India Wins Silver In Mixed 4x400m Relay: ମିକ୍ସଡ୍ ୪x୪୦୦ ରିଲେରେ ଭାରତକୁ ରୌପ୍ୟ, ଭିଥ୍ୟାଙ୍କ ଜବରଦସ୍ତ ଫିନିଶ୍
ଏସିଆନ୍ ଗେମ୍ସରେ ଭାରତକୁ ରୌପ୍ୟ । ମିକ୍ସଡ୍ ୪x୪୦୦ ମିଟର ରିଲେରେ ଭାରତୀୟ ଦଳ ରୌପ୍ୟ ପଦକ ଜିତିଛି । ପୁଭମ୍ମା ରାଜୁ, ବିଶାଲ ଥେନ୍ନାରାସୁ, ମନୁ ଟିଏସ୍ ଓ ଭିଥ୍ୟା ରାମରାଜଙ୍କ ଦଳ ୩ ମିନିଟ୍ ୧୪.୪୬ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିଛି ।
ଶେଷ ଲେଗ୍ରେ ଭିଥ୍ୟା ରାମରାଜଙ୍କ ଜବରଦସ୍ତ ଦୌଡ଼ ଭାରତକୁ ବ୍ରୋଞ୍ଜ୍ରୁ ରୌପ୍ୟକୁ ନେଇଯାଇଥିଲା । ବାହାରେନ୍ ୩ ମିନିଟ୍ ୧୨.୮୭ ସେକେଣ୍ଡର ଗେମ୍ସ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଥିବାବେଳେ ଭିଏତନାମ ୩ ମିନିଟ୍ ୧୪.୫୪ ସେକେଣ୍ଡ ସହ ବ୍ରୋଞ୍ଜ୍ ପାଇଛି ।
ଏହା ସହ ହାଙ୍ଗଝୋ ଏସିଆନ୍ ଗେମ୍ସର ସଫଳତାକୁ ଭାରତ ପୁଣି ଦୋହରାଇଛି । ଗୁରୁବାର ଆଥଲେଟିକ୍ସରୁ ଭାରତକୁ ଆଉ ଏକ ପଦକ ମିଳିଛି । ମହିଳା ୧୦ ହଜାର ମିଟରରେ ସୀମା କୁମାରୀ ବ୍ରୋଞ୍ଜ୍ ଜିତିବା ସହ ୧୬ ବର୍ଷ ପରେ ଭାରତକୁ ଏହି ଇଭେଣ୍ଟରେ ପଦକ ମିଳିଛି । ଦୁଇଟି ଆଥଲେଟିକ୍ସ ପଦକ ସହ ଭାରତର ମୋଟ ପଦକ ସଂଖ୍ୟା ୧୭ରେ ପହଞ୍ଚିଛି ।
Silver shine in Nagoya! 🥈🇮🇳✨
— Athletics Federation of India (@afiindia) September 24, 2026
Tiranga up, arms raised: pure joy from our Mixed 4x400m relay stars after a thrilling 3:14.46 🔥
Poovamma M.R. | Vishal T.K. | Vithya Ramraj | Manu T.S. 💪#AsianGames2026#TeamIndia#IndianAthletics#Nagoya2026pic.twitter.com/hvO0jMuPIn
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।