Husband Missing After Couple Swept Away: ନଦୀରେ ଭାସିଗଲେ ଦମ୍ପତି; ସ୍ୱାମୀ ନିଖୋଜ, ପତ୍ନୀ ଉଦ୍ଧାର

Sep 14, 2026 - 10:49
Husband Missing After Couple Swept Away: ନଦୀରେ ଭାସିଗଲେ ଦମ୍ପତି; ସ୍ୱାମୀ ନିଖୋଜ, ପତ୍ନୀ ଉଦ୍ଧାର

ଯାଜପୁରରେ ବିରୂପା ନଦୀରେ ଗାଧୋଇବାବେଳେ ଭାସିଗଲେ ଦମ୍ପତି । ଭାସିଯିବା ପରେ ପତ୍ନୀଙ୍କୁ ଉଦ୍ଧାର କରାଯାଇଛି। ରାତି ୩ଟାରେ ଗାଧୋଇବାକୁ ଆସି ସାଉଦିଆ ଗାଁର ଦମ୍ପତି ଭାସି ଯାଇଥିଲେ। କେନ୍ଦ୍ରାପଡ଼ା ନୀଳପଡ଼ା ନିକଟ ବିରୂପା ନଦୀରୁ ପତ୍ନୀଙ୍କୁ ଉଦ୍ଧାର କରାଯାଇଛି। ସ୍ତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସ୍ବାମୀ ନିଖୋଜ ଅଛନ୍ତି।

ବରୀ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାରକାର୍ଯ୍ୟ ଜାରି ରହିଛି। ନିଖୋଜ ଥିବା ସ୍ବାମୀ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ତାଳୁଆ ଅଞ୍ଚଳର ସୁଧାକର ଓଝା ବୋଲି ଜଣାପଡ଼ିଛି। ପତ୍ନୀ ତିଳୋତ୍ତମା ଓଝାଙ୍କୁ କେନ୍ଦ୍ରାପଡ଼ା ଇନ୍ଦିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । 

ଯାଜପୁର ବିରୂପା ନଦୀରେ ଭାସିଗଲେ ଦମ୍ପତି
କେନ୍ଦ୍ରାପଡ଼ା ନୀଳପଡ଼ା ନିକଟରୁ ଉଦ୍ଧାର ହେଲେ ପତ୍ନୀ 
ଗାଧୋଇବାକୁ ଯାଇ ନଦୀରେ ଭାସି ଯାଇଥିଲେ
ରାତି ୩ଟାରେ ଗାଧୋଇବାକୁ ଆସି ଭାସିଗଲେ ଦମ୍ପତି 
ଭାସିଯିବା ପରେ ନିଖୋଜ ଅଛନ୍ତି ସ୍ବାମୀ
ମହିଳା ଜଣଙ୍କ ଇନ୍ଦିପୁର ଡାକ୍ତରଖାନାରେ ଭର୍ତ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।