India Lose Final But T20I Clinch Five-Match Series: ସିରିଜ୍ ଜିତିଲା ଭାରତ, ଶେଷ ଟି-୨୦ରେ ନ୍ୟୁଜିଲାଣ୍ଡର ଦମଦାର ବିଜୟ!
ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଶେଷ ମ୍ୟାଚ୍ରେ ଭାରତକୁ ଚକ୍ମା ଦେଇଛି ନ୍ୟୁଜିଲାଣ୍ଡ।
ହାମିଲଟନ୍ର ସେଡନ୍ ପାର୍କରେ ଘରୋଇ ଦଳ ୭ ୱିକେଟ୍ରେ ଭାରତକୁ ପରାସ୍ତ କରିଛି।
ତେବେ ପ୍ରଥମ ତିନିଟି ମ୍ୟାଚ୍ ଜିତିଥିବା ଭାରତ ସିରିଜ୍କୁ ୩-୨ରେ ନିଜ ନାଁରେ କରିଛି।
Advertisment ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ୍ ହରାଇ ୧୯୧ ରନ୍ କରିଥିଲା।
ଈଶାନ କିଶନ ଧମାକାଦାର ୬୨ ରନ୍ କରିଥିବା ବେଳେ ଅଧିନାୟକ ଶ୍ରେୟସ ଆୟର ୫୦ ରନ୍ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।
ଉଭୟ ତୃତୀୟ ୱିକେଟ୍ ପାଇଁ ମାତ୍ର ୪୩ ବଲ୍ରେ ୯୩ ରନ୍ ଯୋଡ଼ିଥିଲେ।
ତେବେ ଆଡାମ୍ ମିଲେନଙ୍କ ଘାତକ ବୋଲିଂ ଆଗରେ ଭାରତର ରନ୍ ଗତି ଧିମେଇ ଯାଇଥିଲା।
ମିଲେନ ୧୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ।
୧୯୨ ରନ୍ର ଲକ୍ଷ୍ୟ ପିଛା କରି ନ୍ୟୁଜିଲାଣ୍ଡ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା।
ଟିମ୍ ସିଫର୍ଟ ମାତ୍ର ୫୯ ବଲ୍ରେ ୯୩ ରନ୍ କରିଥିବା ବେଳେ ଗ୍ଲେନ୍ ଫିଲିପ୍ସ ୬୫ ରନ୍ କରି ଅପରାଜିତ ରହିଥିଲେ।
ଫିଲିପ୍ସ ଏହି ସିରିଜ୍ରେ ମୋଟ ୩୪୧ ରନ୍ କରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦ୍ୱିପାକ୍ଷିକ ଟି-୨୦ ସିରିଜ୍ରେ ସର୍ବାଧିକ ରନ୍ର ନୂଆ ରେକର୍ଡ କରିଛନ୍ତି।
Advertisment ଶେଷରେ ନ୍ୟୁଜିଲାଣ୍ଡ ୨ ଓଭର ବାକି ଥାଇ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା।
ଶେଷ ମ୍ୟାଚ୍ ହାରିଥିଲେ ମଧ୍ୟ ସିରିଜ୍ ଜିତି ଭାରତ ଅଭିଯାନ ଶେଷ କରିଛି।
ଏବେ ଉଭୟ ଦଳ ମଧ୍ୟରେ ବୁଧବାରଠାରୁ ଦିନିକିଆ ସିରିଜ୍ ଆରମ୍ଭ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।