Houthi attack: ହୁତି ଆକ୍ରମଣ ପରେ ସାଉଦିର ପାଇପ୍ଲାଇନ୍ ବନ୍ଦ: ସାମରିକ ଦ୍ୱୀପ ଦଖଲ
କାହିରୋ: ଡ୍ରୋନ୍ ଆକ୍ରମଣ ପରେ ସାଉଦି ଆରବ ଶୁକ୍ରବାର ନିଜର ଏକ ମୁଖ୍ୟ ତୈଳ ପାଇପଲାଇନକୁ ବନ୍ଦ କରିଦେଇଛି। ଏଥିସହିତ ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ଏକ ରଣନୈତିକ ଦ୍ୱୀପ ଦଖଲ କରି ନୂଆ ସଙ୍କଟ ସୃଷ୍ଟି କରିଛନ୍ତି। ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜଳପଥ ବାବ୍ ଏଲ୍-ମାନ୍ଦେବ୍ ପ୍ରଣାଳୀ ନିକଟରେ ହୁତି ବିଦ୍ରୋହୀମାନେ ବିଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ବଡ଼ ସାମରିକ ସଫଳତା ହାସଲ କରିଛନ୍ତି। ଏହି ପଦକ୍ଷେପ ଅନ୍ତର୍ଜାତୀୟ ବଜାରରେ ତୈଳ ଓ ଗ୍ୟାସ୍ ମୂଲ୍ୟ ବୃଦ୍ଧି କରି ଆମେରିକା ଉପରେ ଚାପ ପକାଇବା ପାଇଁ ଇରାନର ରଣନୀତିକୁ ଅଧିକ ବଳପ୍ରଦାନ କରିପାରେ। ସାଉଦି ଆରବର ଶକ୍ତି ମନ୍ତ୍ରାଳୟ ଅନୁଯାୟୀ, ଇଷ୍ଟ-ୱେଷ୍ଟ ପାଇପ୍ଲାଇନ ବନ୍ଦ କରିବା ଏକ ସତର୍କତାମୂଳକ ପଦକ୍ଷେପ।
ସାଉଦି ବୈଦେଶିକ ମନ୍ତ୍ରାଳୟ ଏହି ଆକ୍ରମଣ ପାଇଁ ଇରାକ ପଟୁ ହୋଇଥିବା ଡ୍ରୋନ୍ ଆକ୍ରମଣକୁ ଦାୟୀ କରିଛି। ଇରାକ ସରକାର ଏହି ଆକ୍ରମଣକୁ ନିନ୍ଦା କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୧୯୮୦ ଦଶକରେ ନିର୍ମିତ ଏହି ପୂର୍ବ-ପଶ୍ଚିମ ପାଇପଲାଇନ ହର୍ମୁଜ ପ୍ରଣାଳୀ ବାଧାପ୍ରାପ୍ତ ହେବା ପରେ ସାଉଦି ଆରବ ପାଇଁ ତୈଳ ରପ୍ତାନିର ମୁଖ୍ୟ ମାଧ୍ୟମ ପାଲଟିଥିଲା। ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଅନୁଯାୟୀ, ଜୁନ୍ ପ୍ରାରମ୍ଭ ସୁଦ୍ଧା ସାଉଦି ଆରବ ଲୋହିତ ସାଗର ବନ୍ଦର ଦେଇ ଦୈନିକ ୫୦ ଲକ୍ଷ ବ୍ୟାରେଲରୁ ଅଧିକ ତୈଳ ରପ୍ତାନି କରୁଥିଲା। ତେବେ ହୁତି ଆକ୍ରମଣ ଓ ମୟୁନ୍ ଦ୍ୱୀପ ଦଖଲ ଏହି ରପ୍ତାନି ପଥକୁ ଅଧିକ ଜଟିଳ କରିଦେଇଛି।
Weekly Horoscope 2026 September 13 to September 19: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ସାମରିକ ଦ୍ୱୀପ ଦଖଲ
ବାବ୍ ଏଲ୍-ମାନ୍ଦେବ୍ ନିକଟସ୍ଥ ମୟୁନ୍ ଦ୍ୱୀପ ଓ ମୋଖା ସହର ହୁତି କବ୍ଜାରେ
ହୁତି ବିଦ୍ରୋହୀମାନେ ବାବ୍ ଏଲ୍-ମାନ୍ଦେବ୍ ପ୍ରଣାଳୀରେ ଥିବା ମୟୁନ୍ (ପେରିମ୍) ନାମକ ଦ୍ୱୀପକୁ ଦଖଲ କରିଥିବା ୟେମେନର ସ୍ୱୀକୃତିପ୍ରାପ୍ତ ସରକାର ଓ ହୁତି ପକ୍ଷରୁ ନିଶ୍ଚିତ କରାଯାଇଛି। ସାଉଦି ଜାହାଜ ବ୍ୟତୀତ ଅନ୍ୟ ସମସ୍ତ କମ୍ପାନି ପାଇଁ ସାମୁଦ୍ରିକ ଯାତାୟାତ ସୁରକ୍ଷିତ ବୋଲି ହୁତି ବାହିନୀ ଘୋଷଣା କରିବା ସହ ସାଉଦି ଆରବ ବିରୋଧରେ ଲଢ଼େଇ ତୀବ୍ର କରିବାକୁ ଚେତାବନୀ ଦେଇଛି। ଏହି ଅସ୍ଥିରତା ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଡେଇଁଛି, ଯାହା ତେହେରାନକୁ ଆଲୋଚନା ପାଇଁ ଅଧିକ ସୁଯୋଗ ଦେଇଛି। ଜୁଲାଇ ମାସରୁ ହୁତି ବିଦ୍ରୋହୀମାନେ ସାଉଦି ଜାହାଜ ଓ ତୈଳ ଭିତ୍ତିଭୂମି ଉପରେ କ୍ରମାଗତ ଆକ୍ରମଣ ଚଳାଇଛନ୍ତି। ହୁତି ବିଦ୍ରୋହୀମାନେ ମୋଖା ସହର ଦଖଲ କରିବା ପରେ ସାଉଦି ବିମାନ ବାହିନୀ ସେଠାକାର ବିମାନବନ୍ଦର ଉପରେ ଆକ୍ରମଣ କରିଥିଲା। ବାବ୍ ଏଲ୍-ମାନ୍ଦେବ୍ ପ୍ରଣାଳୀ ଦେଇ ହେଉଥିବା ଜାହାଜ ଯାତାୟାତ ପ୍ରାୟ ୬୦ ପ୍ରତିଶତ ହ୍ରାସ ପାଇଥିବାରୁ ସାଉଦି ଆରବ ବର୍ତ୍ତମାନ ସୁଏଜ୍ କେନାଲ କିମ୍ବା ଇଜିପ୍ଟ ପାଇପଲାଇନ ଦେଇ ଭୂମଧ୍ୟସାଗର ବାଟରେ ଏସିଆର ଗ୍ରାହକମାନଙ୍କୁ ତୈଳ ପଠାଇବାକୁ ବାଧ୍ୟ ହେଉଛି। ଏହି ସଙ୍କଟ ଆଗକୁ ଅତି ଜଟିଳ ସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି।
Drinking water: ପ୍ରଦୂଷିତ ଭୂତଳ ଜଳ ପାଇଁ ବିକଳ୍ପ ପଦକ୍ଷେପ; ନିର୍ମଳ ବୁନ୍ଦା ଲୋକାର୍ପିତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।