ ଚାକିରିଆ କାମରେ ବ୍ୟସ୍ତ ରହିବେ।

ମକର: ବ୍ୟବସାୟରେ ଯଥେଷ୍ଟ ବୃଦ୍ଧି ହେବ।

ଚାକିରିରେ ପଦୋନ୍ନତି ମିଳିବା ଯୋଗୁଁ ପ୍ରସନ୍ନ ରହିବେ।

ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।

ଜୀବନସାଥୀ ସହ ସମ୍ବନ୍ଧ ମଜଭୁତ ହେବ।

ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।

କୁମ୍ଭ: ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ।

ହଜମ ଜନିତ ସମସ୍ୟାରୁ ଆରାମ ପାଇବେ।

ବନ୍ଧୁମାନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

ପ୍ରତିଯୋଗୀ ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ।

ମୀନ: ଆପଣଙ୍କ ମନରେ ସକାରାତ୍ମକତା ରହିବ।

କାମ ପାଇଁ କୌଣସି ବଡ଼ ନିଷ୍ପତ୍ତି ନେବେ।

ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କର ଉନ୍ନତି ହେବ।

ଜୀବନସାଥୀ ସହ ଭଲ ତାଳମେଳ ବଜାୟ ରହିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।