Indian Railways: ଛତିଶଗଡ଼ର ଦୁର୍ଗମ ରାଓଘାଟରେ ପ୍ରଥମ ରେଳ ସଂଯୋଗ

Sep 26, 2026 - 22:56
Indian Railways: ଛତିଶଗଡ଼ର ଦୁର୍ଗମ ରାଓଘାଟରେ ପ୍ରଥମ ରେଳ ସଂଯୋଗ

"ରାୟପୁର: ଛତିଶଗଡ଼ର ବସ୍ତରରେ ଦୁର୍ଗମ ରାଓଘାଟ ଅଞ୍ଚଳକୁ ପ୍ରଥମ ଥର ପାଇଁ ରେଳ ସଂଯୋଗ କରାଯାଇଛି।

୯୫ କିମି ଦଲ୍ଲିରାଜହାରା-ରାଓଘାଟ ନୂଆ ଲାଇନ୍‌ର ଚୂଡ଼ାନ୍ତ ୧୭.୫ କିମି ତାଦୋକି- ରାଓଘାଟ ସେକ୍ସନ୍‌ ଶେଷ ହେବା ସହ ରାଓଘାଟକୁ ନୂଆ ରେଳ ସଂଯୋଗ ସୁବିଧା ମିଳିଛି।

ତେବେ ସୁରକ୍ଷା ଏବଂ ଅନ୍ୟାନ୍ୟ ଆନୁଷ୍ଠାନିକ କାର୍ଯ୍ୟ ସମ୍ପାଦନ ପରେ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ ହେବ।

Advertisment ଉଲ୍ଲେଖଯୋଗ୍ୟ ଯେ ଦଲ୍ଲିରାଜହାରା ଏବଂ ତାଦୋକି ୭୭.୫ କିମି ଅଞ୍ଚଳ ମଧ୍ୟ‌ରେ ଯାତ୍ରୀବାହୀ ଟ୍ରେନ୍‌ ପୂର୍ବରୁ ଚାଲି ସାରିଛି।

କିନ୍ତୁ ନୂଆ ଧାରଣା ଏହି ସୁବିଧାକୁ ମାଓବାଦୀ କାର୍ଯ୍ୟକଳାପ ଦ୍ବାରା ପ୍ରଭାବିତ ଅଞ୍ଚଳ ପର୍ଯ୍ୟନ୍ତ ବଢ଼ାଇବ।

ସେପ୍ଟେମ୍ବର ୨୨ ତାରିଖରେ ରେଳବାଇ ସେଫ୍‌ଟି କମିସନର୍‌ ବିସ୍ତୃତ ଯାଞ୍ଚ ଏବଂ ସ୍ପିଡ୍‌ ଟ୍ରାଏଲ୍‌ କରି ସାରିଛନ୍ତି।

ଖୁବ୍‌ଶୀଘ୍ର ସମସ୍ତ ଜିଲ୍ଲାକୁ ରେଳ ସଂଯୋଗ କରାଯିବ: ମୁଖ୍ୟମନ୍ତ୍ରୀ ଅଧିକାରୀମାନେ ମଧ୍ୟ ରେଳ ଧାରଣା, ପୋଲ, କଲଭର୍ଟ, ବିଦ୍ୟୁତିକରଣ, ସିଗ୍‌ନାଲିଂ ସିଷ୍ଟମ୍‌ ଏବଂ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ସ୍ପଷ୍ଟ କରି ସାରିଛନ୍ତି।

ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଏନେଇ ଏକ ପୋଷ୍ଟ୍‌ କରି କହିଛନ୍ତି ଯେ ଛତିଶଗଡ଼ର ଏକ ଦୁର୍ଗମ ଅଞ୍ଚଳ ଏବେ ରାଜ୍ୟର ଅନ୍ୟ ଅଂଶର ନିକଟତର ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।