India Clinches Gold After Thrilling 19-Run Victory: ଅଭିଷେକଙ୍କ ୬୧ ଓ ତିଳକଙ୍କ ଅପରାଜିତ ୫୧, ଭାରତକୁ ମିଳିଲା ସ୍ୱର୍ଣ୍ଣ

Oct 03, 2026 - 14:30
India Clinches Gold After Thrilling 19-Run Victory: ଅଭିଷେକଙ୍କ ୬୧ ଓ ତିଳକଙ୍କ ଅପରାଜିତ ୫୧, ଭାରତକୁ ମିଳିଲା ସ୍ୱର୍ଣ୍ଣ

ଭାରତର 'ସ୍ବର୍ଣ୍ଣ' ବିଜୟ । ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତ । କ୍ରିକେଟରେ ପାକିସ୍ତାନକୁ ହରାଇ ଇଣ୍ଡିଆ ହାତେଇଲା ଗୋଲ୍ଡ ।ଏସିଆନ୍ ଗେମ୍ସର ପୁରୁଷ କ୍ରିକେଟ୍ ଫାଇନାଲରେ ୧୯ ରନରେ ବିଜୟୀ ହୋଇ ସୁନା ପଦକ ହାସଲ କରିଛି ଭାରତ। ପାକିସ୍ତାନକୁ ରୌପ୍ୟରେ ଖୁସି ହେବାକୁ ପଡିଛି ।

ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଓପନିଂ କରିବାକୁ ଆସି ବିସ୍ଫୋରକ ସଟ୍ ମାରିବା ଆରମ୍ଭ କରିଥିଲେ ଅଭିଷେକ ଏବଂ ବୈଭବ ସୂର୍ଯ୍ୟବଂଶୀ । ତେବେ ବୈଭବ ମାତ୍ର ୧୫ ରନ୍ କରି ପାଭିଲିୟନ ଫେରିଥିଲେ। କିନ୍ତୁ ଅଭିଷେକଙ୍କ ଛକା ଚଉକା ବର୍ଷା କରିଥିଲେ । ସେ ୨୮ ବଲରୁ ୬୧ ରନ୍ କରିଥିଲେ । 

ପରେ ମାତ୍ର ୨ ରନ୍ କରି ସଞ୍ଜୁ ସାମସନ୍ ନିରାଶ କରିଥିଲେ । ଶ୍ରେୟସ ଆୟର ୨୧ ରନ୍ କରିଥିବାବେଳେ ଇଶାନ କିଷାନ ୨୦ ରନ୍ କରିଥିଲେ। ଶେଷ ଆଡ଼କୁ ତିଲକ ବର୍ମା ୫୧ଏବଂ ଶିବମ ଦୁବେ ୨୭ ସ୍କୋର କରି ଦଳକୁ ୨୧୧ ରନକୁ ନେଇଥିଲେ । ୨୧୨ ରନର ଟାର୍ଗେଟକୁ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନର ଲଗାତାର ଓ୍ୱିକେଟ୍ ପତନ ହୋଇଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ,ଶିବମ ଦୁବେ ଏବଂ ଓ୍ୱାଶିଂଟନ ସୁନ୍ଦର ଦୁଇଟି ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଥିଲେ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।