27 OCTOBER 2026

Welcome!

Unlock your personalized experience.
Sign Up

Tribal Victim: ନ୍ୟାୟ ଅପେକ୍ଷାରେ ଆଦିବାସୀ ପୀଡ଼ିତା: ସୁନ୍ଦରଗଡ଼ରେ ୬ ବର୍ଷରେ ୪ ଦଣ୍ଡିତ

Oct 27, 2026 - 03:44
Tribal Victim: ନ୍ୟାୟ ଅପେକ୍ଷାରେ ଆଦିବାସୀ ପୀଡ଼ିତା: ସୁନ୍ଦରଗଡ଼ରେ ୬ ବର୍ଷରେ ୪ ଦଣ୍ଡିତ

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଏସ୍‌ସି/ଏସ୍‌ଟି ପୀଡ଼ିତା ନ୍ୟାୟ ପାଇବାରେ ବିଳମ୍ବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ରଖିଥିବା ଏଭଳି ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୁନ୍ଦରଗଡ଼ରେ ଗତ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ଅର୍ଥାତ୍‌ ୬ ବର୍ଷର ଏମିତି ସାଂଘାତିକ ତଥ୍ୟ ସାମନାକୁ ଆସିଛି। ସୁନ୍ଦରଗଡ଼, ରାଉରକେଲା ଓ ରେଳବାଇ ପୁଲିସ ଜିଲ୍ଲାରେ ପୀଡ଼ିତାମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ମାମଲାଗୁଡ଼ିକର ଶୁଣାଣି ପାଇଁ ସ୍ବତନ୍ତ୍ର କୋର୍ଟରେ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ନଥିବାରୁ ଜିଲ୍ଲାରେ ଏଭଳି ସମସ୍ୟା ଉପୁଜିଛି। 

ମିଳିଥିବା ତଥ୍ୟ ଅନୁଯାୟୀ, ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ୨୦୨୧ରେ ୬୭ ମାମଲା ପଞ୍ଜୀକୃତ ହୋଇଥିଲା। ଏଥିରୁ ୫୫ଟିର ଚାର୍ଜସିଟ୍‌ ହୋଇଛି। କୋର୍ଟରେ ୧୨ଟି ମାମଲା ସମାଧାନ ହୋଇଛି। ତିନିଟିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏବେ ବି ୪୦ଟି ମାମଲା ବିଚାରାଧୀନ ରହିଛି ୨୦୨୨ରେ ୭୯ଟି ମାମଲାରୁ  ୫୧ଟି ଚାର୍ଜସିଟ୍‌ ହୋଇଛି। କୋର୍ଟରେ ୧୪ଟି ମାମଲାର ସମାଧାନ ହୋଇଛି। ପ୍ରମାଣ ଅଭାବରୁ କାହାରିକୁ ଦୋଷୀ ସାବ୍ୟସ୍ତ କରାଯାଇପାରିନି। ୩୭ଟି ମାମଲା ବିଚାରାଧୀନ ରହିଛି। ୨୦୨୩ରେ ୬୪ଟି ପଞ୍ଜୀକୃତ ମାମଲାରୁ ୩୯ଟି ଚାର୍ଜସିଟ୍‌ ଦାଖଲ ହୋଇଛି। ୫ଟି ମାମଲାର ସମାଧାନ ‌ହୋଇପାରିଛି। ୩୪ଟି ମାମଲା ଏ‌ବେ ବି ବିଚାରାଧୀନ ରହିଛି। 

