India vs West Indies 1st ODI: ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମହାଲଢ଼େଇ! ଟସ୍ ଉପରେ ନଜର, ପିଚ୍ରେ କାହାର ଚାଲିବ ରାଜ୍?
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍। ସିରିଜ୍ର ପ୍ରଥମ ମୁକାବିଲା ତିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ପୂର୍ବରୁ ସବୁଠାରୁ ବଡ଼ ଚର୍ଚ୍ଚା ଏବେ ପିଚ୍କୁ ନେଇ। ପିଚ୍ରେ କାହାକୁ ମିଳିବ ଫାଇଦା ଏବଂ ଟସ୍ କେତେ ଗୁରୁତ୍ୱପୂର୍ଣ୍ଣ ହେବ, ତା’ ଉପରେ ରହିଛି ନଜର।
ଦ୍ରୁତ ବୋଲରଙ୍କୁ ମିଳିପାରେ ଫାଇଦା
ଗ୍ରୀନଫିଲ୍ଡ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ମାତ୍ର ୨ଟି ODI ମ୍ୟାଚ୍ ଖେଳାଯାଇଛି। ଏହି ପିଚ୍ରେ ଗତି ଓ ବାଉନ୍ସ ଦେଖିବାକୁ ମିଳିଥିବାରୁ ଦ୍ରୁତ ବୋଲରମାନେ ଏଠାରେ ପ୍ରଭାବ ପକାଇପାରନ୍ତି।
ଏଠାରେ ହାରାହାରି ପ୍ରଥମ ଇନିଂସ୍ର ସ୍କୋର ପ୍ରାୟ ୨୪୭ ରନ୍ ରହିଛି। ପିଚ୍ରେ ଆରମ୍ଭରେ ଦ୍ରୁତ ବୋଲରଙ୍କୁ ଅଧିକ ସହାୟତା ମିଳିପାରେ। ଏହି କାରଣରୁ ଟସ୍ ଜିତିଥିବା ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇପାରନ୍ତି।
୨୦୧୮ରେ ୱେଷ୍ଟଇଣ୍ଡିଜ୍କୁ ମାତ୍ ଦେଇଥିଲା ଭାରତ
ଏହି ମଇଦାନରେ ୨୦୧୮ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ODI (One Day International) ମ୍ୟାଚ୍ ଖେଳାଯାଇଥିଲା। ସେହି ମ୍ୟାଚ୍ରେ ଭାରତ ୯ ୱିକେଟ୍ରେ ବିଜୟୀ ହୋଇଥିଲା। ଏଥର ମଧ୍ୟ ପିଚ୍ ଓ ପାଣିପାଗର ପରିସ୍ଥିତି ମ୍ୟାଚ୍ର ଫଳାଫଳରେ ପ୍ରଭାବ ପକାଇପାରେ।
୨୦୨୭ ବିଶ୍ୱକପ୍ ପାଇଁ ଆରମ୍ଭ ହେବ ପ୍ରସ୍ତୁତି
ଏହି ସିରିଜ୍କୁ ଭାରତୀୟ ଦଳର ୨୦୨୭ ODI ବିଶ୍ୱକପ୍ ପ୍ରସ୍ତୁତିର ଏକ ଅଂଶ ଭାବେ ଦେଖାଯାଉଛି। ତେଣୁ ପ୍ରଥମ ODIରେ ଭାରତର ଖେଳାଳୀଙ୍କ ଉପରେ ମଧ୍ୟ ରହିବ ବିଶେଷ ନଜର। ଯଶସ୍ୱୀ ଜୟସ୍ୱାଲଙ୍କୁ ସୁଯୋଗ ମିଳିବ କି ନାହିଁ, ତା’ ସହ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ମଧ୍ୟ ଚର୍ଚ୍ଚାରେ ରହିବ।
ହେଡ୍-ଟୁ-ହେଡ୍ରେ ଭାରତ ଆଗରେ
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ODIରେ ଏପର୍ଯ୍ୟନ୍ତ ୧୪୨ଟି ମ୍ୟାଚ୍ ଖେଳାଯାଇଛି। ଏଥିରେ ଭାରତ ୭୨ଟି ମ୍ୟାଚ୍ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ୍ ୬୪ଟି ମ୍ୟାଚ୍ରେ ବିଜୟୀ ହୋଇଛି। ତେଣୁ ଏହି ମୁକାବିଲାରେ ଉଭୟ ଦଳର ପ୍ରଦର୍ଶନ ଉପରେ କ୍ରିକେଟ୍ପ୍ରେମୀଙ୍କ ନଜର ରହିବ।
ଟସ୍: ଦିନ ୧:୩୦, ମ୍ୟାଚ୍ ସମୟ- ୨.୦୦
ସ୍ଥାନ: ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ, ତିରୁଅନନ୍ତପୁରମ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।