Tech sector: ଟେକ୍ ସେକ୍ଟରରେ ପୁଣି ଛଟେଇ: ଓରାକଲରୁ ୩,୦୦୦ କର୍ମଚାରୀ ବିଦା ହେବା ଆଶଙ୍କା
"ନୂଆଦିଲ୍ଲୀ: ଟେକ୍ନୋଲୋଜି କ୍ଷେତ୍ରରେ ଛଟେଇ ପ୍ରକ୍ରିୟା ଥମିବାର ନାଁ ନେଉନାହିଁ।
ପ୍ରସିଦ୍ଧ ଟେକ୍ କମ୍ପାନୀ ଅରାକଲ୍ (Oracle) ଭାରତରେ ନିଜର ପ୍ରାୟ ୩,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନାକରୁଛି।
ମିଳିଥିବା ସୂଚନା ମୁତାବକ ଛଟେଇର ମୁଖ୍ୟ କାରଣ ହେଉଛି ଯେ କମ୍ପାନୀ ବର୍ତ୍ତମାନ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ କ୍ଲାଉଡ୍ କମ୍ପ୍ୟୁଟିଂ (Cloud Computing) ଉପରେ ନିଜର ନିବେଶ ଓ ଧ୍ୟାନ ବୃଦ୍ଧି କରୁଛି।
ଏହି ବଦଳୁଥିବା ଆବଶ୍ୟକତା ଯୋଗୁଁ କମ୍ପାନୀ ଏହି ପଦକ୍ଷେପ ନେଉଛି।
ଓରାକଲ ଏଆଇ ଡାଟା ସେଣ୍ଟର ନିର୍ମାଣ ଏବଂ ସମ୍ପ୍ରସାରଣ ପାଇଁ ବିପୁଳ ପରିମାଣର ଅର୍ଥ ନିବେଶ କରୁଛି।
ଚଳିତ ଆର୍ଥିକ ବର୍ଷରେ କମ୍ପାନୀର କ୍ୟାପିଟାଲ୍ ଏକ୍ସପେଣ୍ଡିଚର ପ୍ରାୟ ୫୫.୭ ବିଲିୟନ ଡଲାରରେ ପହଞ୍ଚିଛି।Advertisment ଆହୁରି ପଢନ୍ତୁ :Sexual Harassment: ୧୦ରୁ ଅଧିକ ଜେଏନୟୁ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ପ୍ରଫେସରଙ୍କ ବିରୋଧରେ ତଦନ୍ତ କରୁଛି ଆଇସିସି ପୂର୍ବରୁ ବି ହୋଇଛି କର୍ମଚାରୀ ହ୍ରାସଗତ ଆର୍ଥିକ ବର୍ଷରେ କମ୍ପାନୀ ନିଜର ମୋଟ କର୍ମଚାରୀ ସଂଖ୍ୟାରୁ ପ୍ରାୟ ୧୩ ପ୍ରତିଶତ (ପାଖାପାଖି ୨୧,୦୦୦ ପଦବୀ) ହ୍ରାସ କରିସାରିଛି।
ଓରାକଲ ବ୍ୟତୀତ ମାଇକ୍ରୋସଫ୍ଟ ମଧ୍ୟ ଭାରତରେ ନିଜର ପ୍ରାୟ ୪୦୦ ରୁ ୫୦୦ କର୍ମଚାରୀଙ୍କୁ ମଧ୍ୟ ଛଟେଇ କରିପାରେ ବୋଲି କୁହାଯାଉଛି | ଆଜିକାଲି ଟେକ୍ନୋଲୋଜି କ୍ଷେତ୍ରରେ କେବଳ ଚାକିରି ପାଇବା ଯଥେଷ୍ଟ ନୁହେଁ।
କମ୍ପାନୀଗୁଡ଼ିକ ଦ୍ରୁତ ଗତିରେ ଏଆଇ, କ୍ଲାଉଡ୍ କମ୍ପ୍ୟୁଟିଂ, ସାଇବର ସିକ୍ୟୁରିଟି ଏବଂ ଅଟୋମେସନ୍ ଆଡ଼କୁ ଗତି କରୁଥିବାରୁ କର୍ମଚାରୀମାନଙ୍କୁ ନିଜର ଦକ୍ଷତା (Skills) ବୃଦ୍ଧି କରିବାକୁ ପଡ଼ିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।