Indian Investors Celebrate: ତେଲ ଦର ଖସିଲା, ସେୟାର ବଜାର ଉଠିଲା; ନିବେଶକଙ୍କ ଖାତାକୁ ଆସିଲା ୬ ଲକ୍ଷ କୋଟି

Nov 05, 2026 - 11:15
Indian Investors Celebrate: ତେଲ ଦର ଖସିଲା, ସେୟାର ବଜାର ଉଠିଲା; ନିବେଶକଙ୍କ ଖାତାକୁ ଆସିଲା ୬ ଲକ୍ଷ କୋଟି

ଆମେରିକାରେ ଟ୍ରମ୍ପଙ୍କୁ ନିର୍ବାଚନୀ ଝଟକା, ଅନ୍ତର୍ଜାତୀୟ ବଜାରରେ ତେଲ ଦରରେ ହ୍ରାସ ଏବଂ ୱାଲ୍ ଷ୍ଟ୍ରିଟ୍‌ରେ ଜବରଦସ୍ତ ରାଲି।

ଏହାର ସିଧାସଳଖ ପ୍ରଭାବ ପଡ଼ିଛି ଭାରତୀୟ ସେୟାର ବଜାର ଉପରେ।

ଗୁରୁବାର ଦଲାଲ ଷ୍ଟ୍ରିଟ୍‌ରେ ଏମିତି ଜୋରଦାର ଉତ୍ସାହ ଦେଖିବାକୁ ମିଳିଛି ଯେ, ନିବେଶକଙ୍କ ସମ୍ପତ୍ତିରେ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ଯୋଡ଼ି ହୋଇଥିବା ରିପୋର୍ଟ ଆସିଛି।

ସେନସେକ୍ସ ପ୍ରାୟ ୧୬୦୦ ପଏଣ୍ଟ ଉପରକୁ ଉଠିଥିବାବେଳେ ନିଫ୍ଟି ମଧ୍ୟ ୨୪,୪୦୦ ପାଖାପାଖି ପହଞ୍ଚିଛି।

Advertisment ଗୁରୁବାର ସକାଳେ କାରବାର ଆରମ୍ଭ ହେବା ମାତ୍ରେ ବଜାରରେ ଜବରଦସ୍ତ କିଣାବିକା ଦେଖାଦେଇଥିଲା।

ସକାଳ ୧୦ଟା ୦୪ ମିନିଟ୍ ସୁଦ୍ଧା ବିଏସ୍‌ଇ ସେନସେକ୍ସ ୧,୫୧୯ ପଏଣ୍ଟ ବା ୧.୯୭ ପ୍ରତିଶତ ବୃଦ୍ଧି ପାଇ ୭୮,୮୨୦.୪୦ ପଏଣ୍ଟରେ କାରବାର କରୁଥିଲା।

ସେହିପରି ଏନ୍‌ଏସ୍‌ଇ ନିଫ୍ଟି ୪୩୬.୭୦ ପଏଣ୍ଟ ବା ୧.୮୨ ପ୍ରତିଶତ ବଢ଼ି ୨୪,୩୯୭.୩୦ ପଏଣ୍ଟରେ ପହଞ୍ଚିଥିଲା।

ବୁଧବାର ସେନସେକ୍ସ ୭୭,୩୦୧.୪୦ ଏବଂ ନିଫ୍ଟି ୨୩,୯୬୦.୬୦ ପଏଣ୍ଟରେ ବନ୍ଦ ହୋଇଥିଲା।

Advertisment ଆମେରିକାର ମିଡ୍‌ଟର୍ମ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ସଫଳତା ପରେ ଟ୍ରମ୍ପଙ୍କ ଟାରିଫ୍ ନୀତିକୁ ନେଇ ବଢ଼ିଥିବା ଅନିଶ୍ଚିତତା କମିବାର ଆଶା ସୃଷ୍ଟି ହୋଇଛି।

କଂଗ୍ରେସର ଉଭୟ ସଦନରେ ଡେମୋକ୍ରାଟଙ୍କ ପ୍ରଭାବ ବଢ଼ିବାରୁ ଟ୍ରମ୍ପଙ୍କ ବାଣିଜ୍ୟ ନୀତି ଉପରେ ଅଧିକ ପ୍ରତିରୋଧ ହେବାର ସମ୍ଭାବନା ରହିଛି।

ଏହାସହ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା କମିବାର ଆଶା ମଧ୍ୟ ନିବେଶକଙ୍କ ମନୋବଳ ବଢ଼ାଇଛି।

ତେଲ ଦର ହ୍ରାସ, ବିଦେଶୀ ନିବେଶକଙ୍କ ଭରସା ଅଶୋଧିତ ତୈଳ ଦର ହ୍ରାସ ଭାରତୀୟ ବଜାର ପାଇଁ ବଡ଼ ଆଶ୍ୱସ୍ତି ଆଣିଛି।

ବ୍ରେଣ୍ଟ କ୍ରୁଡ୍ ଅଏଲ୍ ବ୍ୟାରେଲ ପିଛା ୯୩.୫୯ ଡଲାରରେ କାରବାର କରୁଥିଲା।

ଏଥିରେ ୧.୦୯ ପ୍ରତିଶତ ହ୍ରାସ ହୋଇଥିଲା।

ଅନ୍ୟପଟେ ଆମେରିକୀୟ WTI ତୈଳ ଦର ୧.୫୩ ପ୍ରତିଶତ ଖସି ୮୬.୭୭ ଡଲାରରେ ପହଞ୍ଚିଥିଲା।

ଭାରତ ଅଶୋଧିତ ତୈଳର ବଡ଼ ଆମଦାନୀକାରୀ ଦେଶ ହୋଇଥିବାରୁ ତେଲ ଦର କମିଲେ ଆମଦାନୀ ଖର୍ଚ୍ଚ ଓ ମୁଦ୍ରାସ୍ଫୀତି ଉପରେ ଚାପ କମିବାର ସମ୍ଭାବନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।