India 15 Medals: ବିଶ୍ବ ପାରା ତୀରନ୍ଦାଜି: ୧୫ ପଦକ ସହ ଭାରତ ଦ୍ବିତୀୟ
"ନୂଆଦିଲ୍ଲୀ: ବିଶ୍ୱତୀରନ୍ଦାଜି ପାରା ସିରିଜ୍ ଷ୍ଟେଜ୍-୩ରେ ଆୟୋଜକ ଭାରତ ୪ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୮ କାଂସ୍ୟ ସହ ମୋଟ ୧୫ ପଦକ ଜିତି ଦ୍ବିତୀୟ ସ୍ଥାନରେ ଅଭିଯାନ ଶେଷ କରିଛି।
ଚେକ୍ ଗଣରାଜ୍ୟ ୫ ସ୍ବର୍ଣ୍ଣ ସହ ପଦକ ତାଲିକାରେ ଶୀର୍ଷରେ ରହିଥିଲା ବେଳେ ଚୀନ୍ ୨ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୫ କାଂସ୍ୟ ସହ ତୃତୀୟ ସ୍ଥାନରେ ରହିଛି।
ଶେଷ ଦିନରେ ପାରାଲିମ୍ପିକ୍ ବିଜେତା ହରବିନ୍ଦର ସିଂହ ଓ ବିଜୟ ସୁନ୍ଦି ରିକର୍ଭ ପୁରୁଷ ଯୁଗଳରେ ସ୍ବର୍ଣ୍ଣ ଜିତିଥିଲେ।
ଏହା ପୂର୍ବରୁ ଭାବନାଙ୍କ ସହ ମିଶ୍ରିତ ଯୁଗଳରେ ହରବିନ୍ଦର ସ୍ବର୍ଣ୍ଣ ଜିତିଥିଲେ।
ପୁରୁଷ ଯୁଗଳ କମ୍ପାଉଣ୍ଡରେ ଶ୍ୟାମସୁନ୍ଦର ସ୍ବାମୀ ଓ ତୋମାନ କୁମାର ଭାରତକୁ ତୃତୀୟ ସ୍ବର୍ଣ୍ଣ ଭେଟି ଦେଇଥିଲେ।
ଏହାପୂର୍ବରୁ ବିଶ୍ବ ବିଜୟିନୀ ତଥା ପ୍ୟାରିସ୍ ଅଲିମ୍ପିକ୍ କାଂସ୍ୟ ବିଜୟିନୀ ଶୀତଲ ଦେବୀ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ ମୁକୁଟ କରାୟତ୍ତ କରିଥିଲେ।Advertisment ଭାରତର ମନୋବଳକୁ ଦୃଢ଼ ସରିତା ଏହି ଇଭେଣ୍ଟ୍ରେ କାଂସ୍ୟ ପାଇଥିଲେ।
ଭାବନା ଓ ପୂଜା ପାରା ରିକର୍ଭ ମହିଳା ଯୁଗଳରେ, ତନ୍ଭୀ ଇନ୍ଗାଲେ ଦୃଷ୍ଟିବାଧିତରେ ଏବଂ ସ୍ବାତୀ ଚୌଧୁରୀ ଓ ଆଦିଲ ମହମ୍ମଦ ନାଜିର ଅନ୍ସାରି ଡବ୍ଲ୍ୟୁ୧ ମିଶ୍ରିତ ଦଳଗତରେ ଭାରତ ପାଇଁ ରୌପ୍ୟ ଜିତିଥିଲେ।
ମହିଳା ବ୍ୟକ୍ତିଗତ ବର୍ଗରେ ଯୁଗଳ ଗର୍ଗ (ଦୃଷ୍ଟିବାଧିତ), ସ୍ବାତୀ (ଡବ୍ଲ୍ୟୁ୧) କାଂସ୍ୟ ପାଇଥିଲେ।
ଶୀତଲ ଓ ବିଶ୍ବ ବିଜେତା ତୋମାନ କୁମାର ପାରା କମ୍ପାଉଣ୍ଡ ମିଶ୍ରିତ ଦଳଗତରେ କାଂସ୍ୟ ଜିତିଥିଲେ।
ବ୍ୟକ୍ତିଗତ ପାରା ପୁରୁଷ କମ୍ପାଉଣ୍ଡରେ ତୋମାନ ଏବଂ ମହିଳା ରିକର୍ଭରେ ଭାବନା କାଂସ୍ୟ ପଇଥିଲେ।
ସ୍ବାତୀ ଡବ୍ଲ୍ୟୁ୧ ମହିଳା ଯୁଗଳରେ ବସୁନ୍ଧରା ତେଓତିଆଙ୍କ ସହ କାଂସ୍ୟ ଜିତି ନିଜ ପଦକ ସଂଖ୍ୟା ୨ରେ ପହଞ୍ଚାଇଥିଲେ।
ଡବ୍ଲ୍ୟୁ୧ ପୁରୁଷ ଯୁଗଳରେ ଆଦିଲ ଓ ବିନାୟକ ବ୍ରିଡ୍ କାଂସ୍ୟ ପଦକ ଜିତିଥିଲେ।
ଆସନ୍ତା ମାସ ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ପୂର୍ବରୁ ଏହି ସଫଳତା ଭାରତର ମନୋବଳକୁ ଦୃଢ଼ କରିଛି।
US Open: ୟୁଏସ୍ ଓପନ୍: ୧ ନମ୍ବର ସ୍ଥାନ ନିଶ୍ଚିତ କଲେ ରିବାକିନା: ସେମିରେ ଭେରେଭ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।