Hospital: ଛତ୍ରପୁର ହସ୍ପିଟାଲର ଡାକ୍ତର ସଙ୍କଟ ନେଇ କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

Sep 11, 2026 - 15:25
Hospital: ଛତ୍ରପୁର ହସ୍ପିଟାଲର ଡାକ୍ତର ସଙ୍କଟ ନେଇ କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

"ଛତ୍ରପୁର: ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ବହୁ ଡାକ୍ତର ପଦବି ଖାଲି ପଡିଥିବା ନେଇ ରୋଗୀମାନେ ସମସ୍ୟା ହେଉଛନ୍ତି ।

ଏଣୁ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଛତ୍ରପୁର କଂଗ୍ରେସ ପକ୍ଷରୁ ଏକ ଦାବି ପତ୍ର ଓଡିଶା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ପଣ୍ଡାଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ଛତ୍ରପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାଗିରଥୀ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ସାକ୍ଷାତ କରି ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ।

ସୂଚନାନୁସାରେ, ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ବର୍ତମାନ ୭ ରୁ ୮ ଜଣ ଡାକ୍ତର ଅଛନ୍ତି ।

ଛତ୍ରପୁର ବ୍ଲକ, ଗଞ୍ଜାମ ବ୍ଲକ ସମେତ କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ଗ୍ରାମବାସୀ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି ।

ହେଲେ ଏହି ଡାକ୍ତରଖାନାରେ ୫୦ ଡାକ୍ତର ରହିବା ସ୍ଥାନରେ ମାତ୍ର ୮ ଜଣ ଡାକ୍ତର ଅଛନ୍ତି ।

ଦୈନିକ ୫ ଶହରୁ ଅଧିକ ରୋଗୀ ଏହି ଡାକ୍ତରଖାନାକୁ ଆସୁଛନ୍ତି ।

ଡାକ୍ତରଙ୍କ ଅଭାବରୁ ରୋଗୀମାନେ ଘଂଟା ଘଂଟା ଧରି ଲାଇନ୍ ବାନ୍ଧି ଛିଡା ହେବାକୁ ପଡୁଛି ।

ଯଦ୍ୱାରା ଏହି ବ୍ଲକ ଗୁଡିକ ଗ୍ରାମର ରୋଗୀ ଏବଂ ସେମାନଙ୍କ ସଂପର୍କୀୟ ହଇରାଣ ହରକତ ହେଉଛନ୍ତି ।

ଛତ୍ରପୁର ଡାକ୍ତରଖାନାର ଏଭଳି ସମସ୍ୟା ନେଇ ରୋଗୀମାନେ ଏଠାକୁ ଆସିବା ବଦଳରେ ସିଧାସଳଖ ବ୍ରହ୍ମପୁରକୁ ଯିବାକୁ ପଡୁଛି ।

ଫଳରେ ଅଧିକା ଖର୍ଚ୍ଚାନ୍ତ ସହ ହଇରାଣ ହେବାକୁ ପଡୁଛି ।

ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବଡ ବଡ ହାକିମବାବୁ ଅଛନ୍ତି ।

ହେଲେ ମଧ୍ୟ ଛତ୍ରପୁର ଡାକ୍ତରଖାନା ପ୍ରତି କାହାରି ଦରଜ ନାହିଁ ।

ଯଦ୍ୱାରା ବହୁଦିନ ଧରି ଡାକ୍ତର ସମସ୍ୟା ରହୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ ।

ପୂର୍ବରୁ ଛତ୍ରପୁର ଡାକ୍ତରଖାନାରେ ଡାକ୍ତର ଓ ଷ୍ଟାଫ୍ ନର୍ସର ସଙ୍କଟ ନେଇ ରୋଗୀ ଏଠାକୁ ଆସିବା  ପାଇଁ ମୁହଁ ଫେରାଉଛନ୍ତି ।

ଛତ୍ରପୁର ହସ୍ପିଟାଲ ପୂର୍ବରୁ ଯେଉଁ ସୁନାମ ରଖିଥିଲା  ତାହା ଧିରେ ଧିରେ ହ୍ରାସ ହେବାକୁ ଲାଗିଛି ।Advertisment ଏଣୁ ଏହାର ସ୍ଥାୟୀ ସମାଧାନ ନିମନ୍ତେ କଂଗ୍ରେସ ପକ୍ଷରୁ ଏକ ଦାବି ପତ୍ର ମାଧ୍ୟମରେ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ଏହି ଦାବିପତ୍ର ପ୍ରଦାନ ବେଳେ ବିଧାୟକ ପ୍ରାର୍ଥୀ ଶ୍ରୀ ବେହେରା, ପୂର୍ବତନ ସରପଂଚ ଡି.ରାମସ୍ୱାମୀ ରେଡ୍ଡୀ, ରାଜ୍ୟ ଛାତ୍ର କଂଗ୍ରେସର ସାଧାରଣ ସଂପାଦକ ଚକ୍ରପାଣି ପୋଲାଇ ଓ ମହେଶ କୁମାର ଗୌଡ, କାଳୁଚରଣ ତ୍ରିପାଠୀ, ଜିତୁ ରାଉଳ, ପି.ଧର୍ମା ରେଡ୍ଡୀ, ରଞ୍ଜିତ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Brutally Assaulted: ସାଙ୍ଗକୁ ଡ଼ାକି ନେଇ ମଦ ପିଇଲେ, ନିର୍ଦ୍ଧୁମ ମାଡ଼ ମାରି ଦରମରା କରି ପକେଇ ଦେଲେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।