03 SEPTEMBER 2026

Welcome!

Unlock your personalized experience.
Sign Up

Indian tourists: ଇଟାଲୀରେ ଭାରତୀୟଙ୍କୁ ଅପମାନିତ କରି କ୍ଷମା ମାଗିଲେ ବାଂଲାଦେଶୀ, ଭିଡିଓ ଭାଇରାଲ

Jun 24, 2026 - 21:03
Indian tourists: ଇଟାଲୀରେ ଭାରତୀୟଙ୍କୁ ଅପମାନିତ କରି କ୍ଷମା ମାଗିଲେ ବାଂଲାଦେଶୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଇଟାଲୀର ଏକ ରେସ୍ତୋରାଁରେ ଭାରତୀୟ ମହିଳା ପର୍ଯ୍ୟଟକମାନଙ୍କ ସହ ଘଟିଥିବା ଏକ ବିବାଦର ଭିଡିଓ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚାର ବିଷୟ ହୋଇଛି। ଭିଡିଓରେ ଜଣେ ବାଂଲାଦେଶୀ ୱେଟର ଭାରତ ଓ ଭାରତୀୟମାନଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ କରୁଥିବା ଦେଖାଯାଇଛି। ପରେ ମହିଳାମାନଙ୍କ ଦୃଢ଼ ପ୍ରତିବାଦ ଓ ପୁଲିସ ହସ୍ତକ୍ଷେପ ପରେ ସେ କ୍ଷମା ମାଗିବାକୁ ବାଧ୍ୟ ହୋଇଥିଲେ।

ଏହି ଭିଡିଓଟି ଭାରତୀୟ ଇନ୍‌ଷ୍ଟାଗ୍ରାମ୍‌ ଇନ୍‌ଫ୍ଲୁଏନ୍ସର ଖୁସି ଦୁବେ ମଙ୍ଗବାର ସେୟାର କରିଥିଲେ। ଭିଡ଼ିଓରେ ୱେଟର ଅଶ୍ଳୀଳ ଭାଷା ବ୍ୟବହାର କରିବା ସହ ଭାରତୀୟମାନଙ୍କୁ ଲକ୍ଷ୍ୟ କରି ଅପମାନଜନକ ମନ୍ତବ୍ୟ କରିଥିଲେ। ଏହାର ପ୍ରତିବାଦରେ ମହିଳାମାନେ ତାଙ୍କୁ ଭାଷା ଓ ବ୍ୟବହାରରେ ସଂଯମ ରଖିବାକୁ କହିଥିଲେ। ସେମାନେ ଜଣାଇଥିଲେ ଯେ, ମହିଳାମାନଙ୍କୁ ସମ୍ମାନ ଦେବା ଉଚିତ ଏବଂ କୌଣସି ଦେଶ କିମ୍ବା ଜାତୀୟତାକୁ ଅପମାନ କରିବା ଗ୍ରହଣଯୋଗ୍ୟ ନୁହେଁ।

କାର୍ ଦୁର୍ଘଟଣା: ୩ ଶିଶୁଙ୍କ ସମେତ ଜଣେ ମହିଳା ପର୍ଯ୍ୟଟକ ଆହତ

ବିବାଦ ବଢ଼ିବା ପରେ ଘଟଣାସ୍ଥଳରେ ଦୁଇଜଣ ପୁଲିସ ଅଧିକାରୀ ପହଞ୍ଚିଥିଲେ। ପୁଲିସ ଆସିବା ପରେ ୱେଟରଙ୍କ ଆଚରଣରେ ପରିବର୍ତ୍ତନ ଦେଖାଯାଇଥିଲା ଏବଂ ସେ କ୍ଷମା ପ୍ରାର୍ଥନା କରିବାକୁ ଚେଷ୍ଟା କରିଥିଲେ। ତେବେ ମହିଳାମାନେ କେବଳ ସାଧାରଣ କ୍ଷମା ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇନଥିଲେ। ସେମାନେ ତାଙ୍କୁ ସ୍ପଷ୍ଟ ଭାବେ ଭାରତକୁ ଅପମାନିତ କରିଥିବା ପାଇଁ କ୍ଷମା ମାଗିବାକୁ କହିଥିଲେ। ଶେଷରେ ୱେଟର ସେହିପରି କ୍ଷମା ମାଗିଥିଲେ। ଭିଡିଓଟି ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଆସିଛି। ଅନେକ ବ୍ୟବହାରକାରୀ ମହିଳାମାନଙ୍କ ସାହସ ଓ ଦୃଢ଼ତାକୁ ପ୍ରଶଂସା କରିଥିବାବେଳେ, ବିଦେଶରେ ଭାରତୀୟମାନଙ୍କ ପ୍ରତି ହେଉଥିବା ଭେଦଭାବ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।