Indian Post Office: ଓଡ଼ିଶାର ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀକୁ ନେଇ ୧୦ଟି ସ୍ଥାୟୀ ଚିତ୍ରଯୁକ୍ତ ଡାକ ମୋହର ଉନ୍ମୋଚିତ

Oct 12, 2026 - 23:59
Indian Post Office: ଓଡ଼ିଶାର ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀକୁ ନେଇ ୧୦ଟି ସ୍ଥାୟୀ ଚିତ୍ରଯୁକ୍ତ ଡାକ ମୋହର ଉନ୍ମୋଚିତ

"ଭୁବନେଶ୍ବର: ଜାତୀୟ ଡାକ ସପ୍ତାହ ପାଳନ ଅବସରରେ ସୋମବାର ଦିନ "ଫନ୍ ୱିଥ୍ ଫିଲାଟେଲି" ଦିବସ ପାଳନ ନିମନ୍ତେ ଓଡ଼ିଶା ଡାକ ସର୍କଲର ବିଭିନ୍ନ ବିଭାଗରେ ଅନେକ ଡାକ ଟିକଟ ସଂଗ୍ରହ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି ଅବସରରେ କ୍ଷୁଦ୍ର ଡାକ ଟିକଟ ପ୍ରଦର୍ଶନୀ, ଡାକ ଟିକଟ ସଂଗ୍ରହ ସମ୍ବନ୍ଧୀୟ କର୍ମଶାଳା, କୁଇଜ୍, ସେମିନାର ଏବଂ ପତ୍ର ଲିଖନ ପ୍ରତିଯୋଗିତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।Advertisment ଭୁବନେଶ୍ୱରସ୍ଥିତ ଓଡ଼ିଶା ଡାକ ସର୍କଲର ମୁଖ୍ୟ ପୋଷ୍ଟମାଷ୍ଟର ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ମଧ୍ୟ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜିତ ହୋଇଥିଲା।

ଏହି ଅବସରରେ ଓଡ଼ିଶା ଡାକ ସର୍କଲର ଚିଫ ପୋଷ୍ଟମାଷ୍ଟର ଜେନେରାଲ ନିର୍ମଳଜିତ୍ ସିଂହ ଜାତୀୟ ଫିଲାଟେଲି ଦିବସର ବିଷୟବସ୍ତୁ ଉପରେ ଆଧାରିତ ଏକ ଚିତ୍ର ଡାକକାର୍ଡ (ପିପିସି), ଭାରତର ପାରମ୍ପରିକ ପ୍ରଦର୍ଶନ କଳାର ଏକ ଗୁରୁତ୍ୱପୂର୍ଣ୍ଣ ଓ ଆକର୍ଷଣୀୟ ଦିଗକୁ ପ୍ରଦର୍ଶିତ କରୁଥିବା "ଭାରତର କଣ୍ଢେଇ ନୃତ୍ୟ" ବିଷୟବସ୍ତୁ ଉପରେ ଆଧାରିତ ୧୦ଟି ବୁକମାର୍କର ଏକ ସେଟ୍ ଏବଂ ପର୍ଯ୍ୟଟନସ୍ଥଳୀ ଓ ସାଂସ୍କୃତିକ ସ୍ମାରକୀକୁ ଆଲୋକିତ କରୁଥିବା ୧୦ଟି ସ୍ଥାୟୀ ଚିତ୍ରଯୁକ୍ତ ଡାକ ମୋହର ଉନ୍ମୋଚନ କରିଥିଲେ।

ରାଜାରାଣୀ ମନ୍ଦିର, ଚନ୍ଦକା ହାତୀ ଅଭୟାରଣ୍ୟଏହି ଡାକ ମୋହରଗୁଡ଼ିକରେ ଖୋର୍ଦ୍ଧା ଜିଲ୍ଲାର ରାଜାରାଣୀ ମନ୍ଦିର, ଚନ୍ଦକା ହାତୀ ଅଭୟାରଣ୍ୟ, ମୁକ୍ତେଶ୍ୱର ମନ୍ଦିର ଓ ଶାନ୍ତିସ୍ତୂପ ଧଉଳିଗିରି ଏବଂ କଟକ ଜିଲ୍ଲାର ନେତାଜୀଙ୍କ ଜନ୍ମସ୍ଥାନ, ସ୍ୱରାଜ ଆଶ୍ରମ, କଟକ ଚଣ୍ଡୀ ମନ୍ଦିର, ରୂପା ତାରକସି କାମ, ବାରବାଟୀ ଦୁର୍ଗ ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଭଳି ପ୍ରମୁଖ ସ୍ଥାନ ସ୍ଥାନିତ ହୋଇଛି।

ଏହି ସମାରୋହରେ ଡାକ ସେବା ନିର୍ଦ୍ଦେଶକ (ମୁଖ୍ୟାଳୟ)  ଏ.

