BMW Accident: ମୁମ୍ବାଇରେ ଭୟଙ୍କର ଦୁର୍ଘଟଣା: ପୋଲ ଉପରୁ ଖସି ଶୂନ୍ୟରେ ଦୁଇଥର ଓଲଟିଲା ବିଏମ୍‌ଡବ୍ଲ୍ୟୁ

Sep 20, 2026 - 20:12
BMW Accident: ମୁମ୍ବାଇରେ ଭୟଙ୍କର ଦୁର୍ଘଟଣା: ପୋଲ ଉପରୁ ଖସି ଶୂନ୍ୟରେ ଦୁଇଥର ଓଲଟିଲା ବିଏମ୍‌ଡବ୍ଲ୍ୟୁ

"ମୁମ୍ବାଇ: ମୁମ୍ବାଇର କୋଷ୍ଟାଲ ରୋଡ୍‌ରେ ରବିବାର ଭୋର ପ୍ରାୟ ୫ଟା ୨୦ ମିନିଟ୍‌ରେ ଏକ ଦ୍ରୁତଗାମୀ ବିଏମ୍‌ଡବ୍ଲ୍ୟୁ ପୋଲରୁ ତଳକୁ ଖସିପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି।

ଗାଡ଼ିରେ ଥିବା ଆଉ ଜଣେ ଯୁବକ ଗୁରୁତର ଆହତ ହୋଇ ନାୟାର ହସ୍ପିଟାଲର ଟ୍ରମା ୱାର୍ଡରେ ଚିକିତ୍ସିତ ହେଉଛନ୍ତି।

ଦୁର୍ଘଟଣାର ସମଗ୍ର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି।

ଭିଡିଓରେ ବିଏମ୍‌ଡବ୍ଲ୍ୟୁଟି ପୋଲରୁ ତଳକୁ ଖସିବା ସମୟରେ ଶୂନ୍ୟରେ ଦୁଇଥର ଓଲଟି ପଡ଼ିଥିବା ଦେଖାଯାଇଛି।Advertisment ୩ ମୃତ, ଜଣେ ଗୁରୁତର ପୁଲିସ ଓ କୋଷ୍ଟାଲ ରୋଡ୍‌ କଣ୍ଟ୍ରୋଲ ରୁମ୍‌ ଅନୁସାରେ, କଳା ରଙ୍ଗର ବିଏମ୍‌ଡବ୍ଲ୍ୟୁଟି ମେରାଇନ୍‌ ଡ୍ରାଇଭ୍‌ରୁ ହାଜି ଅଲୀ ଆଡ଼କୁ ଯାଉଥିଲା।

ଲୋଟସ୍‌ ଜେଟି ନିକଟରେ, ଲାଲା ଲଜପତରାୟ କଲେଜ ସମ୍ମୁଖରେ ଗାଡ଼ିଟି ଦ୍ରୁତ ବେଗରେ ଥିବାବେଳେ ଚାଳକ ନିୟନ୍ତ୍ରଣ ହରାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଏହା ପରେ ବିଏମ୍‌ଡବ୍ଲ୍ୟୁଟି ରାସ୍ତାର ପାର୍ଶ୍ୱ ବାଡ଼ାକୁ ଧକ୍କା ଦେଇ ପୋଲରୁ ତଳେ ନିର୍ମାଣାଧୀନ ପାର୍କିଂ ସ୍ଥଳକୁ ଖସିପଡ଼ିଥିଲା।

ଗାଡ଼ିରେ ଥିବା ଚାରି ଜଣଙ୍କୁ ତୁରନ୍ତ ନାୟାର ହସ୍ପିଟାଲ ନିଆଯାଇଥିଲା।

ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ସଦ୍ୟ ରିପୋର୍ଟ ଅନୁସାରେ ମୃତକମାନେ ହେଲେ ୨୧ ବର୍ଷୀୟ ଶାନୟ ଗଜ୍ଜଏ, ୧୯ ବର୍ଷୀୟ ଆଦିତ୍ୟ ଜକାସନିୟା ଏବଂ ୧୭ ବର୍ଷୀୟ ଧୈର୍ଯ୍ୟ ଦର୍ଶନ ସେଠ।

ଆହତ ଯୁବକଙ୍କ ନାମ ଆଦିତ୍ୟ କଳ୍ପେଶ୍ୱର ଓସୱାଲ ଏବଂ ତାଙ୍କ ବୟସ ୨୩ ବର୍ଷ ବୋଲି ରିପୋର୍ଟ ହୋଇଛି।

ରିପୋର୍ଟ ଅନୁସାରେ, ଚାରି ଯୁବକ ଅହମଦାବାଦର ବାସିନ୍ଦା ଏବଂ ମୁମ୍ବାଇର ଜୁହୁସ୍ଥିତ ଏକ ମ୍ୟାନେଜମେଣ୍ଟ କଲେଜର ଛାତ୍ର।

ସେମାନେ ମେରାଇନ୍‌ ଡ୍ରାଇଭ୍‌ ଯାଇ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

ପୁଲିସ ଘଟଣାର ତଦନ୍ତ କରୁଛି।

ସିମ୍ କାର୍ଡ ବନ୍ଦ ହେବା ପରେ କେତେ ଦିନ ଚାଲେ ହ୍ୱାଟସ୍‌ଆପ୍ ?

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।