India forex reserves: ରେକର୍ଡ ଭାଙ୍ଗିଲା ବିଦେଶୀ ମୁଦ୍ରା ଭଣ୍ଡାର
"ମୁମ୍ବାଇ: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତରରେ ପହଞ୍ଚିଛି।
ଅଗଷ୍ଟ ୨୧ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଏଥିରେ ୧୨.୪୨୨ ବିଲିଅନ ଡଲାର ବୃଦ୍ଧି ଘଟି ୭୨୯.୩୨୮ ବିଲିଅନ ଡଲାରରେ ପହଞ୍ଚିଛି।
ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଚଳିତବର୍ଷ ଫେବ୍ରୁଆରି ୨୭ରେ ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ୭୨୮.୪୯୪ ବିଲିଅନ ଡଲାରରେ ଥିଲା।
ଏବେ ମୁଦ୍ରା ଭଣ୍ଡାରରେ ତାଠାରୁ ଅଧିକ ହୋଇଛି।
Advertisment ବିଦେଶୀ ମୁଦ୍ରା ଭଣ୍ଡାର ଗତ ୮ ସପ୍ତାହ ହେଲା ଲଗାତାର ବଢ଼ିବାରେ ଲାଗିଛି।
ଏହି ସମୟ ମଧ୍ୟରେ ବିଦେଶୀ ମୁଦ୍ରା ଭଣ୍ଡାରରେ ପ୍ରାୟ ୬୩ ବିଲିଅନ ଡଲାରର ବୃଦ୍ଧି ଘଟିଛି।
ଅଗଷ୍ଟ ୨୧ ତାରିଖରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ପରିସମ୍ପତ୍ତି ୯.୪୮୨ ବିଲିଅନ ଡଲାର ବୃଦ୍ଧି ଘଟି ୫୯୧.୩୩୩ ବିଲିଅନ ଡଲାରରେ ପହଞ୍ଚିଛି।
ଗଚ୍ଛିତ ସୁନା ମୁଲ୍ୟରେ ୨.୮୦୧ ବିଲିଅନ ଡଲାର ବୃଦ୍ଧି ଘଟି ୧୧୪.୨୧୮ ବିଲିଅନ ଡଲାର ହୋଇଛି।
ସ୍ପେସାଲ ଡ୍ରଇଂ ରାଇଟ୍ସ (ଏସ୍ଡିଆର୍) ୧୧୨ ନିୟୁତ ଡଲାର ବଢ଼ି ୧୮.୮୫୨ ବିଲିଅନରେ ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍)ରେ ଭାରତର ରାଶି ୨୬ ବିଲିଅନ ଡଲାର ବଢ଼ି ୪.୯୨୫ ବିଲିଅଲ ଡଲାର ହୋଇଛି।
Foreign Currency : ବିଦେଶୀ ମୁଦ୍ରା ଭଣ୍ଡାର ୧୦.୫ ବିଲିଅନ ଡଲାର ବଢ଼ିଲା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।