କୋରାଗପ୍ପାଙ୍କ ସମେତ ଅନ୍ୟ ଡାକ ଅଧିକାରୀ ଓ ଡାକ ଟିକଟ ସଂଗ୍ରାହକମାନେ ଉପସ୍ଥିତ ଥିଲେ।

କଟକ ଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା ଏକକାଳୀନ ୧୦ଟି ସ୍ଥାୟୀ ଚିତ୍ରଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଓଡ଼ିଶା ଡାକ ସର୍କଲ ପ୍ରଥମଥର ପାଇଁ ଏକକାଳୀନ ୧୦ଟି ସ୍ଥାୟୀ ଚିତ୍ର ଭିତ୍ତିକ ମୋହର ଉନ୍ମୋଚନ କରିଛି।

ଏହି ମୋହରଗୁଡ଼ିକର କ୍ୟାଚେଟ୍ ବା ଛାପ ସମ୍ପୃକ୍ତ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ନିକଟତମ ନିର୍ଦ୍ଦିଷ୍ଟ ପୋଷ୍ଟ ଅଫିସ୍‌ମାନଙ୍କରେ ଉପଲବ୍ଧ କରାଯିବ।

ଫିଲାଟେଲିଷ୍ଟ, ଷ୍ଟାମ୍ପ ସଂଗ୍ରହକାରୀ, ପର୍ଯ୍ୟଟକ, ପରିଦର୍ଶକ ଏବଂ ସାଧାରଣ ଜନତା ଏହି ସ୍ୱତନ୍ତ୍ର ମୋହରର ଛାପଗୁଡ଼ିକୁ ନିର୍ଦ୍ଦିଷ୍ଟ ପୋଷ୍ଟ ଅଫିସ୍‌ରୁ ସଂଗ୍ରହ କରି ନିଜର ସଂଗ୍ରହରେ ଯୋଡ଼ିପାରିବେ।

ନୂତନ ଫିଲାଟେଲିକ୍ ସଂଗ୍ରହ ସାମଗ୍ରୀଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ କେବଳ ନୂତନ ଫିଲାଟେଲିକ୍ ସଂଗ୍ରହ ସାମଗ୍ରୀ ପ୍ରବର୍ତ୍ତନ କରିବା ନୁହେଁ, ବରଂ ଫିଲାଟେଲିର ଏହି ଅନନ୍ୟ ମାଧ୍ୟମ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ମହାନ ଐତିହ୍ୟ, ଐତିହାସିକ କୀର୍ତ୍ତିରାଜି ଏବଂ ପର୍ଯ୍ୟଟନ ସମ୍ଭାବନାକୁ ପ୍ରଦର୍ଶନ କରିବା ମଧ୍ୟ ଅଟେ।

ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ବିଭିନ୍ନ ଆକର୍ଷଣ ବିଷୟରେ ସଚେତନତା ସୃଷ୍ଟି ହେବ ଏବଂ ଫିଲାଟେଲି ପ୍ରତି ଜନସାଧାରଣଙ୍କ ଆଗ୍ରହ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ବୁକମାର୍କଗୁଡ଼ିକର ସେଟ୍ ଏବଂ ଚିତ୍ରିତ ପୋଷ୍ଟକାର୍ଡ (ପିପିସି) ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରର ଫିଲାଟେଲିକ୍ ବ୍ୟୁରୋଗୁଡ଼ିକରେ ଉପଲବ୍ଧ ରହିଛି।

ସହକାରୀ ନିର୍ଦ୍ଦେଶକ (ଫିଲାଟେଲି) ମଧୁସ୍ମିତା ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସହକାରୀ ନିର୍ଦ୍ଦେଶକ (କର୍ମଚାରୀ) ଗଜେନ୍ଦ୍ର ପ୍ରସାଦ କର ଧନ୍ୟବାଦ ଅର୍ପଣ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।