Indravati reservoir: ବିପଦସଂକୁଳର ନିକଟତର ଇନ୍ଦ୍ରାବତୀ, ବିଦ୍ୟୁତ ଉତ୍ପାଦନ ବଢ଼ିଲା

Sep 01, 2026 - 23:57
Indravati reservoir: ବିପଦସଂକୁଳର ନିକଟତର ଇନ୍ଦ୍ରାବତୀ, ବିଦ୍ୟୁତ ଉତ୍ପାଦନ ବଢ଼ିଲା

"ନବରଙ୍ଗପୁର (ସୁରେଶ ନାଇଡୁ): ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ହେଲେ ଯେକୌଣସି ମୁହୂର୍ତ୍ତରେ ଜଳଭଣ୍ଡାରର ସ୍ପିଲୱେ ଗେଟ୍‌ ଖୋଲାଯାଇପାରେ।

ଏହାକୁ ଦୃଷ୍ଟିରେ ରଖି ଇନ୍ଦ୍ରାବତୀ ନଦୀର ତଳମୁଣ୍ଡରେ ରହୁଥିବା ତେନ୍ତୁଳିଖୁଣ୍ଟି, ନବରଙ୍ଗପୁର, ନନ୍ଦାହାଣ୍ଡି ବ୍ଲକରେ ମାଇକରେ ସୋମବାର ଠାରୁ  ପ୍ରଚାର ଜାରି ରଖିଛି ଜଳସେଚନ ବିଭାଗ।

ଅପରପକ୍ଷରେ ନବରଙ୍ଗପୁର ଜିଲ୍ଲାପ୍ରଶାସନ ପକ୍ଷରୁ ଉପରୋକ୍ତ ତିନି ବ୍ଲକ ସହ କୋଷାଗୁମୁଡା ବ୍ଲକକୁ ଅବଗତ କରିବା ସହ କୋରାପୁଟ, ମାଲକାନଗିରୀ, ଛତିଶଗଡ଼ର ଜଗଦଲପୁର ଓ ଦନ୍ତେୱାଡା ଜିଲ୍ଲାପାଳ ଓ ନବରଙ୍ଗପୁର ଏସପିଙ୍କୁ ଚିଠି କରିଛନ୍ତି।Advertisment ଆଜି ସକାଳ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୩୯.୭୯୦ମିଟରରେ ପହଞ୍ଚିଛି।

ଡ୍ୟାମର ପୂର୍ଣ୍ଣ ଜଳଧାରଣ ସ୍ତର ୬୪୨ ମିଟର।

ଅର୍ଥାତ୍‌ ପୂର୍ଣ୍ଣ ଜଳସ୍ତରଠାରୁ ଆଉ ମାତ୍ର ପ୍ରାୟ ୨.୨୧ ମିଟର ତଳେ ରହିଛି ଜଳସ୍ତର।

ତେବେ ୬୪୦ମିଟରରେ ପହଚିଂଲେ ଗେଟ୍ ଖୋଲାଯିବ।

୦.୨୧ମିଟର ପାଣି ବଢ଼ିଲେ ଗେଟ୍ ଖୋଲିବା ସମ୍ଭାବନା ରହିଛି।

Flood in Bhadrak: ବନ୍ୟାରେ ପାଲଟିଛି ଜଳଭଣ୍ଡାର ଭଦ୍ରକ ଜିଲ୍ଲାର ପରିବା ହବ୍ ଅପରପକ୍ଷରେ ଜିଲ୍ଲାରେ ମାତ୍ର ୧୪ମିମି ବର୍ଷା ହୋଇଛି।

ବର୍ଷାର ଟ୍ରଫଲାଇନରେ ତିନି ଜିଲ୍ଲାର ଥୁଆମୂଳ ରାମପୁର, କାଶିପୁର, ଦଶମନ୍ତପୁର, କାଠରଗଡା ଆଦି ରହିଛି।

ଏସବୁ ଅଂଚଳରେ ବର୍ଷା ସୋମବାର ଠାରୁ ଆଜି ସକାଳ ଯାଏଁ ବିଶେଷ ହୋଇନି।

ଏହା ବାଦେ ବି ଗତ ବର୍ଷକ ମଧ୍ୟରେ ଆଜି ସର୍ବାଧିକ ବିଦ୍ୟୁତ ଉତ୍ପାଦନ କରାଯାଇଥିବା ସୂଚନା ମିଳିଛି।

ଆଜି ସକାଳୁ ଜଳଭଣ୍ଡାରରେ ୧୨୧୧୩୧ ହେକ୍ଟାମିଟର ୮୧.୫୪ ପ୍ରତିଶତ  ଓ ଜଜଳଭଣ୍ଡାରରେ ୬୩୯.୭୯୦ମିଟର ଜଳ ଗଛିତ ରହିଛି।

ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ ରେ ୪୩୩.୯୬୦କ୍ୟୁମେକ୍ସ  ଜଳ ପ୍ରବେଶ କରୁଛି।

ମୂଖିଗୁଡା ସ୍ଥିତ ପାୱାରହାଉସରୁ ବିଦ୍ୟୁତ ଉତ୍ପାଦନ ସୋମବାର ଠାରୁ ବଢ଼ିବା ସହ ୧୩୩୫୭ମେଘାୱାଟ୍(ଏମଡବ୍ଲୁ)ହାରାହାରି ଘଣ୍ଟା ପ୍ରତି ୫୫୬.୫୪୨ଏମଡବ୍ଲୁ/ଏଚ ଉତ୍ପାଦନ ହେଉଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ମରି ପଡ଼ିଥିବା ଇନ୍ଦ୍ରାବତୀ ନଦୀ ବର୍ଷାରେ ଜୀବନ ପାଇଛି।

ଗତ ସପ୍ତାହକ ତଳର ପାଣି ଯଦିଓ କମି କମି ଆସିଥିଲେ ହେଁ କିଛିକାଂଶରେ ପାଣି ରହିଛି।

ଯଦି ସ୍ପିଲୱେ ଗେଟ୍ ଖୋଲାଯାଏଁ ତେବେ ତଳମୁଣ୍ଡରେ ଇନ୍ଦ୍ରାବତୀ ଜଳଭଣ୍ଡାର ପାଣି ଜମିକୁ ମାଡିବା ସମ୍ଭାବନାକୁ ଏଡାଇ ହେବନି।

ପ୍ରତିବର୍ଷ ଜନ୍ମାଷ୍ଠମୀ ପୂର୍ବରୁ ଓ ସେଦିନ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

ଯଦିଓ ବର୍ଷା ହେବା ସହ ଜଳଭଣ୍ଡାର ୬୪୦ମିଟରରେ ପହଚିଂଲେ ଗେଟ୍ ଖୋଲିବା ସମ୍ଭାବନା ରହିଛି ବୋଲି ପୋଡ଼ାଗଡ଼ ଡ୍ୟାମ୍‌ ଡିଭିଜନର ଏସଡିଓ କମଲ ବେହେରା କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।