Agniveer: ୪ ବର୍ଷ କାର୍ଯ୍ୟକାଳ ପୂରଣ ପୂର୍ବରୁ ଅଗ୍ନିବୀରଙ୍କୁ ମିଳିବ ଚାକିରି: କେନ୍ଦ୍ର ସରକାରଙ୍କ ନୂଆ ଯୋଜନା
"ନୂଆଦିଲ୍ଲୀ: ସେନାରେ "ଅଗ୍ନିପଥ" ଯୋଜନା ଅଧୀନରେ ନିଯୁକ୍ତି ପାଇଥିବା ଅଗ୍ନିବୀରମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି।
୪ ବର୍ଷର ସୈନ୍ୟ ସେବା ପୂରଣ ହେବା ପୂର୍ବରୁ ହିଁ ଅଗ୍ନିବୀରମାନଙ୍କ ପାଇଁ ଆଗାମୀ ରୋଜଗାରର ପନ୍ଥା ସୁନିଶ୍ଚିତ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ପ୍ଲାନ୍ ପ୍ରସ୍ତୁତ କରିଛି।
ସେନାରୁ ଅବସର ନେବା ପରେ ଯେପରି ସେମାନଙ୍କୁ ଚାକିରି ପାଇଁ ପୁଣି ଥରେ ଦୀର୍ଘ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ ନାହିଁ, ସେଥିପାଇଁ ଏହି ବ୍ୟବସ୍ଥା କରାଯାଉଛି।Advertisment ସୂଚନାଯୋଗ୍ୟ ଯେ, ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇଥିବା ପ୍ରଥମ ବ୍ୟାଚ୍ର ୧୯,୦୦୦ରୁ ଅଧିକ ଅଗ୍ନିବୀର ଜାନୁଆରୀ ୨୦୨୭ରେ ସେମାନଙ୍କର ୪ ବର୍ଷିଆ କାର୍ଯ୍ୟକାଳ ପୂରଣ କରିବେ।
ନୂଆ ନିୟମ ଅନୁଯାୟୀ, ୪ ବର୍ଷର ସେବା ଶେଷ ହେବା ପରେ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେନାର ନିୟମିତ କ୍ୟାଡରରେ ରଖାଯିବାର ପ୍ରାବଧାନ ରହିଛି।
ପୂର୍ବରୁ ୪ ବର୍ଷ ସେବା ପୂରଣ ହେବା ପରେ ସମସ୍ତଙ୍କୁ ମୁକ୍ତ କରାଯାଇ ପୁନର୍ବାର ୨୫ ପ୍ରତିଶତଙ୍କୁ ନିଆଯାଉଥିଲା।
ମାତ୍ର ନୂଆ ପ୍ଲାନ୍ ଅନୁଯାୟୀ, ସେବା ଅବଧି ଶେଷ ହେବା ପୂର୍ବରୁ ହିଁ ଆଭ୍ୟନ୍ତରୀଣ ପରୀକ୍ଷା ଓ ମୂଲ୍ୟାଙ୍କନ ଆଧାରରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ।
ଫଳରେ ସେମାନେ ସିଧାସଳଖ ନିୟମିତ ସେବାରେ ଯୋଗ ଦେଇପାରିବେ।
ଆହୁରି ପଢନ୍ତୁ: Tata Sons: ଚନ୍ଦ୍ରଶେଖରନ ନିଯୁକ୍ତି ବିବାଦ: କୋର୍ଟ ଯିବେ ନୋଏଲ ଟାଟା ବାକି ୭୫ ପ୍ରତିଶତଙ୍କ ପାଇଁ ସରକାରୀ ଚାକିରି ବ୍ୟବସ୍ଥାଜାନୁଆରୀ ୨୦୨୭ରେ ଅବସର ନେବାକୁ ଥିବା ବାକି ୭୫ ପ୍ରତିଶତ ଅଗ୍ନିବୀରଙ୍କ ପାଇଁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ (CAPF), ପୋଲିସ ଓ ଅନ୍ୟାନ୍ୟ ସରକାରୀ ବିଭାଗରେ ନିଯୁକ୍ତି ସୁଯୋଗ ଦିଆଯିବ।
ଗୃହ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ପୋର୍ଟାଲ ମାଧ୍ୟମରେ ଏହି ନିଯୁକ୍ତି ପ୍ରକ୍ରିୟାକୁ ଆଗକୁ ବଢ଼ାଇବ।
କେନ୍ଦ୍ରୀୟ ନିରାପତ୍ତା ବଳ ଯଥା ବିଏସଏଫ, ସିଆରପିଏଫ, ସିଆଇଏସଏଫ, ଆଇଟିବିପି ଏବଂ ଆସାମ ରାଇଫଲ୍ସରେ କନଷ୍ଟେବଳ ଓ ରାଇଫଲମ୍ୟାନ୍ ପଦବୀ ପାଇଁ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୫୦ ପ୍ରତିଶତ ଆରକ୍ଷଣର ବ୍ୟବସ୍ଥା ରହିଛି।
ଏହାସହ ଲିଖିତ ପରୀକ୍ଷା, ଶାରୀରିକ ମାପଚୁପ ଓ ଦକ୍ଷତା ପରୀକ୍ଷାରେ ମଧ୍ୟ କୋହଳ ନିୟମ ଲାଗୁ ହେବ।
ସେହିପରି ରେଳବାଇରେ କ୍ୟାଟେଗୋରୀ-୧ ପଦବୀ ପାଇଁ ୧୦ ପ୍ରତିଶତ ଏବଂ କ୍ୟାଟେଗୋରୀ-୨ ଓ ତା"ଠାରୁ ଉଚ୍ଚ ପଦବୀ ପାଇଁ ୫ ପ୍ରତିଶତ ସମାନ୍ତରାଳ ଆରକ୍ଷଣ ମିଳିବ।
ଆହୁରି ପଢନ୍ତୁ: Fashion store: ବିଳାସପୂର୍ଣ୍ଣ ଫ୍ୟାସନ ଷ୍ଟୋର "ବହ୍ନିଅମ", ୫୦ ଖ୍ୟାତନାମା ଡିଜାଇନର୍ଙ୍କ ସମ୍ଭାର ରାଜ୍ୟ ସରକାର: କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ଅଧୀନରେ ମଧ୍ୟ ପୂର୍ବତନ ଅଗ୍ନିବୀରଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଏବଂ ଆରକ୍ଷଣ ସୁବିଧା ପ୍ରଦାନ କରାଯିବ।
କେନ୍ଦ୍ର ସରକାରଙ୍କ ଏହି ନୂଆ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି— ଯେତେବେଳେ ଜଣେ ଅଗ୍ନିବୀର ସେନାରୁ ୪ ବର୍ଷର ସେବା ପୂରଣ କରି ବାହାରିବେ, ସେତେବେଳେ ସେମାନଙ୍କ ହାତରେ ଆଗାମୀ ଭବିଷ୍ୟତ ପାଇଁ ଚାକିରି ପତ୍ର ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।