India Electric Mobility Index 2025 ଭାରତର ବୈଦ୍ୟୁତିକ ଗତିଶୀଳତା ପରିବର୍ତ୍ତନ, ବଢ଼ିଲା ଓଡ଼ିଶାର ସୂଚକାଙ୍କ

Sep 19, 2026 - 20:36
India Electric Mobility Index 2025 ଭାରତର ବୈଦ୍ୟୁତିକ ଗତିଶୀଳତା ପରିବର୍ତ୍ତନ, ବଢ଼ିଲା ଓଡ଼ିଶାର ସୂଚକାଙ୍କ

"ଭୁବନେଶ୍ୱର: ଭାରତର ବୈଦ୍ୟୁତିକ ଗତିଶୀଳତା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି ।

ନୀତି ଆୟୋଗ ପକ୍ଷରୁ ୨୦୨୬ ସେପ୍ଟେମ୍ବର ୧୬ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଇଭି ନୀତି ସମୀକ୍ଷା ଏବଂ ପୁନର୍ବିନ୍ୟାସ ବୈଠକରେ ପ୍ରକାଶିତ ଭାରତୀୟ ବିଦ୍ୟୁତ ଗତିଶୀଳତା ସୂଚକାଙ୍କ  ୨୦୨୫ରେ ଓଡ଼ିଶା ବୃହତ୍‌ ରାଜ୍ୟଗୁଡ଼ିକ ମଧ୍ୟରେ "ଫ୍ରଣ୍ଟରନର୍" ବର୍ଗରେ ସ୍ଥାନ ପାଇଛି ।Advertisment Chief Minister: ସେମିକନ୍‌ ଇଣ୍ଡିଆରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ନରାଜରେ "ଓଡ଼ିଶା ସିଲିକନ ଭ୍ୟାଲି" ଏହି ସୂଚକାଙ୍କରେ ଓଡ଼ିଶା ୫୫ ସ୍କୋର ହାସଲ କରିଛି।

ସହରୀ ପରିବହନ ସହ ବିଶେଷ ଭାବେ ସମ୍ପୃକ୍ତ ପରିବହନ ବିଦ୍ୟୁତକରଣର ଅଗ୍ରଗତରେ ରାଜ୍ୟ ୫୮ ଏବଂ ଚାର୍ଜିଂ ଭିତ୍ତିଭୂମି ପ୍ରସ୍ତୁତିରେ ୫୭ ସ୍କୋର ହାସଲ କରିଛି ।

ଉଭୟ କ୍ଷେତ୍ରରେ ଓଡ଼ିଶା "ଫ୍ରଣ୍ଟରନର୍" ବର୍ଗରେ ସ୍ଥାନ ପାଇଛି ।

Truck Terminals ଟ୍ରକ୍ ଟର୍ମିନାଲ୍‌ ପରିଚାଳନା ପାଇଁ ପରିବହନ ବିଭାଗ ଓ ଆଇଓସିଏଲ୍‌ ମଧ୍ୟରେ ବୁଝାମଣା ସ୍ୱଚ୍ଛ ସାର୍ବଜନୀନ ପରିବହନକୁ ପ୍ରୋତ୍ସାହନ, ବୈଦ୍ୟୁତିକ ଯାନର ବ୍ୟବହାର ବୃଦ୍ଧି ଏବଂ ଚାର୍ଜିଂ ଭିତ୍ତିଭୂମିର ସମ୍ପ୍ରସାରଣ ଦିଗରେ ରାଜ୍ୟର ନିରନ୍ତର ପ୍ରୟାସର ଏହା ପ୍ରତିଫଳନ ।

ଆଇ ଇ ଏମ୍ ଆଇ ୨୦୨୪ତୁଳନାରେ ମଧ୍ୟ ଓଡ଼ିଶା ଏଥିରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ।

୨୦୨୪ରେ ରାଜ୍ୟର ସ୍କୋର ୪୯ ଥିବାବେଳେ ଜାତୀୟ ସ୍ତରରେ ଓଡ଼ିଶା ୭ମ ସ୍ଥାନରେ ରହିଥିଲା ।

Road: କୋଇଲା ପରିବହନ ପାଇଁ ସ୍ବତନ୍ତ୍ର ରାସ୍ତା ନିର୍ମାଣ ହେଉନି: ବଢ଼ୁଛି ଲୋକଙ୍କ ଅସନ୍ତୋଷ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି, “ଭାରତୀୟ ବୈଦ୍ୟୁତିକ ଗତିଶୀଳତା ସୂଚକାଙ୍କରେ ଓଡ଼ିଶା "ଫ୍ରଣ୍ଟରନର୍" ଭାବେ ମାନ୍ୟତା ପାଇବା ଏକ ସ୍ୱଚ୍ଛ, ସବୁଜ ଓ ଭବିଷ୍ୟତମୁଖୀ ପରିବହନ ବ୍ୟବସ୍ଥା ଗଠନ ପ୍ରତି ଆମର ପ୍ରତିବଦ୍ଧତାର ପ୍ରତିଫଳନ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।