India’s Gold and Silver Imports Fall Sharply: ସେପ୍ଟେମ୍ବରରେ ସୁନା ଆମଦାନୀ ୮୧% ହ୍ରାସ, ରୁପା ଆମଦାନୀ ବି କମିଲା
ସୁନା କିଣାରେ ଲାଗିଲା ବ୍ରେକ୍, ରୁପା ବଜାରରେ ବି ଦେଖାଦେଲା ବଡ଼ ପ୍ରଭାବ। ଗୋଟିଏ ପଟେ ପଶ୍ଚିମ ଏସିଆ ସଙ୍କଟ, ଅନ୍ୟପଟେ ଆମଦାନୀ ଶୁଳ୍କ ବୃଦ୍ଧି। ଏହାରି ଭିତରେ ସେପ୍ଟେମ୍ବର ମାସରେ ଭାରତର ସୁନା ଓ ରୁପା ଆମଦାନୀରେ ବଡ଼ ହ୍ରାସ ରେକର୍ଡ ହୋଇଛି।
ବାଣିଜ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତବର୍ଷ ସେପ୍ଟେମ୍ବର ତୁଳନାରେ ଚଳିତବର୍ଷ ସୁନା ଆମଦାନୀ ୮୧.୨୭ ପ୍ରତିଶତ କମିଛି। ସେହିପରି ରୁପା ଆମଦାନୀରେ ୪୯.୧୧ ପ୍ରତିଶତ ହ୍ରାସ ହୋଇଛି। ଗତ ମେ’ ମାସରେ ସରକାର ସୁନା ଓ ରୁପା ଉପରେ ଆମଦାନୀ ଶୁଳ୍କ ୬ ପ୍ରତିଶତରୁ ବଢ଼ାଇ ୧୫ ପ୍ରତିଶତ କରିଥିଲେ। ଏହାସହ ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଅତ୍ୟାବଶ୍ୟକ ନଥିଲେ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଅପିଲ୍ କରିଛନ୍ତି।
ଅନ୍ୟପଟେ, ସେପ୍ଟେମ୍ବରରେ ଭାରତର ମୋଟ୍ ସାମଗ୍ରୀ ରପ୍ତାନି ୪୪.୪୦ ବିଲିୟନ୍ ଡଲାରକୁ ବଢ଼ିଛି, ଯାହା ଗତବର୍ଷ ଏହି ସମୟରେ ୩୬.୦୮ ବିଲିୟନ୍ ଡଲାର ଥିଲା। ଇଲେକ୍ଟ୍ରୋନିକ୍ସ, ପେଟ୍ରୋଲିୟମ୍ ଓ ଇଞ୍ଜିନିୟରିଂ ସାମଗ୍ରୀର ରପ୍ତାନି ବୃଦ୍ଧି ଏଥିରେ ସହାୟକ ହୋଇଛି। ତେବେ ସୁନା ଓ ରୁପା ଆମଦାନୀରେ ଏହି ହ୍ରାସ ଆଗକୁ ଜାରି ରହିବ କି ନାହିଁ, ତାହା ଘରୋଇ ଚାହିଦା, ଅନ୍ତର୍ଜାତୀୟ ଦର ଓ ବିଶ୍ୱ ପରିସ୍ଥିତି ଉପରେ ନିର୍ଭର କରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।