Horoscope 2026 September 10: ଜାଣନ୍ତୁ ଆଜିର ରାଶିଫଳ...

Sep 10, 2026 - 00:02
Horoscope 2026 September 10: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ଆର୍ଥିକ ସମସ୍ୟା ସମାଧାନ ହେବ।

ଦୃଷ୍ଟିକୋଣରେ ସକାରାତ୍ମକ ପରିବର୍ତ୍ତନ ଦେଖିବେ।

ଭୂମି ବା ଗାଡ଼ି ସମ୍ବନ୍ଧୀୟ ମକଦ୍ଦମା କୋର୍ଟରେ ଥିଲେ ତାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ‌Advertisment ବୃଷ: ଧାର୍ମିକ ଓ ଆଧ୍ୟାତ୍ମିକ ଆଡ଼କୁ ଆପଣଙ୍କର ଧ୍ୟାନକେନ୍ଦ୍ରୀତ ହେବ।

ଲକ୍ଷ୍ୟ ପ୍ରତି ପୂର୍ଣ୍ଣରୂପେ ଏକାଗ୍ରଚିତ୍ତ ରହିବେ।

ସମାଜରେ ନିଜର ଏକ ଅଲଗା ପରିଚୟ ବନାଇବେ।

ପ୍ରେମ ଜୀବନ ଭଲ ହେବ। ‌ ମିଥୁନ: ବିଦ୍ୟାର୍ଥୀ ଓ ଯୁବାବର୍ଗ ନିଜର ସଫଳତାକୁ ନେଇ ମନରେ କୌଣସି ପ୍ରକାର ସଂଶୟ ରଖନ୍ତୁ ନାହିଁ।

ନୂଆ ନିବେଶ କରିବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରି ନିଅନ୍ତୁ।

ନୂଆ ଚାକିରିର ସୁଯୋଗ ଆସିପାରେ। ‌ କର୍କଟ: ଅନ୍ୟମାନଙ୍କ ଉପରେ ଅଧିକ ଆଶା ନରଖି ନିଜର କାର୍ଯ୍ୟ ଦକ୍ଷତା ଓ ଯୋଗ୍ୟତା ଉପରେ ଭରସା ରଖନ୍ତୁ।

ଯୁବାବର୍ଗ ଭାବନାରେ ଆସି ନିର୍ଣ୍ଣୟ ନିଅନ୍ତୁ ନାହିଁ।

ଜୀବନରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ।

ସିଂହ: ଚାକିରି, ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରାର କାର୍ଯ୍ୟକ୍ରମ ବନିପାରେ।

ଅଚାନକ ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ବିଦ୍ୟାର୍ଥୀ ଚିତ୍ତ ଚାଞ୍ଚଲ୍ୟ ଠାରୁ ଦୂରରେ ରହି ପଢ଼ିବା ଉପରେ ପୂରା ଧ୍ୟାନ କେନ୍ଦ୍ରୀତ କରନ୍ତୁ। ‌ କନ୍ୟା: ନିକଟ ସଂପର୍କୀୟଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ।

ବ୍ୟବସାୟ ଯୋଜନା ଆରମ୍ଭ କରିବା ଲାଗି ଠିକ୍ ସମୟ।

ଆପଣଙ୍କୁ କିଛି ଲୋକ ଈର୍ଷା କାରଣରୁ ବିରୋଧ କରିବେ।

ଧାର ଦେଇଥିବା ଅର୍ଥ ପାଇବେ। ‌ ଆହୁରି ପଢ଼ନ୍ତୁ- Puri Jagannath: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ; ୨ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ତୁଳା: ଅନ୍ୟମାନଙ୍କ ଉପରେ ଅଧିକ ନିର୍ଭର ରହନ୍ତୁ ନାହିଁ।

କର୍ମ ଉପରେ ଧ୍ୟାନ ଦିଅନ୍ତୁ ଏବଂ ସକାରାତ୍ମକ ରହନ୍ତୁ।

ଅଫିସରେ ଅଧିକ ସମୟ କାମ କରିବା ଯୋଗୁଁ ଘରେ ପହଞ୍ଚିବା ବିଳମ୍ବ ହେବ।

ବିଛା: ଜୀବନ ବହୁତ ସହଜ ଓ ସରଳ ହେବ।

ଯାହା ବି କାମ କରିବେ ନିଶ୍ଚୟ ପୂରା ହେବ।

ଆପଣଙ୍କ ଯୋଜନା ଗୁପ୍ତ ରଖନ୍ତୁ ନହେଲେ ଅନ୍ୟମାନେ ତାର ଫାଇଦା ନେବେ।

ଘରକୁ କୌଣସି ବନ୍ଧୁ ଆସିପାରନ୍ତି।

ଧନୁ: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ।

ଜମି ବ୍ୟବସାୟୀଙ୍କ ଲାଗି ଲାଭଦାୟକ ସ୍ଥିତି ଅଛି।

ଅଫିସ କାମରେ ସଫଳତା ପାଇବେ।

ଈଶ୍ବରଙ୍କ ପ୍ରତି ବିଶ୍ବାସ ବଢ଼ିବ।

ମକର: ପରିସ୍ଥିତିକୁ ଦେଖିବାର ଦୃଷ୍ଟିକୋଣ ବଦଳାନ୍ତୁ।

ଅଧୁରା କାମ ପୂରା କରିବା ଲାଗି ଉଚିତ ସମୟ।

ସମସ୍ୟାକୁ ସକାରାତ୍ମକ ଉପାୟରେ ସମାଧାନ କରନ୍ତୁ।

ବଡ଼ ଉପଲବ୍ଧି ମିଳିବା ଯୋଗୁଁ ଉତ୍ସାହିତ ରହିବେ।

କୁମ୍ଭ: ଦାମ୍ପତ୍ୟ ଜୀବନ ତଥା ଘରର ବ୍ୟବସ୍ଥାରେ ମଧୁରତା ଓ ଆପୋସୀ ସାମଞ୍ଜସ୍ୟ ବଜାୟ ରହିବ।

ଆପଣଙ୍କ ଉପରେ କାମର ଭାର ଅଧିକ ରହିବ।

ଯୁବାବର୍ଗ ବ୍ୟର୍ଥ କାର୍ଯ୍ୟରେ ସମୟ ବରବାଦ କରନ୍ତୁ ନାହିଁ।

ମୀନ: ଜୀବନସାଥୀ ବା ପରିଜନଙ୍କ ସହଯୋଗ ଆପଣଙ୍କ ଆତ୍ମବଳକୁ ବଢ଼ାଇ ରଖିବ।

ସକାରାତ୍ମକ ହୋଇ କାମରେ ଧ୍ୟାନ ଲଗାଇବେ।

କାହାରି ପ୍ରଲୋଭନରେ ପଡ଼ନ୍ତୁ ନାହିଁ।

ବନ୍ଧୁ ସହିତ ବାହାରକୁ ବୁଲି ଯିବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।