Indians Rejoin: ସ୍ବ-ଇଚ୍ଛାରେ ରୁଷ୍‌ ସେନାରେ ଯୋଗ ଦେଉଛନ୍ତି ଅନେକ ଭାରତୀୟ: ସୁପ୍ରିମ୍‌କୋର୍ଟରେ କେନ୍ଦ୍ରର ସୂଚନା

Oct 15, 2026 - 19:37
Indians Rejoin: ସ୍ବ-ଇଚ୍ଛାରେ ରୁଷ୍‌ ସେନାରେ ଯୋଗ ଦେଉଛନ୍ତି ଅନେକ ଭାରତୀୟ: ସୁପ୍ରିମ୍‌କୋର୍ଟରେ କେନ୍ଦ୍ରର ସୂଚନା

"ନୂଆଦିଲ୍ଲୀ: ରୁଷ୍‌ ସେନାରୁ କୂଟନୈତିକ ଉଦ୍ୟମ ଜରିଆରେ ମୁକ୍ତ କରାଯାଇ ଭାରତ ଫେରାଇ ଅଣାଯାଇଥିବା କେତେକ ଭାରତୀୟ ସ୍ବ-ଇଚ୍ଛାରେ ପୁଣି ରୁଷ୍‌ ସେନାରେ ଯୋଗ ଦେଇଛନ୍ତି।

ଏବେ ସେମାନଙ୍କ ସମ୍ପର୍କରେ କୌଣସି ଖୋଜଖବର ମିଳୁନାହିଁ।

ବୁଧବାର ସୁପ୍ରିମ୍‌କୋର୍ଟରେ ଏକ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି।

ରୁଷ୍‌ ସେନାରେ ଭାରତୀୟଙ୍କ ନିଯୁକ୍ତି ଏବଂ ଯୁଦ୍ଧରେ ସେମାନଙ୍କ ସମ୍ପୃକ୍ତିକୁ ନେଇ ସରକାରଙ୍କ ପକ୍ଷରୁ ଦାଖଲ ସ୍ଥିତି ରିପୋର୍ଟରେ ଏହି କଥା ଉଲ୍ଲେଖ କରାଯାଇଛି।Advertisment ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠରେ ବୈଦେଶିକ ମନ୍ତ୍ରଣାଳୟର ରିପୋର୍ଟ ଉପସ୍ଥାପନ କରି ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି କହିଥିଲେ ଯେ ଅନେକ ଭାରତୀୟ ଆର୍ଥିକ ଲାଭ ଆଶାରେ ନିଜ ଇଚ୍ଛାରେ ରୁଷ୍‌ ସେନାରେ ଯୋଗ ଦେଉଛନ୍ତି।

ପରେ ସେଠାରୁ ମୁକ୍ତି ପାଇବା ପାଇଁ ଭାରତ ସରକାରଙ୍କ ସହାୟତା ଲୋଡ଼ୁଛନ୍ତି।

ରୁଷ୍‌ ସେନାରେ ଯୋଗ ରିପୋର୍ଟ ଅନୁଯାୟୀ, ପର୍ଯ୍ୟଟକ, ଛାତ୍ର କିମ୍ବା କାର୍ଯ୍ୟଭିତ୍ତିକ ଭିସାରେ ରୁଷ୍‌ ଯାଉଥିବା କେତେକ ଭାରତୀୟ ଅସ୍ଥାୟୀ ଆର୍ଥିକ ଲାଭ ପାଇଁ ସେଠାକାର ସେନାରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

ଏପରିକି କେତେକ ଭାରତୀୟ ନିଜ ନାଗରିକତା ଛାଡ଼ି ରୁଷ୍‌ର ପାସ୍‌ପୋର୍ଟ ନେବା ପାଇଁ ଭାରତୀୟ ଦୂତାବାସରେ ଆବେଦନ କରିଥିବା ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି।

ଏହା ପରେ ସେମାନେ ରୁଷ୍‌ ସେନାରେ ନିଯୁକ୍ତ ହେଉଛନ୍ତି।

ଯୋଗ ଦେଉଛନ୍ତି ଭାରତୀୟ ଭାରତ ସରକାର ଓ ମସ୍କୋସ୍ଥିତ ଭାରତୀୟ ଦୂତାବାସର ନିରନ୍ତର ଉଦ୍ୟମ ପରେ ରୁଷ୍‌ ସେନାରୁ କେତେକ ଭାରତୀୟଙ୍କୁ ମୁକ୍ତ କରାଯାଇ ସ୍ୱଦେଶ ଫେରାଇ ଅଣାଯାଇଥିଲା।

ହେଲେ ସେମାନଙ୍କ ମଧ୍ୟରୁ କେତେକ ପୁଣି ସେନାରେ ଯୋଗ ଦେବା ଘଟଣା ସରକାରଙ୍କ ଚିନ୍ତା ବଢ଼ାଇଛି।

ବିଦେଶୀ ସେନାରେ ନିଯୁକ୍ତି ପାଇଁ ଆର୍ଥିକ ପ୍ରଲୋଭନ ଦେଖାଉଥିବା ଲୋକଙ୍କଠାରୁ ସତର୍କ ରହିବାର ଆବଶ୍ୟକତା ଏହି ଘଟଣାରୁ ସ୍ପଷ୍ଟ ହେଉଛି।

ରୁଷ୍‌ ସେନାରେ ଯୋଗ ଦେଇଥିବା ଭାରତୀୟଙ୍କୁ ମୁକ୍ତ କରାଇବା ଓ ସେମାନଙ୍କ ସ୍ଥିତି ଜାଣିବା ପାଇଁ ଭାରତ ସରକାର କୂଟନୈତିକ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି।

ରେସ୍ତୋରାଁକୁ ୧.୦୫ ଲକ୍ଷ ଟଙ୍କା ଜରିମାନା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।