INDIA Bloc Protest Escalates: ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି, ସୁପ୍ରିମକୋର୍ଟ ଅଭିମୁଖେ ଇଣ୍ଡି ମେଣ୍ଟ ନେତା
ସୁପ୍ରିମକୋର୍ଟ ଅଭିମୁଖେ ଇଣ୍ଡି ମେଣ୍ଟ ସାଂସଦଙ୍କ ଯାତ୍ରା । ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ବଡ଼ଧରଣର ପ୍ରତିବାଦ ପ୍ରଦର୍ଶନ କରୁଛି ବିରୋଧୀ ଇଣ୍ଡି ମେଣ୍ଟ । ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ ନେତା, କର୍ମୀ ଓ ସାଂସଦ ସୁପ୍ରିମକୋର୍ଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରାରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସାମିଲ ହୋଇଛନ୍ତି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀକୁ ଏକ ଦୁର୍ଗ ବା ଛାଉଣୀରେ ପରିଣତ କରାଯାଇଛି ଏବଂ ସାଧାରଣ ଲୋକଙ୍କୁ ଆସିବାକୁ ଅଟକାଯାଉଛି।
ବିରୋଧୀଙ୍କ ବିକ୍ଷୋଭକୁ କଡ଼ା ସମାଲୋଚନା କରିଛି ବିଜେପି । ଦଳ କହିଛି, ଇଣ୍ଡି ମେଣ୍ଟ ନିଜର ନିର୍ବାଚନ ପରାଜୟ ହତାଶା କାରଣରୁ ନିର୍ବାଚନ କମିଶନ ଓ ସୁପ୍ରିମକୋର୍ଟ ଭଳି ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ ମିଥ୍ୟା ଅଭିଯୋଗ ଆଣୁଛି । ଏହା କେବଳ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁନର୍ବାର ରାଜନୀତିରେ 'ରି-ଲଞ୍ଚ' କରିବା ପାଇଁ ଏକ ଯୋଜନାବଦ୍ଧ ପ୍ରୟାସ କରାଯାଉଛି। ସେପଟେ ବିରୋଧୀ ଦଳର ନେତାମାନଙ୍କୁ ଆନୁଷ୍ଠାନିକ ଭାବେ ସାକ୍ଷାତ କରି ସ୍ମାରକପତ୍ର ଗ୍ରହଣ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ।
CECଙ୍କ ଇସ୍ତଫା ଦାବିରେ ଇଣ୍ଡି ମେଣ୍ଟର ବଡ଼ ପ୍ରତିବାଦ
ସୁପ୍ରିମକୋର୍ଟ ଅଭିମୁଖେ ବିରୋଧୀ ଇଣ୍ଡି ମେଣ୍ଟର ନେତା ଓ କର୍ମୀ
ପ୍ରତିବାଦରେ ସାମିଲ ହେଲେ ମମତା ବାନାର୍ଜୀ
ଦିଲ୍ଲୀକୁ ଦୁର୍ଗରେ ପରିଣତ କରାଯାଇଛି କହିଲେ ରାହୁଲ
ବିରୋଧୀଙ୍କ ପ୍ରତିବାଦକୁ ବିଜେପିର କଡ଼ା ସମାଲୋଚନା
ହତାଶାରୁ ବିରୋଧୀ ମିଥ୍ୟା ଅଭିଯୋଗ ଆଣୁଛନ୍ତି କହିଲା ବିଜେପି
ସ୍ମାରକପତ୍ର ଗ୍ରହଣ କରିବାକୁ ମନା କଲେ ପ୍ରଧାନ ବିଚାରପତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।