India Kabaddi Team: କବାଡ଼ି: ଯୁଗଳ ସ୍ବର୍ଣ୍ଣ ଦୌଡ଼ରେ ଭାରତ
"ଆଇଚି: ଭାରତର ଉଭୟ ପୁରୁଷ ଓ ମହିଳା କବାଡ଼ି ଦଳ ଫାଇନାଲ୍ରେ ପହଞ୍ଚି ଦେଶ ପାଇଁ ୨ ସ୍ବର୍ଣ୍ଣ ପଦକ ଜିିତିବାର ଆଶା ସଞ୍ଚାର କରିଛନ୍ତି।
ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ଥିବା ଭାରତୀୟ ପୁରୁଷ ଓ ମହିଳା ଦଳ ନିଜ ନିଜ ସେମିଫାଇନାଲ୍ ମ୍ୟାଚ୍କୁ ସହଜରେ ଜିତି ସ୍ବର୍ଣ୍ଣ ଦୌଡ଼ରେ ସାମିଲ ହୋଇଛନ୍ତି।
୮ ସ୍ବର୍ଣ୍ଣ ବିଜେତା ପୁରୁଷ ଦଳ ଶୁକ୍ରବାର ସେମିଫାଇନାଲ୍ରେ ଥାଇଲାଣ୍ଡକୁ ୬୬-୨୮ରେ ପରାସ୍ତ କରିଛି।
ମ୍ୟାଚ୍ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା।
ଦଳର ରେଡରମାନେ ଲଗାତାର ବୋନସ୍ ପଏଣ୍ଟ ହାସଲ କରି ଥାଇଲାଣ୍ଡକୁ ଚାପରେ ରଖିଥିଲେ।
ଦେବାଙ୍କ ଦଲାଲଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଭାରତ ଆରମ୍ଭରୁ ଥାଇଲାଣ୍ଡକୁ ଅଲ୍ଆଉଟ୍ କରି ଦେଇଥିଲା।
ଏହାପରେ ଭାରତକୁ ଥାଇଲାଣ୍ଡ ଅଲ୍ଆଉଟ୍ କରି ମ୍ୟାଚ୍କୁ ଫେରିଥିଲା।Advertisment ଥାଇଲାଣ୍ଡକୁ ଅଲ୍ଆଉଟ୍ କରିବାକୁ ଭାରତ ସକ୍ଷମ ପ୍ରଥମାର୍ଦ୍ଧର ଶେଷ ସମୟରେ ଭାରତ ପୁଣି ଥରେ ଥାଇଲାଣ୍ଡକୁ ଅଲ୍ଆଉ୍ଟ କରି ୩୭-୧୮ରେ ଆଗୁଆ ହୋଇଥିଲା।
ଦ୍ବିତୀୟାର୍ଦ୍ଧରେ ଦେବାଙ୍କ ଚମକରେ ପୁଣି ଥରେ ଥାଇଲାଣ୍ଡକୁ ଅଲ୍ଆଉଟ୍ କରିବାକୁ ଭାରତ ସକ୍ଷମ ହୋଇଥିଲା।
ଶେଷରେ ଭାରତ ୬୬-୨୮ରେ ଥାଇଲାଣ୍ଡକୁ ମାତ୍ ଦେଇ ନବମ ସ୍ବର୍ଣ୍ଣ ପଦକ ଦିଗରେ ଆଉ ଗୋଟିଏ ପାଦ ବଢ଼ାଇଥିଲା।
ଭାରତର ୬୬ ପଏଣ୍ଟ୍ ୪୩ ଆଉଟ୍, ୧୫ ବୋନସ ଓ ୮ ଅଲ୍ଆଉଟ୍ରୁ ଆସିଥିଲା।
ସେହିଭଳି ଥାଇଲାଣ୍ଡ ୨୦ ଆଉଟ୍, ୫ ବୋନସ, ୨ ଅଲ୍ଆଉଟ୍ ସହ ମୋଟ ୨୮ ପଏଣ୍ଟ୍ ପାଇଥିଲା।
Women Hockey Team: ହକି: ଭାରତୀୟ ମହିଳା ଦଳ ସେମିର ନିକଟତର ସେହିପରି ମହିଳା ଦଳ ୪୮-୨୪ରେ ନେପାଳକୁ ପରାସ୍ତ କରିଥିଲା।
ଭାରତୀୟ ରେଡର୍ଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଭାରତ ୩ ଥର ନେପାଳକୁ ଅଲ୍ଆଉଟ୍ କରିବା ସହ ୩୫ ଆଉଟ୍ ପଏଣ୍ଟ୍ ଅର୍ଜନ କରିଥିଲା। ହେଲେ ନେପାଳ ମାତ୍ର ୧୮ ଆଉଟ୍ ପଏଣ୍ଟ୍ ପାଇଥିଲା।
ପ୍ରଥମାର୍ଦ୍ଧରେ ୨୩ ଆଉଟ୍ ଓ ୪ ବୋନସ ଓ ୨ ଅଲ୍ଆଉଟ୍ରୁ ୩୧ ପଏଣ୍ଟ୍ ପାଇଥିଲା।
ନେପାଳ ୧୩ ଟଚ୍, ଗୋଟିଏ ସୁପର ଟ୍ୟାକଲ୍ ସହ ୧୭ ପଏଣ୍ଟ ପାଇଥିଲା।
ଦ୍ବିତୀୟାର୍ଦ୍ଧରେ ଗୋଟିଏ ଅଲ୍ଆଉଟ୍ ସହ ୧୭ ପଏଣ୍ଟ୍ ଯୋଡ଼ି ମ୍ୟାଚକୁ ୪୮-୨୪ରେ ଭାରତ ଜିତିଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।