Vir Chakra: ୧୯୬୫ ଯୁଦ୍ଧ ହିରୋ ଆଲଫ୍ରେଡ୍‌ ଟାଇରୋନ୍ କୁକ୍‌ଙ୍କ ପରଲୋକ, ବାୟୁସେନା ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି

Sep 19, 2026 - 20:36
Vir Chakra: ୧୯୬୫ ଯୁଦ୍ଧ ହିରୋ ଆଲଫ୍ରେଡ୍‌ ଟାଇରୋନ୍ କୁକ୍‌ଙ୍କ ପରଲୋକ, ବାୟୁସେନା ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି

"ନୂଆଦିଲ୍ଲୀ: ବୀର ଚକ୍ର ପୁରସ୍କୃତ ତଥା ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ହିରୋ ଫ୍ଲାଇଟ ଲେଫ୍ଟନାଣ୍ଟ ଆଲଫ୍ରେଡ ଟାଇରୋନ୍‌ କୁକ୍‌ଙ୍କର ଶୁକ୍ରବାର ୮୭ ବର୍ଷ ବୟସରେ ନୂଆଦିଲ୍ଲୀସ୍ଥିତ ବେସ୍‌ ହସ୍ପିଟାଲଠାରେ ପରଲୋକ ଘଟିଛି।

ଭାରତୀୟ ବାୟୁସେନା (ଆଇଏଏଫ୍) ପକ୍ଷରୁ ବର୍ଷିଆନ୍‌ ଯୋଦ୍ଧାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ଆଇଏଏଫ୍‌ "ଏକ୍ସ"ରେ ଏକ ପୋଷ୍ଟ କରି କୁକ୍‌ଙ୍କୁ ଜଣେ ଯୁଦ୍ଧ ନାୟକ ଭାବରେ ବର୍ଣ୍ଣନା କରିଛି, ଯାହାଙ୍କ ଅଦମ୍ୟ ସାହସ ୧୯୬୫ ଭାରତ-ପାକ୍ ଯୁଦ୍ଧ ସମୟରେ ସାମରିକ ବିମାନ ଚଳାଚଳ ଇତିହାସରେ ଲିପିବଦ୍ଧ ହୋଇ ରହିଛି।

କଲାଇକୁଣ୍ଡ ଯୁଦ୍ଧ‌ରେ ଫ୍ଲାଇଟ ଲେଫ୍ଟନାଣ୍ଟ କୁକ୍‌ଙ୍କ ପରାକ୍ରମକୁ ଅତି ଉଚ୍ଚ ପ୍ରଶଂସା କରାଯାଇଛି।

Advertisment ପିଢ଼ି ପରେ ପିଢ଼ିକୁ ପ୍ରେରଣା କୁକ୍‌ଙ୍କ ତାଙ୍କ ନିଜ ସୁରକ୍ଷାକୁ ଖାତିର୍‌ ନକରି ନିଜର ଦୃଢ଼ ସାହସିକତା, କୌଶଳଗତ ଚତୁରତା ପ୍ରଦର୍ଶନ କରିଥିବାରୁ ତାଙ୍କୁ ବୀର୍‌ ଚକ୍ର ପ୍ରଦାନ କରାଯାଇଥିଲା।

କୁକ୍‌ଙ୍କ କାହାଣୀ ବାୟୁସେନା କ୍ଷେତ୍ରରେ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଉଥିବା ବୋଲି କୁହାଯାଇଛି।

୭ ସେପ୍ଟେମ୍ବର ୧୯୬୫ରେ ପୂର୍ବ ପାକିସ୍ତାନ (ବର୍ତ୍ତମାନ ବାଂଲାଦେଶ)ରୁ ଆରମ୍ଭ ହୋଇଥିବା ବିମାନ ଆକ୍ରମଣ ଜବାବରେ ଭାରତୀୟ ବାୟୁସେନାର ଏହି ପରାକ୍ରମୀ ଯୋଦ୍ଧା ପଶ୍ଚିମବଙ୍ଗର କଲାଇକୁଣ୍ଡ ପାକିସ୍ତାନ ବାୟୁସେନାର ବିମାନ ଖସାଇ ଦେଇଥିଲେ।

କୁକ୍‌ ତାଙ୍କ ୱିଙ୍ଗମ୍ୟାନ୍, ଫ୍ଲାଇଂ ଅଫିସର ସୁବୋଧ ଚନ୍ଦ୍ର ମାମଗାଇନଙ୍କ ସହିତ ଏକ ହକର୍ ହଣ୍ଟର ଲଢ଼ୁଆ ଜେଟରେ ଏକ ଯୁଦ୍ଧ ବିମାନ ପାଟ୍ରୋଲିଂ ଥିବାବେଳେ ପାକିସ୍ତାନ ବାୟୁସେନା ଦ୍ବାରା ଦ୍ବିତୀୟ ବାର ଆକ୍ରମଣର ଶିକାର ହୋଇଥିଲେ।

ରିପୋର୍ଟ ଅନୁଯାୟୀ, ଦୁଇ ପାଇଲଟ ସେମାନଙ୍କଠାରୁ ତିନିଗୁଣ ଅଧିକ ଶକ୍ତି ସହିତ ଲଢ଼ିଥିଲେ; ପୂର୍ବ ସେକ୍ଟରରେ ଏହା ଯୁଦ୍ଧର ପରବର୍ତ୍ତୀ ଗତିପଥକୁ ପ୍ରଭାବିତ କରିଥିଲା।

ବାୟୁସେନାରୁ ଅବସର ନେବା ପରେ କୁକ୍‌ ଅଷ୍ଟ୍ରେଲିଆରେ ରହୁଥିଲେ।

Doctor: ଉତ୍ତରାଖଣ୍ଡରେ PG ଡାକ୍ତରଙ୍କ ପାଇଁ ନୂଆ ନିୟମ: ପାଠପଢ଼ା ପରେ ୨ ବର୍ଷ ସରକାରୀ ହସ୍ପିଟାଲରେ ସେବା ଦେବା ବାଧ୍ୟତାମୂଳକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।