Indian Rugby: ଏସୀୟ ରଗ୍‌ବି ସେଭେନ୍ସ ସରିଜ୍‌ ଶ୍ରୀଲଙ୍କା ଲେଗ୍‌-୨: ଭାରତୀୟ ଦଳରେ ଓଡ଼ିଶାରୁ ୮

Oct 11, 2026 - 15:07
Indian Rugby: ଏସୀୟ ରଗ୍‌ବି ସେଭେନ୍ସ ସରିଜ୍‌ ଶ୍ରୀଲଙ୍କା ଲେଗ୍‌-୨: ଭାରତୀୟ ଦଳରେ ଓଡ଼ିଶାରୁ ୮

"ଭୁବନେଶ୍ବର: ଏସୀର ରଗ୍‌ବି ଏମିରେଟ୍‌ସ ସେଭେନ୍ସ ସିରିଜ୍‌ ଫାଇନାଲ୍‌ ରାଉଣ୍ଡ (ଲେଗ୍‌-୨) ଲାଗି ଭାରତୀୟ ଦଳ ଘୋଷିତ ହୋଇଛି।

ଏହି ଦଳ‌ରେ ଓଡ଼ିଶାରୁ ୮ (୩ ପୁରୁଷ, ୫ ମହିଳା) ଜଣ ଖେଳାଳି ରହିଛନ୍ତି।

୧୨ ଜଣିଆ ପୁରୁଷ ଦଳରେ ଗଣେଶ ଧଙ୍ଗଡ଼ା ମାଝୀ, ଜୁଗଳ କିଶୋର ମାଝୀ ଓ ଆଶିଷ ସବର ରହିଥିଲା ବେଳେ ମହିଳା ଦଳରେ ଡୁମୁନି ମାର୍ଣ୍ଡି, ନିର୍ମାଲ୍ୟ ରାଉତ, ମାମା ନାଏକ, ଆରତି ମୁର୍ମୁ ଓ ପାର୍ବତୀ ହାଁସ୍‌ଦା ରହିଛନ୍ତି।Advertisment ଓଡ଼ିଶାରୁ ୮ ଖେଳାଳି ଚଳିତ ମାସ ୧୭ ଓ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇଦିନିଆ ପ୍ରତିଯୋଗିତା ଶ୍ରୀଲଙ୍କାର କଲମ୍ବୋଠାରେ ଅନୁଷ୍ଠିତ ହେବ।

ଏଥିରେ ମୋଟ ୨୪ (୧୨ ଲେଖାଏଁ ପୁରୁଷ ଓ ମହିଳା) ଦଳ ଅଂଶଗ୍ରହଣ କରୁଛନ୍ତି।

ପ୍ରଥମ ଦିନ ପୁଲ୍‌ ପର୍ଯ୍ୟାୟ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଥିଲା ବେଳେ ଦ୍ବିତୀୟ ଦିନ ନକ୍‌ଆଉଟ୍‌ ସହ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।

ମହମୁଦ ପ୍ରଥମ ବାଂଲାଦେଶ ଦ୍ରୁତ ବୋଲର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।