Indravati Dam Water Rises: ଜଳସ୍ତର ବଢିବାରୁ ଖୋଲାଗଲା ଇନ୍ଦ୍ରାବତୀ ଗେଟ୍; ୪ ରୁ ୫ ପଞ୍ଚାୟତରେ ବନ୍ୟା ସ୍ଥିତି

Aug 24, 2026 - 17:18
Indravati Dam Water Rises: ଜଳସ୍ତର ବଢିବାରୁ ଖୋଲାଗଲା ଇନ୍ଦ୍ରାବତୀ ଗେଟ୍; ୪ ରୁ ୫ ପଞ୍ଚାୟତରେ ବନ୍ୟା ସ୍ଥିତି

ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ରେ ଜଳ ସ୍ତର ବୃଦ୍ଧି। ଜଳ ସ୍ତର ବଢିବାରୁ ଡ୍ୟାମର ଗତକାଲି ଗେଟ ଖୋଲା ଯାଇଥିଲା। ଗେଟ୍ ଖୋଲିବା ପରେ କୋଟପାଡ଼ ଅଞ୍ଚଳ ପ୍ରଭାଭିତ ହୋଇଛି। ୪ରୁ ୫ ପଞ୍ଚାୟତ ରେ ପାଣି ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହା ପରେ ଡ୍ୟାମର ଗେଟ ବନ୍ଦ କରାଯାଇଛି। କୋଟପାଡ଼ର ଚଣ୍ଡୀଲି, ସୁରୁଲି, ଢ଼ାମଣା ହାଣ୍ଡି ଓ ବାଣିଆ ଆଦି ଅଞ୍ଚଳରେ ଓଡ୍ରାଫ ଏବଂ ତହସିଲ ର ଷ୍ଟାଫ ପହଞ୍ଚି ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ଜଣା ପଡ଼ିଛି। 

କୋଟପାଡ଼ ବ୍ଲକର ବଣିଆ ଛକ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କୋଟପାଡ଼ ବଣିଆ ଠାରୁ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଯାତାୟାତ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ସତର୍କ ସୂଚନା ଫଳକ ଲଗାଯାଇଛି। ଜୟପୁର ଉପ-ଜିଲ୍ଲାପାଳ ନିଜେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

  • ଇନ୍ଦ୍ରାବତୀରେ ଜଳସ୍ତର ବୃଦ୍ଧି
  • ଜଳସ୍ତର ବଢିବାରୁ ଖୋଲାଗଲା ଡ୍ୟାମର ଗେଟ୍ 
  • ଗେଟ୍ ଖୋଲିବା ପରେ କୋଟପାଡ଼ ଅଞ୍ଚଳ ପ୍ରଭାବିତ 
  • ୪ରୁ୫ ପଞ୍ଚାୟତରେ ପାଣି ପଶି ବନ୍ୟା ସ୍ଥିତି 
  • ବନ୍ୟା ସ୍ଥିତି ପରେ ବନ୍ଦ ହେଲା ଡ୍ୟାମର ଗେଟ୍
  • କୋଟପାଡ଼ ବଣିଆ ଛକ ଉପରେ ବନ୍ୟାଜଳ ପ୍ରବାହିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।