Indian Air Force: ଭାରତ ପାଖରେ ଆବଶ୍ୟକ କ୍ଷମତା ଅଛି: ବାୟୁସେନା ମୁଖ୍ୟ

Oct 03, 2026 - 21:40
Indian Air Force: ଭାରତ ପାଖରେ ଆବଶ୍ୟକ କ୍ଷମତା ଅଛି: ବାୟୁସେନା ମୁଖ୍ୟ

"ନୂଆଦିଲ୍ଲୀ: ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ଏ ପି ସିଂହ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ପାଇଁ ପାକିସ୍ତାନର ଚୀନ ସହିତ ସହଭାଗିତାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ତେବେ ଏହାର ଅର୍ଥ ନୁହେଁ ଯେ, ବାୟୁସେନା ଏହାର ଜବାବ ଦେବାରେ ଅସମର୍ଥ ବୋଲି ସିଂହ କହିଛନ୍ତି।Advertisment ବାୟୁସେନା ଦିବସ ପୂର୍ବରୁ ଶନିବାର ଏକ ବାର୍ଷିକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବାୟୁସେନା ମୁଖ୍ୟ କହିଛନ୍ତି, ଭାରତକୁ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ସାମିଲ କରିବା ଓ ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ (ଏମଏମ୍‌ସିଏ) କାର୍ଯ୍ୟକ୍ରମକୁ ଆଗକୁ ବଢାଇବାକୁ ପଡିବ।

ପାକିସ୍ତାନ ନିକଟ ଭବିଷ୍ୟତରେ ସେଗୁଡ଼ିକୁ ହାସଲ କରିପାରେ।

ଏପରି ରିପୋର୍ଟ ମଧ୍ୟ ଅଛି ଯେ ସେମାନଙ୍କର ପାଇଲଟମାନେ ପୂର୍ବରୁ ଚୀନରେ ତାଲିମ ନେଉଛନ୍ତି।

ଏହା ଚିନ୍ତାର କାରଣ।

ତଥାପି ଏହା ଏପରି ସ୍ଥିତି ନୁହେଁ କି ଏହାର ମୁକାବିଲା କରାଯାଇପାରିବ ନାହିଁ?

ମୁଁ ଏଥିରେ ସହମତ ହେବି ନାହିଁ ବୋଲି ସେ କହିଛନ୍ତି।

ସିଂହ ଜୋର ଦେଇ କହିଛନ୍ତି ଯେ, ଏକ ଲଢ଼ୁଆ ବିମାନର ପ୍ରଭାବ କେବଳ ପ୍ଲାଟଫର୍ମ ଉପରେ ନୁହେଁ ବରଂ ଏହା ଅନ୍ୟାନ୍ୟ ସାମରିକ କ୍ଷମତା ସହିତ କେତେ ଭଲ ଭାବରେ ସମନ୍ୱିତ ହୋଇଛି ତାହା ଉପରେ ମଧ୍ୟ ନିର୍ଭର କରେ।

ଉଦାହରଣ ସ୍ୱରୂପ, ପାକିସ୍ତାନର ଅନ୍ୟାନ୍ୟ ପ୍ଲାଟଫର୍ମ ଥିଲା, କିନ୍ତୁ ଯେତେବେଳେ ଆମେ ଅପରେସନ ସିନ୍ଦୂର ଆରମ୍ଭ କଲୁ, ସେମାନେ ସେଗୁଡ଼ିକୁ ଅଧିକ ବ୍ୟବହାର କରିପାରିଲେ ନାହିଁ।

ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ସହ ଏୟାର ଚିଫ୍‌ ମାର୍ଶଲ ବୀରେନ୍ଦ୍ର ସିଂହ ଧନୋଆଙ୍କର ରହିଛି ବହୁ ସାମଞ୍ଜସ୍ୟ; ଜାଣନ୍ତୁ ସେସବୁ କ"ଣ?...

ଭାରତରେ ପରବର୍ତ୍ତୀ ପିଢ଼ିର ବିମାନ ସାମିଲ କରିବାରେ ଯଦି ବିଳମ୍ବ ହୁଏ ତେବେ ଆମକୁ ଅନ୍ୟ ବିକଳ୍ପ କଥା ଚିନ୍ତା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଭାରତକୁ ବାୟୁସେନାରେ ପ୍ରତିବର୍ଷ ୩୬ ରୁ ୪୦ଟି ଲଢ଼ୁଆ ବିମାନ ସାମିଲ କରିବାର ଆବଶ୍ୟକତା ରହିଛି।

ଯଦି ଏଏମ୍‌ସିଏ ପଞ୍ଚମ ପିଢ଼ି ବିମାନ ନେଇ ବିଳମ୍ବ ହୁଏ ତେବେ ଆମକୁ ଅନ୍ୟ ବିକଳ୍ପ କଥା ଚିନ୍ତା କରିବାକୁ ପଡ଼ିବ ବୋଲି ବାୟୁସେନା ମୁଖ୍ୟ କହିଛନ୍ତି।

ଆଉ ଏକ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନର ସମ୍ଭାବନା ବିଷୟରେ ସିଂହ କହିଛନ୍ତି ଯେ, ରୁଷ୍‌ ଭାରତକୁ ଏହାର ଏସ୍‌ୟୁ-୫୭ ଜେଟ୍ ପ୍ରଦାନ ପାଇଁ ପ୍ରସ୍ତାବ ଦେଇଛି, କିନ୍ତୁ ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ସିଂହ କହିଛନ୍ତି, ଯୋଜନା ଅନୁଯାୟୀ ସବୁକିଛି ଚାଲେ, ତେବେ ଭାରତ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ବହୁ ପ୍ରତୀକ୍ଷିତ ମଲ୍ଟି ରୋଲ୍‌ ଲଢ଼ୁଆ ବିମାନ (ଏମ୍‌ଆର୍‌ଏଫ୍‌ଏ) ଚୁକ୍ତିକୁ ଚୂଡ଼ାନ୍ତ କରିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।