IndiaSkills: ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି
"ନୂଆଦିଲ୍ଲୀ: କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍ଏସ୍ଡିଇ) ପକ୍ଷରୁ ଇଣ୍ଡିଆସ୍କିଲ୍ସ ପ୍ରତିଯୋଗିତା ୨୦୨୬-୨୭ ପାଇଁ ପଞ୍ଜୀକରଣ ଅବଧିକୁ ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ବିଭିନ୍ନ ଅନୁଷ୍ଠାନ ଓ ଆଗ୍ରହୀ ପ୍ରତିଯୋଗୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।
ୱାର୍ଲ୍ଡସ୍କିଲ୍ସ ପ୍ରତିଯୋଗିତା ସାଂଘାଇ ୨୦୨୬ରେ ଭାରତୀୟ ଦଳର ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଏହି ଦକ୍ଷତାଭିତ୍ତିକ ପ୍ରତିଯୋଗିତା ପ୍ରତି ଆଗ୍ରହ ବଢ଼ିଛି।
ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ବିଶ୍ୱସ୍ତରରେ ଦଶମ ସ୍ଥାନ ହାସଲ କରିବା ସହ ୬ଟି ରୌପ୍ୟ ପଦକ ଏବଂ ୨୦ଟି ଉତ୍କର୍ଷତା ପଦକ ଜିତିଥିଲା।Advertisment ଏହି ସଫଳତା ପରେ ଅକ୍ଟୋବର ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ନିଜ ବାସଭବନରେ ୱାର୍ଲ୍ଡସ୍କିଲ୍ସ ସାଂଘାଇ ୨୦୨୬ରେ ଭାଗ ନେଇଥିବା ଭାରତୀୟ ପ୍ରତିଯୋଗୀମାନଙ୍କୁ ଭେଟିଥିଲେ।
ଏହି ଆଲୋଚନାରେ ଦେଶର ଦକ୍ଷ ଯୁବପିଢ଼ିଙ୍କ ସଫଳତାକୁ ପ୍ରଶଂସା କରାଯିବା ସହ ଜାତୀୟ ବିକାଶରେ ବୃତ୍ତିଗତ ଦକ୍ଷତାର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା।
ପ୍ରଧାନମନ୍ତ୍ରୀଙ୍କ ସହ ଏହି ସାକ୍ଷାତ ପରେ ଇଣ୍ଡିଆସ୍କିଲ୍ସ ୨୦୨୬-୨୭ ପାଇଁ ପଞ୍ଜୀକରଣ ଅବଧି ବଢ଼ାଇବାକୁ ବିଭିନ୍ନ ଅନୁଷ୍ଠାନ ଓ ଆଗ୍ରହୀ ପ୍ରତିଯୋଗୀଙ୍କ ପକ୍ଷରୁ ମନ୍ତ୍ରଣାଳୟ ନିକଟରେ ଅନେକ ଅନୁରୋଧ ପହଞ୍ଚିଥିଲା।
ଏହାକୁ ବିଚାରକୁ ନେଇ ପଞ୍ଜୀକରଣର ଶେଷ ତାରିଖ ଅକ୍ଟୋବର ୧୯ ପର୍ଯ୍ୟନ୍ତ ବଢ଼ାଯାଇଛି।
ଏହା ଦ୍ୱାରା ଅଧିକ ସଂଖ୍ୟକ ଯୁବକଯୁବତୀ ନିଜ ଦକ୍ଷତା ପ୍ରଦର୍ଶନ, ଜାତୀୟ ସ୍ତରରେ ପ୍ରତିଯୋଗିତାରେ ଅଂଶଗ୍ରହଣ ଏବଂ ଅନ୍ତର୍ଜାତୀୟ ସ୍ତରରେ ଦେଶର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇପାରିବେ।
Noida Airport: ଜେୱର ବିମାନବନ୍ଦରର ନାମ ହେବ "ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର" ଏପର୍ଯ୍ୟନ୍ତ ୪ ଲକ୍ଷ ନାମ ପଞ୍ଜୀକରଣଇଣ୍ଡିଆସ୍କିଲ୍ସ ୨୦୨୬-୨୭ ପ୍ରତିଯୋଗିତା ପାଇଁ ଏପର୍ଯ୍ୟନ୍ତ ପ୍ରାୟ ୪ ଲକ୍ଷ ପଞ୍ଜୀକରଣ ହୋଇଛି।
