Traffic: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବିଯୁକ୍ତ ପଏଣ୍ଟ ମିଳିବ, ଭଲ ଆଚରଣ ପାଇଁ ରିୱାର୍ଡ

Sep 08, 2026 - 00:35
Traffic: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବିଯୁକ୍ତ ପଏଣ୍ଟ ମିଳିବ, ଭଲ ଆଚରଣ ପାଇଁ ରିୱାର୍ଡ

"ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌)କୁ ପଏଣ୍ଟ ଆଧାରିତ କରିବା ଯୋଜନା ଉପରେ ସରକାର କାମ କରୁଛନ୍ତି।

ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଡିଏଲ୍‌ରେ ନେଗେଟିଭ୍‌ (ବିଯୁକ୍ତ) ପଏଣ୍ଟ ଯୋଡ଼ିହେବ।

ବାରମ୍ବାର ନିୟମ ଉଲ୍ଲଂଘନ ହେଲେ ଡିଏଲ୍‌କୁ ବାତିଲ କରାଯିବ।

ସେହିପରି ଯେଉଁଭଳି ଟ୍ରାଫିକରେ ଭଲ ବ୍ୟବହାର ପ୍ରଦର୍ଶନ କରିବେ ସେମାନଙ୍କୁ ରିୱାର୍ଡ ମଧ୍ୟ ଦିଆଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି।

ଗାଡ଼ି ଚଲାଇବା ବେଳେ ନିୟମକୁ ଠିକ୍‌ ଭାବେ ପାଳନ କରୁଥିବା ଲୋକମାନଙ୍କୁ ବୀମା କମ୍ପାନିଠାରୁ ଲାଭ ସମେତ ବିଭିନ୍ନ ପ୍ରକାର ଲାଭ ପ୍ରଦାନ କରିବା ଉପରେ ବିଚାର ଚାଲିଛି।

Advertisment ଯେଉଁମାନେ ଭୁଲ କରିବେ ସେମାନଙ୍କ ଉପରେ ଜରିମାନା ଲାଗିବ।

ସଡ଼କ ସୁରକ୍ଷାର ଏକ ଦିଗ ହେଉଛି ଗାଡ଼ି ଚାଳନା ଅଭ୍ୟାସ।

ନିୟମିତ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଚାଳକମାନେ ହେଉଛନ୍ତି ବଡ଼ ସମସ୍ୟା।

ସଡ଼କ ସୁରକ୍ଷାରେ ଉନ୍ନତି ଆଣିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ସତ୍ତ୍ବେ ପ୍ରତିବର୍ଷ ୫ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ଘଟୁଛି ଯେଉଁଥିରେ ୧.୮୦ ଲକ୍ଷ ଲୋକଙ୍କ ଜୀବନ ଚାଲିଯାଉଛି।

ଆହୁରି ପଢ଼ନ୍ତୁ: Bengali: "ବଙ୍ଗାଳୀମାନେ ମାଛ ଓ ମାଂସ ଖାଇବେ": ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଦୁର୍ଗା ପୂଜା ଟିପ୍ପଣୀ ଉପରେ ରାଜ୍ୟ ବିଜେପି ମୁଖ୍ୟଙ୍କ ପ୍ରତିକ୍ରିୟା  ଏଭଳି ଦୁର୍ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କ ବୟସ ୧୮ରୁ ୩୬ ବର୍ଷ ମଧ୍ୟରେ ରହିଛି।

ଏହା ଅତ୍ୟନ୍ତ ଚିନ୍ତାଜନକ ସଂଖ୍ୟା ଯାହା ହ୍ରାସ ପାଇବା ନିହାତି ଦରକାର।

ଯେଉଁ କାରଣ ପାଇଁ ଗାଡ଼ି ଦୁର୍ଘଟଣା ହେଉଛି ତାହାର ସମ୍ପୂର୍ଣ୍ଣ ଚକ୍ରର ବୁଝିବା ପରେ ସେଥିରେ ପ୍ରଯୁକ୍ତି ଜରିଆରେ ସୁଧାର ଆଣିବାକୁ ଉଦ୍ୟମ କରାଯିବ ବୋଲି ଗଡ଼କରୀ କହିଛନ୍ତି।

ସେ ସୂଚନା ଦେଇଛନ୍ତି ଯେ ଦେଶରେ ୧୬୦୦ ଡ୍ରାଇଭିଂ ତାଲିମ କେନ୍ଦ୍ର ସ୍ଥାପନ କରିବା ଯୋଜନା ରହିଛି।

ବର୍ତ୍ତମାନ ସୁଦ୍ଧା ୧୪ଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିବା ବେ‌ଳେ ଆଉ ୧୧୨ଟି କେନ୍ଦ୍ର ସ୍ଥାପନ ହେବାକୁ ଯାଉଛି।

୧୦ ଲକ୍ଷ ଚାଳକଙ୍କୁ ତାଲିମ ଦିଆଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।