Wedding: କୋଟି କୋଟି ଟଙ୍କାର ସୁନା, ନଗଦରେ ବିବାହ: ଭାଇରାଲ୍ ଭିଡିଓ ପରେ ବର ଗିରଫ
"ତୁର୍କିଏ: ତୁର୍କିଏରେ ଏକ ବିଳାସପୂର୍ଣ୍ଣ ବିବାହ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି।
ବିବାହର ଭିଡିଓରେ କନ୍ୟାଙ୍କୁ ବିପୁଳ ପରିମାଣର ସୁନା ଅଳଙ୍କାର, ବିଦେଶୀ ମୁଦ୍ରା ଓ ଅନ୍ୟାନ୍ୟ ମହଙ୍ଗା ସାମଗ୍ରୀରେ ସଜିଥିବା ଦେଖିବାକୁ ମିଳିଥିଲା।
ଏହି ଭିଡିଓ ଭାଇରାଲ୍ ହେବା ପରେ ମାମଲା ଏବେ ପୁଲିସ ତଦନ୍ତ ପର୍ଯ୍ୟନ୍ତ ପହଞ୍ଚିଛି।
ରିପୋର୍ଟ ଅନୁସାରେ, ବିବାହରେ ପ୍ରଦର୍ଶିତ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀର ମୋଟ ମୂଲ୍ୟ ପ୍ରାୟ ୪୪ ନିୟୁତ ତୁର୍କୀୟ ଲିରା, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୮.୬୪ କୋଟି ଟଙ୍କା ବୋଲି କୁହାଯାଇଛି।
ବର ମେହମତ ଫାତିହ ତାଞ୍ଚାଲାନ ଓ ତାଙ୍କ ପତ୍ନୀ ଚାଗ୍ଲା ଓଜଙ୍କ ଏହି ଆଡମ୍ବରପୂର୍ଣ୍ଣ ବିବାହ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା।Advertisment ତୁର୍କିଏର ଚର୍ଚ୍ଚିତ ବିବାହ ଏବେ ପୁଲିସ ତଦନ୍ତରେ ତେବେ ବିବାହର ଚମକଦାର ଭିଡିଓ ପରେ ବର ମେହମତ ଫାତିହ ତାଞ୍ଚାଲାନ ପୁଲିସ ତଦନ୍ତରେ ଫସିଛନ୍ତି।
ରିପୋର୍ଟ ଅନୁସାରେ, ଅପରାଧରୁ ମିଳିଥିବା ସମ୍ପତ୍ତିକୁ ବୈଧ ଭାବେ ଦର୍ଶାଇବା ସମ୍ପର୍କିତ ଅଭିଯୋଗ ନେଇ ତଦନ୍ତ ଚାଲିଛି।
ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ଜେଲ୍ ପଠାଯାଇଥିବା ସୂଚନା ମିଳିଛି।ଏହି ମାମଲାରେ ଏବେ ତାଙ୍କ ପତ୍ନୀ ଚାଗ୍ଲା ଓଜ ମଧ୍ୟ ପୁଲିସର ନଜରରେ ଅଛନ୍ତି।
ତାଙ୍କୁ ଇସ୍ତାନବୁଲରେ ହେପାଜତକୁ ନିଆଯାଇଥିବା ରିପୋର୍ଟରେ କୁହାଯାଇଛି।
ଦମ୍ପତିଙ୍କ ପାଖରେ ଥିବା ସମ୍ପତ୍ତି ଓ ବିବାହରେ ପ୍ରଦର୍ଶିତ ମହଙ୍ଗା ସାମଗ୍ରୀର ପ୍ରକୃତ ଉତ୍ସ କ"ଣ, ତାହା ନେଇ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ କରୁଛି।
ଅନ୍ୟପକ୍ଷରେ, ବିବାହରେ ଦେଖାଯାଇଥିବା ସମସ୍ତ ଅଳଙ୍କାର ନିଜସ୍ୱ ନଥିବା ଦାବି ମଧ୍ୟ ସାମ୍ନାକୁ ଆସିଛି।
କିଛି ଅଳଙ୍କାର ଜଣେ ପରିଚିତ ଜୁଏଲରଙ୍କଠାରୁ ଭଡ଼ାରେ ନିଆଯାଇଥିବା ଏବଂ ବିବାହ ପରେ ଫେରାଇ ଦିଆଯାଇଥିବା କୁହାଯାଇଛି।
ଏଥିସହ କିଛି ସାମଗ୍ରୀ ସ୍ପନସରସିପ୍ ମାଧ୍ୟମରେ ମିଳିଥିବା ଦାବି ମଧ୍ୟ ରହିଛି।
ଏହି ଘଟଣାରେ ବରଙ୍କ ବିରୋଧରେ ପୂର୍ବରୁ ୨୫ଟି ଅପରାଧିକ ରେକର୍ଡ ଥିବା ଦାବି ମଧ୍ୟ ରିପୋର୍ଟରେ ଉଲ୍ଲେଖ ହୋଇଛି।
ତେବେ ଏହି ଦାବିଗୁଡ଼ିକର ସମ୍ପୂର୍ଣ୍ଣ ଆଇନଗତ ସ୍ଥିତି ସ୍ପଷ୍ଟ ହୋଇନାହିଁ।
ତେଣୁ ତଦନ୍ତ କିମ୍ବା ଗିରଫକୁ ଆଧାର କରି କାହାକୁ ଦୋଷୀ ଘୋଷଣା କରାଯାଇପାରିବ ନାହିଁ; ମାମଲାର ଅନ୍ତିମ ସତ୍ୟ ତଦନ୍ତ ଓ କୋର୍ଟର ନିଷ୍ପତ୍ତି ପରେ ହିଁ ସ୍ପଷ୍ଟ ହେବ।
କାଶ୍ମୀରୀମାନେ କ"ଣ ଜେଲ୍ ଯିବେ କି?
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।