In-Charge Headmaster Suspended ସିଡିରୁ ପଡ଼ି ଆଶ୍ରମ ବିଦ୍ୟାଳୟର ଛାତ୍ର ମୃତ୍ୟୁ ଘଟଣା: ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲମ୍ବିତ
"ନବରଙ୍ଗପୁର/ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚାଟିଗୁଡା ପଞ୍ଚାୟତ ଅନ୍ତର୍ଗତ ଜାମଗୁଡା ଆଶ୍ରମ ବିଦ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ସିଡିରୁ ଖସି ମୃତ୍ୟୁ ଘଟିଥିଲା।
ଏହି ଘଟଣାରେ ଶିକ୍ଷା ବିଭଗ ପକ୍ଷରୁ ତଦନ୍ତ କରାଯାଇଥିଲା।
ତଦନ୍ତ ରିପୋର୍ଟ ଆଧାରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଧନୁର୍ଜୟ ନାୟକଙ୍କୁ ନିଲମ୍ବିତ କରାଯାଇଛି।
Advertisment ଆଶ୍ରମ ବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ଘଟଣା: ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନଘଟଣାର ବିବରଣୀ ଅନୁସାରେ, ଡଙ୍ଗରୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁସୁମଗୁଡ଼ା ଗ୍ରାମର ଉପେନ୍ଦ୍ର ଭତ୍ରା ଉକ୍ତ ଆଶ୍ରମ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀରେ ପଢ଼ୁଥିଲେ।
ଚଳିତ ମାସ ୯ ତାରିଖରେ ଶୌଚ ସାରି ପାଣି ନେଇ ସିଡ଼ି ଚଢ଼ୁଥିବା ସମୟରେ ଅସାବଧାନତା ଯୋଗୁଁ ଖସି ପଡ଼ିଥିଲେ।
ଫଳରେ ଗୁରୁତର ଆହତ ହୋଇ ପଡ଼ିଥିଲେ।
ତାଙ୍କୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା।ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ଘଟଣା ନେଇ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା।
ତଦନ୍ତ ପରେ ନିଜ ଦାୟିତ୍ବରେ ଅବହେଳା କରିଥିବାରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ପାଳକା ରବୀନ୍ଦ୍ର ସୂଚନା ଦେଇଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।