୫୨୦ ଏସ୍‌ସି/ଏସ୍‌ଟି ମାମଲା ପଞ୍ଜୀକୃତ

୨୦୨୪ରେ ୩୯ଟି ମାମଲାରୁ ୨୦ଟିର ଚାର୍ଜସିଟ୍‌ ହୋଇଛି। ୨୩ଟି ବିଚାରାଧୀନ ରହିଛି। ୨୦୨୫ରେ ୫୬ଟିରୁ ୨୩ଟି ମାମଲା ବିଚାରାଧୀନ ରହିଛି। ୨୦୨୬ରେ ସେପ୍ଟେମ୍ବର ସୁଦ୍ଧା ୩୧ଟି ମାମଲା ପଞ୍ଜୀକୃତ ହୋଇଛି। ୯ଟି ମାମଲାର ଚାର୍ଜସିଟ୍‌ ଦାଖଲ ହୋଇଛି। ୧୮ଟି ମାମଲାର ପୁଲିସ ତଦନ୍ତ ଏ ପର୍ଯ୍ୟନ୍ତ ବିଚାରାଧୀନ ରହିଛି। ୯ଟି ମାମଲାର ବିଚାର ଚାଲିଛି। ଏସବୁ ମାମଲାଗୁଡ଼ିକ ଜିଲ୍ଲାର ବିଭିନ୍ନ କୋର୍ଟରେ ଶୁଣାଣି ହେଉଛି। ସେମିତି ରାଉରକେଲା ପୁଲିସ ଜିଲ୍ଲାରେ ୨୦୨୧ରେ ୩୬ଟି ମାମଲାରୁ ୩୨ଟିରେ ଚାର୍ଜସିଟ୍‌ ଦାଖଲ ‌ହୋଇଛି। କୋର୍ଟରେ ୮ଟିର ଫଇସଲା ହୋଇଛି। ଜଣକୁ ଦୋଷୀ ସାବ୍ୟସ୍ତ  କରାଯାଇଛି। ୨୩ଟି ମାମଲା ବିଚାରଧୀନ ରହିଛି। ୨୦୨୨ରେ ୩୮ଟି ମାମଲାରୁ ୩୧ଟି ଚାର୍ଜସିଟ୍ ଦାଖଲ ହୋଇଛି। ୮ଟି ଫଇସଲା ହୋଇଛି। ୨୩ଟି ବିଚାରାଧୀନ ରହିଛି। 

୨୦୨୩ରେ ୩୪ଟି ମାମଲାରୁ ୨୬ଟି ଚାର୍ଜସିଟ୍‌ ଦାଖଲ ହୋଇଛି। ୫ଟିର ଫଇସଲା ହୋଇଛି। ୨୧ଟି ମାମଲା ବିଚାରାଧୀନ ରହିଛି। ୨୦୨୪ରେ ୨୯ଟି ମାମଲାରୁ ୧୮ଟି  
ଚାର୍ଜସିଟ୍‌ ଦାଖଲ ହୋଇଛି। ୩ଟିର ତଦନ୍ତ ଚାଲିଛି। କୋର୍ଟରେ ୩ଟିର ସମାଧାନ ହୋଇଛି। ୧୫ଟି ମାମଲା ବିଚାରାଧୀନ ରହିଛି। ୨୦୨୫ରେ ୨୮ଟି ମାମଲାରୁ ୧୩ଟିର ଚାର୍ଜସିଟ୍‌ ଦାଖଲ ହୋଇଛି। ୫ଟିର ତଦନ୍ତ ଚାଲିଥିବାବେଳେ କୋର୍ଟରେ ୨ଟି ମାମଲା ସମାଧାନ ହୋଇଛି। ୧୧ଟି ମାମଲା ବିଚାରାଧୀନ ରହିଛି। ୨୦୨୬ ସେପ୍ଟେମ୍ବର ସୁଦ୍ଧା ୧୧ଟି ମାମଲାରୁ ମାତ୍ର ଗୋଟିଏର ଚାର୍ଜସିଟ୍‌ ଦାଖଲ ହୋଇଛି। ୯ଟି ମାମଲାରେ ପୁଲିସ ତଦନ୍ତ କରୁଛି। ରାଉରକେଲା ରେଳବାଇ ପୁଲିସ ଜିଲ୍ଲାରେ ୨୦୨୧ରେ ଗୋଟିଏ ମାମଲାର ଚାର୍ଜସିଟ୍‌ ଦାଖଲ ହୋଇଛି। ୨୦୨୨ରେ କୌଣସି ରିପୋର୍ଟ ହୋଇନାହିଁ। ୨୦୨୩ରେ ୨ଟି ମାମଲାରୁ ଗୋଟିଏର ଚାର୍ଜସିଟ୍‌ ଦାଖଲ ହୋଇଛି। ୨୦୨୪ରେ ୨ଟି ମାମଲାର ଚାର୍ଜସିଟ୍‌ ଦାଖଲ ହୋଇଛି। କୋର୍ଟରେ ଦୁଇଟି ମାମଲା ବିଚାରାଧୀନ ରହିଛି। ୨୦୨୫ରେ ଗୋଟିଏ ମାମଲାର ଚାର୍ଜସିଟ୍‌ ଦାଖଲ ହୋଇଛି, ଯାହା ବିଚାରାଧୀନ ରହିଛି। ୨୦୨୬ ସେପ୍ଟେମ୍ବର ସୁଦ୍ଧା ଗୋଟିଏ ମାମଲାର ତଦନ୍ତ ଚାଲିଛି ଓ ଅନ୍ୟଟି ବିଚାରାଧୀନ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।