ଏହା ନିଜ ଦକ୍ଷତା ପ୍ରଦର୍ଶନ କରିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ପ୍ରତିଯୋଗିତା କରିବା ପାଇଁ ଯୁବପିଢ଼ିଙ୍କ ଆଗ୍ରହକୁ ପ୍ରତିଫଳିତ କରୁଛି।
ପୂର୍ବରୁ ପଞ୍ଜୀକରଣ କରିପାରି ନଥିବା ଯୋଗ୍ୟ ଆଶାୟୀମାନେ ଏବେ ସ୍କିଲ୍ ଇଣ୍ଡିଆ ଡିଜିଟାଲ୍ ହବ୍ (ଏସ୍ଆଇଡିଏଚ୍) ମାଧ୍ୟମରେ ଅକ୍ଟୋବର ୧୯, ୨୦୨୬ ସୁଦ୍ଧା ନିଜର ଆବେଦନ ପ୍ରକ୍ରିୟା ପୂରଣ କରିପାରିବେ।
କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍ଏସ୍ଡିଇ) ତତ୍ତ୍ୱାବଧାନରେ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍ଏସ୍ଡିସି) ଦ୍ବାରା ଇଣ୍ଡିଆସ୍କିଲ୍ସ ୨୦୨୬-୨୭ ଆୟୋଜିତ ହେଉଛି।
ଏଥିରେ ଉତ୍ପାଦନ, ଇଞ୍ଜିନିୟରିଂ, ନିର୍ମାଣ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ସୃଜନଶୀଳ ଶିଳ୍ପ ଓ ସେବା କ୍ଷେତ୍ର ସହ ଜଡ଼ିତ ୬୩ଟି ଦକ୍ଷତା ବିଭାଗ ସାମିଲ ହୋଇଛି।
ଆଗକୁ ବଢ଼ିବାର ସୁଯୋଗ ପ୍ରଦାନଏହି ପ୍ରତିଯୋଗିତା ଜିଲ୍ଲା ଓ ଜୋନ୍ସ୍ତରରୁ ଆରମ୍ଭ ହୋଇ ରାଜ୍ୟ, ଆଞ୍ଚଳିକ ଓ ଜାତୀୟ ସ୍ତର ଦେଇ ଆଗକୁ ବଢ଼ିବାର ସୁଯୋଗ ପ୍ରଦାନ କରୁଛି।
ଏହାଦ୍ୱାରା ପ୍ରତିଭାସମ୍ପନ୍ନ ଯୁବକଯୁବତୀମାନେ ନିଜର ଦକ୍ଷତା ପ୍ରଦର୍ଶନ କରିବା ସହ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପାଇପାରିବେ।
ଏଥିସହ ଅନ୍ତର୍ଜାତୀୟ ଦକ୍ଷତା ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବା ଦିଗରେ ଆଗକୁ ବଢ଼ିବାର ସୁଯୋଗ ମଧ୍ୟ ପାଇପାରିବେ।
କେମିତି କରିବେ ପଂଜୀକରଣ?ୱାର୍ଲ୍ଡସ୍କିଲ୍ସ ସାଂଘାଇ ୨୦୨୬ରେ ଭାରତୀୟ ଦଳ ୬ଟି ରୌପ୍ୟ ପଦକ ଓ ୨୦ଟି ଉତ୍କର୍ଷତା ପଦକ ଜିତି ବିଶ୍ୱସ୍ତରରେ ଦଶମ ସ୍ଥାନ ହାସଲ କରିଛି।
ଏହା ୨୦୨୪ରେ ୱାର୍ଲ୍ଡସ୍କିଲ୍ସ ଲିଅନ୍ ପ୍ରତିଯୋଗିତାରେ ହାସଲ କରିଥିବା ତ୍ରୟୋଦଶ ସ୍ଥାନ ତୁଳନାରେ ଉନ୍ନତ ପ୍ରଦର୍ଶନ।
ଭାରତ ଏଥର ୬୩ଟି ଦକ୍ଷତା ବିଭାଗରେ ନିଜର ସର୍ବବୃହତ୍ ୭୦ ଜଣିଆ ପ୍ରତିଯୋଗୀ ଦଳକୁ ପଠାଇଥିଲା।
ଏହି ସଫଳତା ଦକ୍ଷତା ବିକାଶ, ବିଶେଷ ତାଲିମ ଓ ନିରନ୍ତର ପ୍ରସ୍ତୁତି ଯୁବ ଭାରତୀୟଙ୍କ ପାଇଁ କିପରି ନୂଆ ସୁଯୋଗ ସୃଷ୍ଟି କରିପାରେ, ତାହା ଉପରେ ଦେଶବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି।
ପଞ୍ଜୀକରଣ ଲିଙ୍କ୍: https://www.skillindiadigital.gov.in/india-skills-competition "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।