‘Mirzapur: The Movie’: ଦୁଇ ଦିନରେ ୭୮ କୋଟି ପାର୍ ‘ମିର୍ଜାପୁର: ଦ ମୁଭି’ର ବକ୍ସ ଅଫିସ୍ ପ୍ରଭାବ
"ନୂଆଦିଲ୍ଲୀ: ଓଟିଟିରେ ଦର୍ଶକଙ୍କ ମନ ଜିଣିଥିବା "ମିର୍ଜାପୁର" ଏବେ ବଡ଼ ପରଦାରେ ମଧ୍ୟ ନିଜ ଦବଦବା ଦେଖାଇଛି।
ପଙ୍କଜ ତ୍ରିପାଠୀ, ଅଲି ଫଜଲ ଓ ଦିବ୍ୟେନ୍ଦୁଙ୍କ ଅଭିନୀତ "ମିର୍ଜାପୁର: ଦ ମୁଭି" ସେପ୍ଟେମ୍ବର ୪ରେ ସିନେମା ହଲ୍ରେ ରିଲିଜ୍ ହୋଇଥିବା ବେଳେ ଦୁଇ ଦିନ ମଧ୍ୟରେ ଗ୍ଲୋବାଲ ବକ୍ସ ଅଫିସ୍ରେ ଜବରଦସ୍ତ ଆୟ କରିଛି।
ଫିଲ୍ମଟି ପ୍ରଥମ ଦିନରେ ୨୫ କୋଟି ଟଙ୍କା ଆୟ କରି ଖାତା ଖୋଲିଥିଲା।
ଦ୍ୱିତୀୟ ଦିନରେ ଏହାର ଆୟ ୩୧ କୋଟିରେ ପହଞ୍ଚିଛି।
ଏହା ସହ ଭାରତରେ ଫିଲ୍ମର ମୋଟ ନେଟ୍ କଲେକ୍ସନ୍ ୫୬.୭୫ କୋଟି ଟଙ୍କା ହୋଇଛି।
ଗ୍ରସ୍ ଇଣ୍ଡିଆ କଲେକ୍ସନ୍ ୬୮.୨୦ କୋଟି ଟଙ୍କା ରହିଛି।Advertisment ଦ୍ୱିତୀୟ ଦିନରେ ୩୧ କୋଟି ଆୟ ବିଦେଶୀ ବଜାରରେ ମଧ୍ୟ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିଛି।
ଦୁଇ ଦିନରେ ଓଭରସିଜ୍ରୁ ପ୍ରାୟ ୬ କୋଟି ଟଙ୍କା ଆୟ କରିବା ସହ ଏହାର ୱାର୍ଲ୍ଡୱାଇଡ୍ କଲେକ୍ସନ୍ ୭୮.୪୫ କୋଟି ଟଙ୍କାରେ ପହଞ୍ଚିଛି।
ଶନିବାର ହିନ୍ଦୀ ଭାଷାଭାଷୀ ଅଞ୍ଚଳରୁ ୩୦.୭୫ କୋଟି ଏବଂ ତେଲୁଗୁରୁ ୦.୨୫ କୋଟି ଟଙ୍କା ଆୟ ହୋଇଥିବା ଜଣାପଡ଼ିଛି।
ଗୁରମୀତ ସିଂହଙ୍କ ନିର୍ଦ୍ଦେଶନା ଏବଂ ପୁନୀତ କୃଷ୍ଣଙ୍କ ଲେଖାରେ ନିର୍ମିତ ଏହି ଆକ୍ସନ୍-କ୍ରାଇମ୍ ଥ୍ରିଲରରେ ପଙ୍କଜ ତ୍ରିପାଠୀ, ଅଲି ଫଜଲ, ଦିବ୍ୟେନ୍ଦୁ, ଜିତେନ୍ଦ୍ର କୁମାର ଓ ରବି କିଶନ ପ୍ରମୁଖ ଭୂମିକାରେ ଅଛନ୍ତି।
ଫିଲ୍ମର ଆୟ ଏହି ଗତିରେ ଜାରି ରହିଲେ ୱିକେଣ୍ଡ୍ ସୁଦ୍ଧା ଏହା ୧୦୦ କୋଟି ଟଙ୍କାର କ୍ଲବ୍ରେ ପ୍ରବେଶ କରିପାରେ।
ଅକ୍ଷୟ କୁମାର ଓ ଶିଳ୍ପା ଶେଟ୍ଟୀଙ୍କ ବିବାହ ହେବାର ଥିଲା, କିନ୍ତୁ ଭୁଲ ବୁଝାମଣା ଯୋଗୁଁ ଭାଙ୍ଗିଥିଲା ସମ୍ପର୍କ: ନିର୍ଦ୍ଦେଶକ ସୁନୀଲ ଦର୍ଶନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।