Imran's ex-wife: ପୁଣି ବାହାହେଲେ ଇମ୍ରାନଙ୍କ ପୂର୍ବତନ ପତ୍ନୀ ଜେମିମା

Sep 15, 2026 - 04:53
Imran's ex-wife: ପୁଣି ବାହାହେଲେ ଇମ୍ରାନଙ୍କ ପୂର୍ବତନ ପତ୍ନୀ ଜେମିମା

"ନୂଆଦିଲ୍ଲୀ: ପୂର୍ବତନ ପାକିସ୍ତାନ କ୍ରିକେଟର୍‌ ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପତ୍ନୀ ଜେମିମା ଗୋଲ୍‌ଡସ୍ମିଥ୍‌ ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ଚଳଚ୍ଚିତ୍ର ନିର୍ମାତା ଓ ମାନବ ଅଧିକାର ଆଇନଜୀବୀ ଜେମିମା ଦ୍ବିତୀୟ ଥର ଲାଗି ଅଷ୍ଟ୍ରେଲିଆର କୋଟିପତି ଫାଇନାନ୍‌ସିଅର ୬୨ ବର୍ଷୀୟ କାମେରନ ଓ"ରିଲିଙ୍କ ହାତ ଧରିଛନ୍ତି।

ଗତ ସପ୍ତାହାନ୍ତରେ ଏହି ବିବାହ ଉତ୍ସବ ଧୁମ୍‌ଧାମରେ ହୋଇଥିଲା।

Advertisment Supremecourt: ହିନ୍ଦୀରେ "ଜନ ସୂଚନା ସେବା" ଆରମ୍ଭ କରିବେ ସୁପ୍ରିମ୍‌କୋର୍ଟ ୫୨ ବର୍ଷୀୟ ଜେମିମା ଓ ଇମ୍ରାନଙ୍କ ମଧ୍ୟରେ ୨୦୦୪ରେ ବିବାହ ବିଚ୍ଛେଦ ହୋଇଥିଲା।

ବିବାହ ବିଚ୍ଛେଦର ୯ ବର୍ଷ ପରେ ଇମ୍ରାନ୍‌ କ୍ରିକେଟର୍‌ରୁ ରାଜନେତା ହୋଇଥିଲେ।

ଉଭୟଙ୍କ ୨ ପୁଅ ସୁଲେମାନ ଓ କାସିମ୍‌ ଅଛନ୍ତି।

ଇମ୍ରାନ ରାଓଲପିଣ୍ଡି ଜେଲ୍‌ରେ ଥିଲା ବେଳେ ବାପାଙ୍କ ପାଇଁ ଦୁଇ ପୁଅ ପ୍ରଚାର କରିଥିଲେ। ‌ଜେମିମା ଓ କାମେରନ୍‌ଙ୍କ ବିବାହ ବିଷୟରେ ଜେମିମାଙ୍କ ଭାଉଜ ଜେମିମା ଜୋନ୍ସ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ଜଣାଇଛନ୍ତି।

ସେ ଲେଖିଛନ୍ତି, "ଜେମିମା ଓ କାମେରନ୍‌ଙ୍କ ବିବାହ ଉତ୍ସବ ପାଳନ କଲୁ, ମୋର ପସନ୍ଦର ଦିନ, ବହୁତ ଖୁସି ଥିଲା""।

Nuakhai 2026: "ଭେଦଭାବ ଦୂର କରି ଆମକୁ ଏକାଠି କରେ ନୂଆଁଖାଇ""

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।