India vs West Indies T20I: ଭାରତ ଆଗରେ ୨୪୮ ରନ୍ର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ୍
"ହାଇଦ୍ରାବାଦ୍: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଟି-୨୦ ଶୃଙ୍ଖଳାର ଚତୁର୍ଥ ମୁକାବିଲା ହାଇଦ୍ରାବାଦ୍ସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଜାରି ରହିଛି।
ଏହି ମୁକାବିଲାରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।
ଅତିଥି ଦଳ ଅଧିନାୟକ ସାଈ ହୋପ୍ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୩ ୱିକେଟ୍ ହରାଇ ୨୪୭ ରନ୍ କରିଛି।
ଫଳରେ ଭାରତକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୪୮ ରନ୍ର ଲକ୍ଷ୍ୟ ମିଳିଛି।
Advertisment ୱେଷ୍ଟଇଣ୍ଡିଜ୍ ପାଇଁ ଅଧିନାୟକ ସାଈ ହୋପ୍ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି।
ସେ ଅପରାଜିତ ରହି ୫୦ଟି ବଲ୍ ଖେଳିଛନ୍ତି ଏବଂ ଏଥିରୁ ୧୦୨ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୪ଟି ଚୌକା ଏବଂ ୯ଟି ଛକା ସାମିଲ ଅଛି।
ୱେଷ୍ଟଇଣ୍ଡିଜର ପ୍ରାରମ୍ଭିକ ବ୍ୟାଟିଂ ଭଲରୁ ଆରମ୍ଭ ହୋଇଥିଲା।
ପ୍ରାରମ୍ଭିକ ବ୍ୟାଟର ସାଈ ହୋପ୍ ଏବଂ ଜ୍ବେଲ୍ ଆଣ୍ଡ୍ର୍ୟୁ ପ୍ରଥମ ୱିକେଟ୍ ପାଇଁ ୫୨ ରନ୍ର ଭାଗିଦାରୀ କରିଥିଲେ।
ଦ୍ବିତୀୟ ୱିକେଟ୍ ପାଇଁ ସିମରନ ହେଟମେୟର ଏବଂ ସାଈ ହୋପ୍ ୬୨ ରନ୍ର ଭାଗିଦାରୀ କରିଥିଲେ।
ସେହିପରି ତୃତୀୟ ୱିକେଟ୍ ପାଇଁ ରୋଭମ୍ୟାନ ପାୱେଲଙ୍କ ସହିତ ସାଈ ହୋପ୍ ୪୬ ରନ୍ର ଭାଗିଦାରୀ କରିଥିଲେ।
ଜ୍ବେଲ ଆଣ୍ଡ୍ର୍ୟୁ ବ୍ୟକ୍ତିଗତ ଭାବେ ୨୧ ରନ୍ ସଂଗ୍ରହ କରିଥିଲେ।
ସେ ୧୬ଟି ବଲ୍ ଖେଳି ୨ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ।
ବିସ୍ଫୋରକ ବ୍ୟାଟର ହେଟ୍ମେୟର ୧୨ଟି ବଲ୍ ଖେଳି ୪ଟି ଚୌକା ଏବଂ ୨ଟି ଛକା ବଳରେ ୩୩ ରନ୍ ଯୋଡ଼ିଥିଲେ।
ସେହିପରି ୧୭ଟି ବଲ୍ ଖେଳି ୨ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ ରୋଭମ୍ୟାନ୍ ପାୱେଲ।
ଭାରତ ପାଇଁ ଦ୍ରୁତ ବୋଲର ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।
Cricket: ଧଳା ବଲ୍ କ୍ରିକେଟ୍ରେ ସୁପରଷ୍ଟାର ଏହି ୫ ଜଣ ଖେଳାଳି; ଟେଷ୍ଟରେ କରିପାରିଲେନି ଭଲ ପ୍ରଦର୍ଶନ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।