Hospital Faces Severe Doctor Shortage: ରୋଗୀ ମାଳ ମାଳ, ନାହାଁନ୍ତି ଡାକ୍ତର; ୪୫ଟି ଡାକ୍ତର ପଦବୀ ଥିବାବେଳେ ଅଛନ୍ତି ମାତ୍ର ୧୪
ମାଳ ମାଳ ରୋଗୀ, ହେଲେ ନାହାଁନ୍ତି ପର୍ଯ୍ୟପ୍ତ ପରିମାଣର ଡାକ୍ତର। ଡାକ୍ତର ଅଭାବରୁ ଉନ୍ନତ ଚିକିତ୍ସାରୁ ବଂଚିତ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଲୋକ। ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବରୁ ଚିକିତ୍ସାରୁ ବଂଚିତ ହେଉଛନ୍ତି ଲୋକେ। ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାର ପ୍ରାୟ ଶହ ଶହ ଲୋକ ଏହି ମେଡିକାଲ୍ ଉପରେ ନିର୍ଭରଶୀଳ। କିନ୍ତୁ ଦୁଃଖର ବିଷୟ ଏହି ଉପଖଣ୍ଡ ଚିକିତ୍ସାଳୟରେ ୪୫ ଜଣ ଡାକ୍ତରଙ୍କ ପଦବୀ ଥିବାବେଳେ ଅଛନ୍ତି ମାତ୍ର ୧୪ଜଣ ଡାକ୍ତର।
ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ପଦବୀ ଖାଲି ଥିବାବେଳେ ଡାକ୍ତର ନିଯୁକ୍ତି କିନ୍ତୁ ହେଉନଥିବା ଅଭିଯୋଗ ହୋଇଛି। ନୂଆ ମେଡିକାଲ ବିଲ୍ଡିଂ ତିଆରି ପାଇଁ ଅର୍ଥ ବ୍ୟୟବରାଦ ହୋଇଥିଲେ ମଧ୍ୟ କେବେ କାମ ସରିବ, ଏବଂ ରୋଗୀ ଏହାର ସୁଫଳ ପାଇବେ ତାହାକୁ ନେଇ ପ୍ରଶ୍ନ ଉଠିଛି। ସେପଟେ ଏନେଇ ଏସଡିଏମ କହିଛନ୍ତି ଡାକ୍ତର ନିଯୁକ୍ତି ହେବାର ଅଛି, ଯଦି ଫାଇନାଲ ହୁଏ ତେବେ ନୂଆ ଡାକ୍ତର କିଛି ଆସିବେ। ଅଭାବ ଘଟଣାକୁ ସ୍ବୀକାର କରିଛନ୍ତି।
- ରୋଗୀ ମାଳ ମାଳ, ନାହାଁନ୍ତି ଡାକ୍ତର
- ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ଘଟଣା
- ୪୫ଟି ଡାକ୍ତର ପଦବୀ ଥିବାବେଳେ ଅଛନ୍ତି ମାତ୍ର ୧୪
- ଚିକିତ୍ସା ଅପକ୍ଷୋରେ ଶହ ଶହ ରୋଗୀ
- ଅନେକ ବିଭାଗରେ ନାହାଁନ୍ତି ଡାକ୍ତର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।